Dhamnagar Bypoll: ଦିଲ୍ଲୀ ଦରବାରରେ କଂଗ୍ରେସର 'ସ୍ୱୟଂବର', ଧାମନଗରରୁ ଗଲା ତିନୋଟି ନାମ
Advertisement
Article Detail0/zeeodisha/odisha1388621

Dhamnagar Bypoll: ଦିଲ୍ଲୀ ଦରବାରରେ କଂଗ୍ରେସର 'ସ୍ୱୟଂବର', ଧାମନଗରରୁ ଗଲା ତିନୋଟି ନାମ

Dhamnagar Bypoll Candidates: ଆସନ୍ତା ନଭେମ୍ବର ତିନି ତାରିଖରେ ଧାମନଗର ଉପନିର୍ବାଚନ ହେବ। ଏଥିପାଇଁ ଗତ ୬ ତାରିଖରେ ନିର୍ବାଚନ କମିଶନ ପକ୍ଷରୁ ବିଧିବଦ୍ଧ ଭାବେ ନୋଟିସ ଜାରି କରାଯାଇଛି। ୧୪ ଅକ୍ଟୋବର ୨୦୨୨ ନାମାଙ୍କନର ଶେଷ ତାରିଖ ଓ ୧୭ ଅକ୍ଟୋବର ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ। ତିନି ନଭେମ୍ବର ୨୦୨୨ ମତଦାନ ହେବାକୁ ଥିବା ବେଳେ ୬ ନଭେମ୍ବର ୨୦୨୨ ଭୋଟ ଗଣତି ହେବ।

Dhamnagar Bypoll: ଦିଲ୍ଲୀ ଦରବାରରେ କଂଗ୍ରେସର 'ସ୍ୱୟଂବର', ଧାମନଗରରୁ ଗଲା ତିନୋଟି ନାମ

Dhamnagar Bypoll, ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଯୋରଦାର ଚାଲିଛି। ବିଜେପି ପ୍ରାର୍ଥୀ ଚୟନ କରିବା ପରେ କଂଗ୍ରେସ ଫୁଲ ଚାର୍ଜ ହୋଇଛି।  ଧାମନଗର ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତିନି ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ତେବେ ଫାଇନାଲ ସିଲେକସନ୍ ପାଇଁ ଗୁରୁବାର ଦିଲ୍ଲୀ ପଠାଇଛି। ଏହି ତାଲିକାରେ ଜଣେ ପୂର୍ବତନ ବିଧାୟକ ଓ ଜଣେ ବିଧାୟକ ପ୍ରାର୍ଥୀଙ୍କ ନାମ ଥିବା ସୂଚନା ମିଳିଛି।

ଧାମନଗର ଉପନିର୍ବାଚନ ପାଇଁ ୩ଟି ନାମକୁ ନେଇ ଚର୍ଚ୍ଚା ଚାଲିଛି। ପିସିସି ସେହି ନାମ ଗୁଡିକୁ ଏଆଇସିସିକୁ ପଠାଇଛି। ଖୁବଶୀଘ୍ର ଦିଲ୍ଲୀ ଦରବାରରେ ପ୍ରାର୍ଥୀ ନାମ ଚୂଡାନ୍ତ ହେବ ବୋଲି କୁହାଯାଇଛି। ଦିଲ୍ଲୀ ପଠା ଯାଇଥିବା ତିନି ନାମ ହେଲା- ବାବା ହରେକୃଷ୍ଣ ସେଠୀ, ପଞ୍ଚାନନ ମଣ୍ଡଳ ଓ ହୃଦାନନ୍ଦ ସେଠୀ। ହରେକୃଷ୍ଣ ପେଶାରେ ଓକିଲ ଓ ସମାଜ ସେବୀ। ତାଙ୍କ ପତ୍ନୀ ଧାମନଗର ଏନଏସି ଅଧକ୍ଷା ପାଇଁ ନିର୍ବାଚନ ଲଢିଥିଲେ। ଦ୍ୱିତୀୟ ନାମ ପଞ୍ଚାନନ ମଣ୍ଡଳଙ୍କ ରହିଛି। ପଞ୍ଚାନନ, ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ। ସେହିପରି ୨୦୧୪ରେ ଧାମନଗରରୁ ବିଧାନସଭା ନିର୍ବାଚନ ଲଢିଥିବା ହୃଦାନନ୍ଦ ସେଠୀ ମଧ୍ୟ ତାଲିକାରେ ଅଛି। ତେବେ ଏହି ୩ଟି ନାମ ଭିତରେ ବାବା ହରେକୃଷ୍ଣ ସେଠୀଙ୍କୁ ନାମ  ଆଗରେ ରହିଥିବା କୁହାଯାଉଛି।

