ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ପରୀ ହତ୍ଯା ଘଟଣା  (Pari Murde Case) ନେଇ ଦଳରେ ମୁଣ୍ଡ ଟେକିଥିବା ସମସ୍ୟାର ସମାଧାନ ପାଇଁ ରାଜ୍ୟ କଂଗ୍ରେସ (Odisha Congress) ପକ୍ଷରୁ ଆରମ୍ଭ ହୋଇଯାଇଛି କସରତ। ବିଧାନସଭାରେ ପରୀ ହତ୍ଯା ଘଟଣାରେ ଦୋଷୀଙ୍କୁ ଦଣ୍ଡ ଏବଂ ଘଟଣାର ତଦନ୍ତ ଦାବି କରୁଥିବା କଂଗ୍ରେସ କାହିଁକି ବିଧାନସଭାରେ ହଠାତ ଚୁପ୍ ହୋଇଗଲା ତାକୁ ନେଇ ମୁଖ୍ୟ ବିରୋଧି ବିଜେପି (BJP) ଏବଂ କିଛି ଦଳୀୟ ବିଧାୟକ ପ୍ରଶ୍ନ ଉଠାଇଥିଲେ। 


COMMERCIAL BREAK
SCROLL TO CONTINUE READING

Also Read: ପରୀ ଆତ୍ମାକୁ ଶାନ୍ତି କେବେ?


ଏପରିକି ଏହାକୁ ନେଇ କଂଗ୍ରେସ ପଛଘୁଞ୍ଚା ଦେଇଥିଲା। ଏପରିକି ଏହି ପ୍ରସଙ୍ଗରେ ଶାସକ ଦଳକୁ ବଞ୍ଚାଇବା ପାଇଁ କଂଗ୍ରେସ ମ୍ଯାନେଜ ହୋଇଥିବା ଅଭିଯୋଗ ମଧ୍ଯ ଆସିଥିଲା। ଏଭଳି ଘଟଣାକୁ ଆଖି ଆଗରେ ରଖି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର (In Charge Chellakumar) ଓଡିଶା ଗସ୍ତରେ ଆସି ବିଧାୟକଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଗୁରୁତ୍ବପୂର୍ଣ ବୈଠକରେ ଘଟଣା ସମ୍ପର୍କରେ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ଦଳୀୟ ପ୍ରଭାରୀ। 


Also Read: କାହା ଇସାରାରେ ଚାଲିଛି କଂଗ୍ରେସ? ସୁର ଖୋଲିଲେ ଗୁମର


ପରୀ ହତ୍ଯା ଘଟଣାର ରାଜନୀତି ନହୋଇ ପରୀକୁ ନ୍ୟାୟ ମିଳିବା ଦରକାର ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ। ସଠିକ ବୁଝାମଣା ଅଭାବରୁ ବିଧାୟକଙ୍କ ମଧ୍ଯରେ ଏଭଳି ମତଭେଦ ଆସିଲା ବୋଲି କହିଛନ୍ତି ସେ। ବିଜେଡି ବିଜେପି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ହୋଇଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ବିଜେପିକୁ ସମର୍ଥନ କରି ଆସିଛି। ଏପରିକି କଂଗ୍ରେସ ପରୀ ହତ୍ଯା ଘଟଣାରେ କୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ ଦାବି କରିଥିଲା ତାହା କରାଯାଇଛି ବୋଲି ଚେଲ୍ଲାକୁମାର କହିଛନ୍ତି। 


ଅନ୍ଯପକ୍ଷେ ବିଧାୟକ ଦଳ ବୈଠକ ପରେ କଂଗ୍ରେସ ମ୍ଯାନେଜ (Congress Manage) ହୋଇଥିବା ଅଭିଯୋଗ କରିଥିବା କଂଗ୍ରେସର ଦୁଇ ବିଧାୟକ ସିଧାସଲଖ କିଛି କହି ନଥିଲେ। ବିଧାୟକ ସୁରେଶ ରାଉତରାୟ ପ୍ରସଙ୍ଗ ଉପରେ ଭିନ୍ନମତ ପୋଷଣ କରିଥିବାବେଳେ ସନ୍ତୋଷ ସିଂ ସାଲୁଜା କିଛି ନକହି ଚାଲି ଯାଇଥିଲେ। ସେପଟେ ଅନ୍ଯ ବିଧାୟକ ମଧ୍ଯ ପ୍ରଭାରୀଙ୍କ ସହ ବୈଠକ ପରେ ଖୁବ ଚତୁରତାର ସହ ମ୍ଯାନେଜ ହେବା ପ୍ରସଙ୍ଗକୁ ଏଡାଇ ଯାଇ ବିଜେପି ଉପରେ ବର୍ଷିଛନ୍ତି।


Also Read: 'ବିଜେଡି-କଂଗ୍ରେସର ଅସାଧୁ ମେଣ୍ଟ ‘ପରୀ’କୁ ନ୍ୟାୟ ଦେବାରେ ପ୍ରତିବନ୍ଧକ'


ସବୁ ପ୍ରସଙ୍ଗରେ ବିଜେପି ବିଜେଡି ଏକ ହୋଇଥିବାବେଳେ ବର୍ତ୍ତମାନ ପରୀ ପ୍ରସଙ୍ଗରେ ଜୋରଦାର ଆନ୍ଦୋଳନ କେବଳ ଲୋକ ଦେଖାଣିଆ ବୋଲି କୁହାଯାଇଛି। ଅନ୍ଯପକ୍ଷେ ନୟାଗଡ ଯାଇ ପରୀ ପରିବାରକୁ କଂଗ୍ରେସ ପ୍ରଭାରୀ ଏବଂ କଂଗ୍ରେସର ବରିଷ୍ଠ ନେତା ଭେଟିବେ ବୋଲି କହିଛନ୍ତି। ଏପରିକି ପରୀ ହତ୍ଯା ଘଟଣା ସହିତ ଅନ୍ଯାନ୍ଯ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁ ନୁହଁନ୍ତି ବରଂ ଖୋଦ ମୁଖ୍ଯମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଆବଶ୍ଯକ ବୋଲି ପିସିସି ସଭାପତି କହିଛନ୍ତି।