କାହା ଇସାରାରେ ଚାଲିଛି କଂଗ୍ରେସ? ସୁର ଖୋଲିଲେ ଗୁମର
Advertisement
Article Detail0/zeeodisha/odisha796752

କାହା ଇସାରାରେ ଚାଲିଛି କଂଗ୍ରେସ? ସୁର ଖୋଲିଲେ ଗୁମର

ଦଳୀୟ କନ୍ଦଳ ପାଇଁ ସର୍ବାଦା ବଦନାମ ହୋଇ ଆସୁଛି କଂଗ୍ରେସ। ଦୀର୍ଘଦିନ ଧରି କଂଗ୍ରେସ ଅନ୍ୟ ଦଳ ଦ୍ବାରା ମ୍ୟାନେଜ ହେଉଥିବା ଅଭିଯୋଗ ବି ହେଉଛି। ଯେଉଁଥି ପାଇଁ ଆଜି ଦଳର ପରିସ୍ଥିତି ଏଭଳି ହୋଇଥିବା ଚର୍ଚ୍ଚା ହେଉଛି।

ଡିଜାଇନ ଫଟୋ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ରାଜ୍ୟବାସୀ ପୁଣିଥରେ କଂଗ୍ରେସ ଉପରୁ ମୁହଁଫେରାଇବା ଆରମ୍ଭ କଲେଣି। ପରୀ ମାମଲାରେ ଖୋଲି ଯାଇଛି ରାଜ୍ୟ କଂଗ୍ରେସର ପରୀ ରାଇଜର ଶାସକ ଦଳ ଦ୍ବାରା ହେଉଥିବା ଗହନ କଥା। ସରକାରଙ୍କ ଦ୍ବାରା କିଭଳି କଂଗ୍ରେସ ମ୍ୟାନେଜ ହେଉଛି ତାହାର ରହସ୍ୟ ପଦାକୁ  ଆସିଛି। ପରୀ ଘଟଣାରେ କିଭଳି କଂଗ୍ରେସର ଆଭିମୁଖ୍ୟ ବଦଳି ଯାଇଥିଲା ତାହାର ସତ୍ୟାସତ୍ୟ କଂଗ୍ରେସ ବିଧାୟକ ସୁର ରାଉତରାୟ ଖୋଲଛନ୍ତି।

ସୁର ରାଉତରାୟ (Sura Routray) କହିଛନ୍ତି, "କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ମିଶ୍ର  (Narasingh Mishra) ଙ୍କ କଥାରେ ବିଧାନସଭା  (Odisha Assembly) ପରୀକୁ ନ୍ୟାୟ ଦେବା ପାଇଁ ହୋହାଲ୍ଲା କଲୁ। ହେଲେ ଅଢେଇ ଦିନ ପରେ ପୁଣିଥରେ ତାଙ୍କରି କଥାରେ ସମସ୍ତେ ଚୁପ ହୋଇଗଲେ। SIT ତଦନ୍ତ ନିର୍ଦ୍ଦେଶ ଦେବା ପରେ କଂଗ୍ରେସ ସନ୍ତୁଷ୍ଟ ହୋଇଯାଇଥିଲା।" ହେଲେ ଏହି ତଦନ୍ତକୁ ନେଇ ବିଧାୟକ ସୁର ସନ୍ତୁଷ୍ଟ ନଥିବା ବେଳେ ନରସିଂହ ଓ PCC ସଭାପତି ନିରଞ୍ଜନ ପଟ୍ଟନାୟକ  (Niranjan Pattnayak) ଙ୍କ ଭିନ୍ନ ମତ ରହିଛି। ଦଳ ଏବେ ପରୀ ପାଇଁ ପୁଣିଥରେ ଦୁଇଫାଳ। 

Also Read: ଲକ୍ ଡାଉନ: ସୁର ରାଉତରାୟ ବତାଇଲେ ଦରଦାମ ନିୟନ୍ତ୍ରଣର ଫଣ୍ଡା

କଂଗ୍ରେସ (Congress) ର ଦେଖେଇବା ଦାନ୍ତ ଗୋଟେ ଆଉ ଖାଇବା ଦାନ୍ତ ଆଉ ଗୋଟିଏ। ବିଧାନସଭାରେ କଂଗ୍ରେସ ରାଜ୍ୟବାସୀଙ୍କ ପାଇଁ ଯେଉଁ ହୋହାଲ୍ଲା କରୁଛି ତାହା ସବୁ ନାଟକ। ଶାସକ ଦଳ ଦ୍ବାରା କଂଗ୍ରେସ ମ୍ୟାନେଜ ହେଉଥିବା ଦଳ। ଏହା ଆମେ କହୁନାହୁଁ ଖୋଦ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହି ରହସ୍ୟର ପର୍ଦ୍ଦା ଖୋଲିଛନ୍ତି। ପରୀ ମାମଲା (Pari Murder Case) ରେ କଂଗ୍ରେସ କିଭଳି ଅଢେଇ ଦିନରେ ମ୍ୟାନେଜ ହୋଇଯାଇଥିଲା ତାହାର ପରଦା ଖୋଲିଛନ୍ତି ସୁର। 

