ରାଜ୍ୟ ରାଜନୀତିର ଦିଗ କୁଆଡ଼େ, ଦକ୍ଷିଣ ସେନାପତିଙ୍କ ହାତେ ଓଡ଼ିଆ ନେତାଙ୍କ ଭାଗ୍ୟ !
Advertisement
Article Detail0/zeeodisha/odisha793980

ରାଜ୍ୟ ରାଜନୀତିର ଦିଗ କୁଆଡ଼େ, ଦକ୍ଷିଣ ସେନାପତିଙ୍କ ହାତେ ଓଡ଼ିଆ ନେତାଙ୍କ ଭାଗ୍ୟ !

ଯେଉଁ ସମୟରେ ଯିଏ ବି ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ଅବା ରାଜ୍ୟର ଶାସନ ଡୋରୀକୁ ଧରିଛନ୍ତି । ସେମାନଙ୍କ ନିକଟରେ ଜଣେ ଜଣେ ଉପଦେଷ୍ଟା ଅବା ବ୍ୟକ୍ତିଗତ ସଚିବକୁ ନିଯୁକ୍ତି ଦେଇ ଆସିଛନ୍ତି । ଏପରିକି ବିରୋଧୀ ଦଳର ରାଜ୍ୟ ମୁଖିଆଙ୍କ ନିକଟରେ ଜଣେ ଲେଖାଏଁ ଉପଦେଷ୍ଟା ରହିଥିବାର ନଜିର ରହିଛି ।

 ରାଜ୍ୟ ରାଜନୀତିର ଦିଗ କୁଆଡ଼େ, ଦକ୍ଷିଣ ରାଜାଙ୍କ ହାତେ ଓଡ଼ିଶା ପ୍ରଜାଙ୍କ ଭାଗ୍ୟ !

ନୂଆଦିଲ୍ଲୀ: ଶୀର୍ଷକକୁ ଦେଖିଲେ କେହିବି ଆଶ୍ଚର୍ଯ୍ୟ ହେବ । କିନ୍ତୁ ଏହାକୁ ଯଦି ରାଜନୈତିକ ଦୃଷ୍ଟିକୋଣରୁ ଆଲୋଚନା, ପର୍ଯ୍ୟାଲୋଚନା ତଥା ସମାଲୋଚନା କରାଯାଏ, ତେବେ ଏହି ଉକ୍ତିକୁ ଏଡ଼ାଇ ଦିଆଯାଇନପାରେ । ରାଜ୍ୟ ରାଜନୀତିର ଇତିହାସକୁ ଯଦି ଖେଳାଯାଏ, ତେବେ ଯେଉଁ ସମୟରେ ଯିଏ ବି ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ଅବା ରାଜ୍ୟର ଶାସନ ଡୋରୀକୁ ଧରିଛନ୍ତି । ସେମାନଙ୍କ ନିକଟରେ ଜଣେ ଜଣେ ଉପଦେଷ୍ଟା ଅବା ବ୍ୟକ୍ତିଗତ ସଚିବକୁ ନିଯୁକ୍ତି ଦେଇ ଆସିଛନ୍ତି । ଏପରିକି ବିରୋଧୀ ଦଳର ରାଜ୍ୟ ମୁଖିଆଙ୍କ ନିକଟରେ ଜଣେ ଲେଖାଏଁ ଉପଦେଷ୍ଟା ରହିଥିବାର ନଜିର ରହିଛି । ତାହା ଭିନ୍ନ କଥା, ରାଜ୍ୟର ଶାସନକୁ ସୁଶାସନ ତଥା ସରଳୀକରଣ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ପ୍ରାୟତଃ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିବାର ଉଦାହରଣ ରହିଆସିଛି ।

