Vote: କେଉଁ ବୁଥରେ ହୋଇଛି ଆପଣଙ୍କ ଭୋଟଦାନ ବ୍ୟବସ୍ଥା ଜାଣିବେ କେମିତି?
Advertisement
Article Detail0/zeeodisha/odisha2262485

Vote: କେଉଁ ବୁଥରେ ହୋଇଛି ଆପଣଙ୍କ ଭୋଟଦାନ ବ୍ୟବସ୍ଥା ଜାଣିବେ କେମିତି?

Vote:କେଉଁ ବୁଥରେ ହୋଇଛି ଆପଣଙ୍କ ଭୋଟଦାନ ବ୍ୟବସ୍ଥା ଜାଣିବେ କେମିତି? ଏଥିଲାଗି ନିର୍ବାଚନ କମିଶନଙ୍କ ଓ୍ୱେବସାଇଟ୍‍ https://electoralsearch.eci.gov.in/ କିମ୍ବା ଭୋଟର ହେଲ୍ପଲାଇନ ଆପ୍‍ ଡାଉନଲୋଡ୍‍ କରି ଜାଣିପାରିବେ। ଏଥିରେ ତିନି ପ୍ରକାରେ ଆପଣ ନିଜର ଭୋଟିଂ କେନ୍ଦ୍ର ବିଷୟରେ ଜାଣିବା ସହଜ ହେବ। ଜଣଙ୍କ ଭୋଟର ପରିଚୟ ପତ୍ର ତଥ୍ୟ ଦେଇ, ଦ୍ୱିତୀୟରେ ନିଜର ବିବରଣୀ ଦେଇ ନହେଲେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍‍ ନମ୍ବର ଦେଇ ମଧ୍ୟ ଆପଣ ପୁଲିଂ ବୁଥ ସମ୍ପର୍କିତ ତଥ୍ୟ ଡାଉନଲୋଡ୍‍ କରିପାରିବେ। 

Vote: କେଉଁ ବୁଥରେ ହୋଇଛି ଆପଣଙ୍କ ଭୋଟଦାନ ବ୍ୟବସ୍ଥା ଜାଣିବେ କେମିତି?

Vote: କେଉଁ ବୁଥରେ ହୋଇଛି ଆପଣଙ୍କ ଭୋଟଦାନ ବ୍ୟବସ୍ଥା ଜାଣିବେ କେମିତି? ଏଥିଲାଗି ନିର୍ବାଚନ କମିଶନଙ୍କ ଓ୍ୱେବସାଇଟ୍‍  https://electoralsearch.eci.gov.in/ କିମ୍ବା ଭୋଟର ହେଲ୍ପଲାଇନ ଆପ୍‍ ଡାଉନଲୋଡ୍‍ କରି ଜାଣିପାରିବେ। ଏଥିରେ ତିନି ପ୍ରକାରେ ଆପଣ ନିଜର ଭୋଟିଂ କେନ୍ଦ୍ର ବିଷୟରେ ଜାଣିବା ସହଜ ହେବ। ଜଣଙ୍କ ଭୋଟର ପରିଚୟ ପତ୍ର ତଥ୍ୟ ଦେଇ, ଦ୍ୱିତୀୟରେ ନିଜର ବିବରଣୀ ଦେଇ ନହେଲେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍‍ ନମ୍ବର ଦେଇ ମଧ୍ୟ ଆପଣ ପୁଲିଂ ବୁଥ ସମ୍ପର୍କିତ ତଥ୍ୟ ଡାଉନଲୋଡ୍‍ କରିପାରିବେ। ତେବେ, ଆସନ୍ତୁ ଏହି ବିଷୟରେ ବିସ୍ତୁତ ଭାବରେ ଜାଣିବା... 

ଯଦି ଆପଣ ନିଜ ଜାଣି ନାହାଁନ୍ତି ଆପଣର କେଉଁ ସ୍ଥାନରେ ମତଦାନର ବ୍ୟବସ୍ଥା ହୋଇଛି । ତେବେ, ପ୍ରଥମେ ଆପଣ ନିର୍ବାଚନ କମିଶନଙ୍କ ଓ୍ୱେବସାଇଟ୍‍  https://electoralsearch.eci.gov.in/କୁ ଯାଆନ୍ତୁ । ଓ୍ବେବ୍ ସାଇଟ୍ କୁ ଯିବା ପରେ ସେହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ଏହା ପରେ  ସ୍କ୍ରିନ୍ ରେ  ତିନୋଟି ଅପସନ୍ ଆସିବ।  ପ୍ରଥମ ଅପସନଟି ସର୍ଚ୍ଚ ବାଏ ଇପିଆଇସି (Search by EPIC), ସର୍ଚ୍ଚ ବାଏ ଡିଟେଲ୍ସ (Search by EPIC) ଏବଂ ଅନ୍ୟଟି  ସର୍ଚ୍ଚ ବାଏ ମୋବାଇଲ୍ (Search by Mobile)। ଏହି ୩ଟି ଅପସନ୍ ମଧ୍ୟରୁ ଆପଣ ଯେ କୌଣସି  ଅପସନକୁ ଯାଇ ନିଜ ଭୋଟିଂର ସ୍ଥାନ ଖୋଜି ପାଇପାରିବେ। 