Also Read: Dhamnagar By-Election Date: ନଭେମ୍ବରରେ ଧାମନଗର ଉପ-ନିର୍ବାଚନ, ECI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

କେନ୍ଦ୍ରୀୟ ସଙ୍କେତ ମିଳିବା ପରେ ମଙ୍ଗଳବାର କଂଗ୍ରେସ ତାର ପ୍ରାର୍ଥୀଙ୍କ ନାଆ ଘୋଷଣା କରିବ। ସଭାପତି ଶରତ ପଟ୍ଟନାୟକ ନାମ ଘୋଷଣା କରିବେ। ଦିଲ୍ଲୀ ଯାହା ନାମରେ ମୋହର ମାରିବ ତାଙ୍କୁ ହିଁ ଧାମନଗରର ପ୍ରାର୍ଥୀ କରାଯିବ। ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଆଧାର କରି ପ୍ରାର୍ଥୀ ଚୟନ କମିଟି, ପିସିସି ସଭାପତିଙ୍କୁ ରିପୋର୍ଟ ଦେଇଛି। ସୋମବାର ଧାମନଗର ପ୍ରାର୍ଥୀ ଚୂଡାନ୍ତ ନେଇ କଂଗ୍ରେସ ଭବନରେ ବୈଠକ ହୋଇଥିଲା। ବୈଠକରେ ପିସିସି ସଭାପତିଙ୍କ ସହିତ ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସରେ ଟିକଟ ପାଇଁ ଜୋରଦାର ଲବି ହେଉଥିଲା। ଟିକଟ ପାଇଁ ଅନିତା ସେଠୀ ଓ ତାଙ୍କ ଝିଅ ମଧ୍ୟ ଲବି କରୁଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି। କିନ୍ତୁ ଉଭୟଙ୍କ ମଧ୍ୟରୁ କାହା ନାମ କେନ୍ଦ୍ରକୁ ସୁପାରିଶ କରାଯାଇନାହିଁ। ପ୍ରାର୍ଥୀ ଚୟନ ପାଇଁ ଚାରଟି କମିଟି ଗଠନ କରାଯାଇଥିଲା। ପର୍ଯ୍ୟବେକ୍ଷକଙ୍କୁ ନେଇ ଏକ ନ୍ୟୁଟ୍ରାଲ କମିଟି ତୃଣମୂଳ ସ୍ତରକୁ ଯାଇ ଆଶାୟୀ ପ୍ରାର୍ଥୀଙ୍କ ଆଚାର ବ୍ୟବହାର, ଭଦ୍ରତା, ଲୋକପ୍ରିୟତା, ଜନସମର୍ଥନ ଓ ବିଜୟ ଆଶା ପରଖିଥିଲେ। ଦ୍ୱିତୀୟ ଟିମ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଯାଞ୍ଚ କରିଥିଲେ। ସେହିପରି ଅନ୍ୟ ଦୁଇଟି ଟିମରେ ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ପ୍ରମୁଖ ସ୍ଥିତି ସମୀକ୍ଷା କରିଥିଲେ। 

Also Read: Dhamnagar Bypoll: କାହାକୁ ମିଳିବ କଂଗ୍ରେସ ଟିକଟ? ସୁର କଲେ ବଡ଼ ଖୁଲାସା

ସେପଟେ ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି। ସ୍ୱର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ଦଳ ପ୍ରାର୍ଥୀ କରିଛି। ରବିବାର ସୂର୍ଯ୍ୟବଂଶୀଙ୍କ ନାଁରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି। ତେବେ ବର୍ତ୍ତମାନ ପର୍ଯ୍ଯନ୍ତ ବିଜେଡି କାହାକୁ ପ୍ରାର୍ଥି କରିବା ତାହା ସସ୍ପେନ୍ସରେ ରହିଛି। ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗର ଆସନ ଖାଲି ପଡିଛି। ନଭେମ୍ବର ୩ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୬ ତାରିଖରେ ଫଳାଫଳ ବାହାରିବ।