ତେବେ ସେ ଯାହାବି ହେଉ, ବର୍ତ୍ତମାନର କଥା ଯଦି ଦେଖାଯାଏ ରାଜ୍ୟରେ ବର୍ତ୍ତମାନ ପ୍ରମୁଖ ୩ଟି ଦଳ ରାଜ୍ୟ ରାଜନୀତି ସହିତ ଜଡ଼ିତ ରହିଛନ୍ତି । ବିଜେଡି ଶାସନ ଗାଦିରେ ବସିଥିବା ବେଳେ ବିଜେପି ଓ କଂଗ୍ରେସ ବିରୋଧୀ ତଥା ବିପକ୍ଷ ଦଳ ଭାବେ ରାଜନୀତିରେ ସକ୍ରିୟ ରହିଛନ୍ତି । କଂଗ୍ରେସ ଓ ବିଜେପି ଦୁଇଟି ଯାକ ଜାତୀୟସ୍ତରୀୟ ଦଳ । ରାଜ୍ୟରେ ଏହି ଦୁଇଟି ଦଳ ଉପରେ କେନ୍ଦ୍ରର ସିଧାସଳଖ ଦବଦବା ରହିଥାଏ । ଦଳର ନେତୃତ୍ୱ କିଏ ନେବ, ଦଳ ପକ୍ଷରୁ ରାଜ୍ୟ ପାଇଁ କିଏ ପ୍ରଭାରୀ ହେବ ସେନେଇ ଦଳର ମୁଖିଆ ମାନେ ନିଷ୍ପତ୍ତି ନେଇଥାନ୍ତି।  ଜାତୀୟ ସ୍ତରର ଦଳ ହୋଇଥିବା ହେତୁ ଏହି ନିଷ୍ପତ୍ତି ଉପରେ ସିଧାସଳଖ ଭାବେ ରାଜ୍ୟ ସଂଗଠନର କୌଣସି ସମ୍ପୃକ୍ତି ନଥାଏ । ପ୍ରଭାରୀ କଥା ଯଦି ଦେଖାଯାଏ ତେବେ ପ୍ରଭାରୀ ରାଜ୍ୟ ଓ କେନ୍ଦ୍ର ସଂଗଠନ ସହିତ ସେତୁବନ୍ଧ ସଦୃଶ ହୋଇଥାନ୍ତି । ରାଜ୍ୟ ସଂଗଠନକୁ ସଜାଡ଼ିବା, ରାଜ୍ୟରେ ରଣନୀତି ଧାର୍ଯ୍ୟ କରିବା, ତୃଣମୂଳ ସ୍ତରରେ କିପରି ସଂଗଠନ କାର୍ଯ୍ୟ କରିବା ଭଳି କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି ପ୍ରଭାରୀ ।

Also read- ପିପିଲି ଉପନିର୍ବାଚନ: 'ମୁଁ' ଭାଙ୍ଗୁଛି ବିଜେପି ସଂଗଠନ !

ନିକଟରେ ଏହି ବିଜେପି ଓ କଂଗ୍ରେସର ପ୍ରଭାରୀରେ ପରିବର୍ତ୍ତନ କରାଯାଇଛି । ଓଡ଼ିଶା ପାଇଁ ବିଜେପିର ଦଗୁବତ୍ତୀ ପୁରନ୍ଦେଶ୍ୱରୀ ଓ କଂଗ୍ରେସ ଏ. ଚେଲ୍ଲାକୁମାରଙ୍କୁ ପ୍ରଭାରୀ ଭାବେ ସେମାନଙ୍କ ଦଳ ନିଯୁକ୍ତ ଦେଇଛନ୍ତି । ବିଜେପି ପ୍ରଭାରୀ ହେଉଛନ୍ତି ଡି. ପୁରନ୍ଦେଶ୍ୱରୀ । ଡି. ପୁରନ୍ଦେଶ୍ୱରୀ ହେଉଛନ୍ତି ଆନ୍ଧ୍ରପ୍ରଦେଶ ସାଂସଦ । କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପୁରନ୍ଦେଶ୍ୱରୀ ବର୍ତ୍ତମାନ ବିଜେପିର ସାଂସଦ । ନିଜର ଚାତୁରତା ପାଇଁ ସେ କେନ୍ଦ୍ରୀୟ ପ୍ରତିନିଧିମାନଙ୍କ ଆସ୍ଥାଭାଜନ ହାସଲ କରିପାରିଛନ୍ତି । ଫଳରେ ବିଜେପିର ତୁଙ୍ଗନେତାମାନେ ତାଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି ।

ସେହିପରି କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲାକୁମାର । ସେ ମଧ୍ୟ ଦକ୍ଷିଣ ଭାରତର । ତାମିଲନାଡ଼ୁର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଆରମ୍ଭରୁ ସେ କଂଗ୍ରେସ ସହିତ ଜଡ଼ିତ ରହିଛନ୍ତି। ତାମିଲନାଡ଼ୁରେ କଂଗ୍ରେସ ସ୍ଥିତି ମଜବୁତ କରିବାରେ ତାଙ୍କର ଭୁମିକା ମଧ୍ୟ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି । ତେବେ ତାଙ୍କ ଉପରେ ଭରସା କରିବା ସହିତ କେନ୍ଦ୍ରୀୟ ତୁଙ୍ଗ ନେତା ତାଙ୍କୁ ଓଡ଼ିଶାର ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି । ମୂଳ ପ୍ରସଂଗକୁ ଯଦି ଫେରାଯାଏ ତେବେ ବର୍ତ୍ତମାନ ଏହି ଦୁଇ ପ୍ରଭାରୀଙ୍କ ତତ୍ତ୍ୱାବଧାନରେ ରାଜ୍ୟରେ ଉଭୟ କଂଗ୍ରେସ ଓ ବିଜେପି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହିତ ସଂଗଠନ କିପରି ମଜଭୁତ ହୋଇ ପାରିବ ସେ ଉପରେ ମଧ୍ୟ ଧ୍ୟାନ ଦେବେ ।