ସର୍ଚ୍ଚ ବାଏ ଇପିଆଇସି (Search by EPIC)ରେ ଆପଣ ପ୍ରଥମେ କ୍ଲିକ୍ କରନ୍ତୁ । ଏବଂ ସ୍କ୍ରିନ୍ ରେ  ତିନୋଟି ଅପସନ ଆସିବ । EPIC ନମ୍ବର,  ସିଲେକ୍ଟ ଲାଙ୍ଗୁଏଜ୍,  ଏବଂ ସିଲେକ୍ଟ ଷ୍ଟେଟ୍ । ପ୍ରଥମେ ଆପଣ ନିଜର  ଭୋଟର କାର୍ଡ଼ ରେ ଥିବା EPIC ଦିଅନ୍ତୁ । ପରେ ନିଜର ଭାଷା ବା ଲାଙ୍ଗୁଏଜ୍ ରେ କ୍ଲକ୍ କରନ୍ତୁ। ଏବଂ ପରେ ଷ୍ଟେଟ୍ ରେ କ୍ଲିକ୍ କରିବେ ଏବଂ ସ୍କ୍ରିନ୍ ଥିବା( Captcha Code) ନମ୍ବର ଟିକୁ ଡାହାଣପଟରେ ଥିବା ଖାଲି ସ୍ଥାନରେ ପୂରଣ କରିବା ସହ କ୍ଲିକ୍ କରିବେ। ଏବଂ ଭୋଟିଂର ସ୍ଥାନ ଅତି ସହଜରେ ପାଇପାରିବେ।

ସେହିପରି  ସର୍ଚ୍ଚ ବାଏ ଡିଟେଲ୍ସ (Search by EPIC) ମଧ୍ୟ  ନିଜ ଭୋଟିଂ କେନ୍ଦ୍ର ଖୋଜି ବାହାର କରିପାରିବେ। ପ୍ରଥମେ ସ୍କ୍ରିନ୍ ରେ ଥିବା  ଷ୍ଟେଟ୍ ସିଲେକ୍ଟ କରନ୍ତୁ।  ପରେ ନିଜର ଭାଷା ବା ଲାଙ୍ଗୁଏଜ୍ ଚଏସ୍ କରନ୍ତୁ। ଏବଂ ନିଜର ନାଁ, ଜନ୍ମ ତାରିଖ , ବୟସ ,ଲିଙ୍ଗ, ଯଦି ଆପଣ ଅବିବାହିତ ତେବେ, ଆପଣ ନିଜ ପିତାଙ୍କ ନାଁ ଭରନ୍ତୁ। ଯଦି ଆପଣ ବିବାହିତ ତେବେ, ନିଜ ସ୍ବାମୀଙ୍କ ନାଁ ଭରନ୍ତୁ। ପରେ ନିଜ ଜିଲ୍ଲାର ନାଁ ଚୟନ କରନ୍ତୁ। ଏବଂ ଆପଣଙ୍କର ନିର୍ବାଚନ ମଣ୍ତଳୀର ନାଁଟିକୁ ସଠିକ୍ ଭାବରେ ଭରନ୍ତୁ । ସ୍କ୍ରିନ୍ ଥିବା( Captcha Code) ନମ୍ବର ଟିକୁ ଡାହାଣପଟରେ ଥିବା ଖାଲି ସ୍ଥାନରେ ପୂରଣ କରିବା ସହ କ୍ଲିକ୍ କରିବେ। ଏବଂ ଭୋଟିଂର ସ୍ଥାନ ଅତି ସହଜରେ ପାଇପାରିବେ।

ସେହିପରି,  ନିଜ ମୋବାଇଲ୍ ରେ ମଧ୍ୟ ଆପଣ ନିଜ ଭୋଟିଂ କେନ୍ଦ୍ର ଖୋଜି ପାଇପାରିବେ। ପ୍ରଥମେ  ନିର୍ବାଚନ କମିଶନଙ୍କ ଓ୍ୱେବସାଇଟ୍‍  https://electoralsearch.eci.gov.in/କୁ ଯାଆନ୍ତୁ। ପରେ ସ୍କ୍ରିନ୍ ରେ ଆସିଥିବା  ଏହି ଲିଙ୍କରେ କ୍ଲିକ୍ କଲେ ତୃତୀୟ ନମ୍ବରେ ଥିବା ସର୍ଚ୍ଚ ବାଏ ମୋବାଇଲ୍ (Search by Mobile) ରେ କ୍ଲିକ୍ କରନ୍ତୁ। ପ୍ରଥମେ ଆପଣ  ଏହା ଉପରେ କ୍ଲିକ୍ କରିବା ପରେ ପ୍ରଥମେ ଆପଣ ନିଜ ରାଜ୍ୟର ନାଁ ଏବଂ ପରେ ନିଜର ଭାଷାକୁ ବାଛନ୍ତୁ। ପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍‍ ନମ୍ବର ଦିଅନ୍ତୁ। ସ୍କ୍ରିନ୍ ଥିବା( Captcha Code) ନମ୍ବର ଟିକୁ ତଳେ ଥିବା ଖାଲି ସ୍ଥାନରେ ପୂରଣ କରିବା ସହ କ୍ଲିକ୍ କରିବେ। ଏବଂ  ଆପଣଙ୍କ ମୋବାଇଲ୍ କୁ ଏକ ଓଟିପି ଯିବ। ଯାହା ସେହି ଓଟିପରିରେ କ୍ଲିକ୍ କଲେ ଭୋଟିଂର ସ୍ଥାନ ଅତି ସହଜରେ ପାଇପାରିବେ।