ପରୀକୁ ନ୍ୟାୟ ଦେବା ଆଉ ମନ୍ତ୍ରୀ ଅରୁଣ ସାହୁ  (Arun  Sahoo) ଙ୍କ ଇସ୍ତଫା ଦାବି କରି କଂଗ୍ରେସ ବିଧାନସଭାରେ ହୋହାଲ୍ଲା କରିଥିଲା। ହେଲେ ଅଢେଇ ଦିନ ପରେ ସଂପୂର୍ଣ୍ଣ ଓଲଟି ପଡିବା ସହ ପରୀ ପାଇଁ ଲଢୁଥିବା ବିଜେପିକୁ ଆଟାକ କରିଥିଲା। ହଠାତ କଂଗ୍ରେସର ଏଭଳି ରଣନୀତି ଦେଖି ରାଜ୍ୟବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ହେଲେ ଏହା ପଛରେ କିଭଳି ବିଧାୟକ ଦଳ ନେତା ନଂରସିହ ମିଶ୍ରଙ୍କ କର୍ଣ୍ଣମନ୍ତ୍ର କାମ କରିଥିଲା ତାହା ସ୍ପଷ୍ଟ କରିଛନ୍ତି ସୁର। କେମିତି ପରୀ ପ୍ରସଙ୍ଗରୁ ଓହରିବା ପାଇଁ ନରସିଂହ ମିଶ୍ର ସମସ୍ତ ବିଧାୟକକୁ କହିଥିଲେ ତାହାକୁ ନେଇ ସେ ସ୍ପଷ୍ଟ କରିଛନ୍ତି। 

Also Read: ସ୍ୱର ବଦଳାଇଲେ ସୁର

ସେପଟେ ସୁର ରାଉତରାୟଙ୍କ କଥାକୁ ଏଡାଇ ଯାଇ ନରସିଂହ ମିଶ୍ର କହିଛନ୍ତି. "ପରୀ ମାମଲା ରାଜ୍ୟର ଏକ ମାତ୍ର ମାମଲା ନୁହେଁ। ରାଜ୍ୟର ବହୁ ପ୍ରସଙ୍ଗ ରହିଥିଲା ଯାହାକୁ ନେଇ ବିଧାନସଭାରେ ଆଲୋଚନା କରାଯାଇପାରିଥାନ୍ତା। ହେଲେ ବିଜେପି-ବିଜେଡି (BJP-BJD) ର ଅସାଧୁ ମେଣ୍ଟରେ କେବଳ ପରୀ ପ୍ରସଙ୍ଗ ଉଠାଯାଇ ଅନ୍ୟ ସବୁକୁ ଆଲୋଚନା କରିବା ପାଇଁ ବନ୍ଦ କରି ଦିଆଗଲା।"

ସେପଟେ PCC ସଭାପତିଙ୍କ କହିବା ଅନୁସାରେ ପରୀ ପ୍ରସଂଗ ପ୍ରଥମେ କଂଗ୍ରେସ ହିଁ ଉଠାଇଥିଲା। ସେହି ସମୟରେ ବିଜେପିର ଆଭିମୁଖ୍ୟ କେଉଁଠି ଥିଲା। ଏବେ ମିଛରେ ବିଜେପି ପରୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। ବାସ୍ତବରେ କଂଗ୍ରସ କଣ ଶାସକ ଦଳ ଦ୍ବାରା ମ୍ୟାନେଜ ହେଉଥିବା ଦଳ? ସତରେ କଣ କଂଗ୍ରେସ ବିଧାନସଭାରେ ନାଟକବାଜି କରୁଛି?  ଆଗାମୀ ଦିନରେ କଂଗ୍ରେସର ଏପରି ଆଭିମୁଖ୍ୟ ପାଇଁ ବହୁମୂଲ୍ୟ ଦେବାକୁ ପଡିବ କି?