Also read- ଏଣିକି ଟ୍ରେଡ ଲାଇସେନ୍ସ ମାଧ୍ୟମରେ ରାଜସ୍ବ ଆଦାୟ କରିବ ବିଏମସି

ପରୋକ୍ଷରେ କହିବାକୁ ଗଲେ ରାଜ୍ୟରେ ଉଭୟ ବିଜେପି ଓ କଂଗ୍ରେସ କିଭଳି କାର୍ଯ୍ୟ କରିବେ ସେନେଇ ସମ୍ପୂର୍ଣ୍ଣ ବ୍ଲ୍ୟୁ ପ୍ରିଣ୍ଟ ଏହି ଦୁଇ ଦକ୍ଷିଣ ଭାରତର ନେତାଙ୍କ ଦାୟିତ୍ୱ । ଏହା ଥିଲା କେବଳ ଦୁଇ ବିରୋଧି ଦଳର କଥା । ଶାସକ ବିଜେଡ଼ି କଥା ଯଦି ଦେଖାଯାଏ, ଆଞ୍ଚଳିକ ଦଳ ହେଉଛି ବିଜେଡ଼ି । ରାଜ୍ୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ଶାସନ ଗାଦିରେ ବସିଛନ୍ତି । କିନ୍ତୁ ବିଗତ କିଛି ବର୍ଷ ହେବ ରାଜ୍ୟରେ ପ୍ରଶାସକଙ୍କ ଆଧିପତ୍ୟ ବଢିବାରେ ଲାଗିଛି । ରାଜ୍ୟ ସରକାରଙ୍କ ବହୁ ପ୍ରମୁଖ ପ୍ରଶାସକଙ୍କ ମଧ୍ୟରେ ଅନେକ ଓଡ଼ିଶା କ୍ୟାଡ଼ର ହୋଇଥିଲେ ମଧ୍ୟ ମୂଳ ବାସିନ୍ଦା ବିଶେଷ କରି ଦକ୍ଷିଣ ଭାରତର ।

ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପ୍ରମୁଖ ରାଜ୍ୟର ମୂଳ ବାସିନ୍ଦା ବର୍ତ୍ତମାନ ରାଜ୍ୟରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ । ରାଜ୍ୟ ସରକାରଙ୍କ ଉରଦେଷ୍ଟାଙ୍କ କଥା କୁହନ୍ତୁ ଅବା ୫ଟି ସଚିବଙ୍କ କଥା କୁହନ୍ତୁ, ସବୁଠି ଦକ୍ଷିଣ ଭାରତୀୟ ପ୍ରଶାସକ ରହିଛନ୍ତି । ଏକଦା ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଥିବା ପ୍ୟାରିମୋହନ ମହାପାତ୍ରଙ୍କ ପରେ ଏବେ ତାଙ୍କ ସ୍ଥାନରେ ରହିଛନ୍ତି ଭିକେ ପାଣ୍ଡିଆନ । ସେ ରାଜ୍ୟର ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟର ହିତ ପାଇଁ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରୁଛନ୍ତି । ରାଜ୍ୟରେ ସରକାରୀ ଯୋଜନାକୁ ସଠିକ ଢଙ୍ଗରେ କାର୍ଯ୍ୟ କରିବା ହେଉ ଅବା ସରକାର-ରାଜ୍ୟବାସୀଙ୍କ ମଧ୍ୟରେ ଟ୍ରାନସପେରେନ୍ସି ର କଥା ହେଉ, ସବୁଠି ପାଣ୍ଡିଆନଙ୍କ ନିଷ୍ପତ୍ତି ରହିଥିବା ନେଇ ଚର୍ଚ୍ଚା ହୁଏ ।

ତେବେ ସେ ଯାହା ବି ହେଉ, ରାଜ୍ୟ ରାଜନୀତିରେ ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷରେ ଦକ୍ଷିଣ ଭାରତର ଏହି ତୁଙ୍ଗ ନେତାମାନେ ଏକ ପ୍ରକାର ଦବଦବା ଜାହିର କରିଛନ୍ତି । ରାଜ୍ୟବାସୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଏହି ଦକ୍ଷିଣ ଭାରତର ରଜା ।