Odisha Flood: କାଠଗଡ଼ାରେ ରାଜ୍ୟ ସରକାର, ବିଜେପିର ଚାର୍ଜସିଟରେ ୧୦ଟି ସାଙ୍ଘାତିକ ଅଭିଯୋଗ
Advertisement
Article Detail0/zeeodisha/odisha1330553

Odisha Flood: କାଠଗଡ଼ାରେ ରାଜ୍ୟ ସରକାର, ବିଜେପିର ଚାର୍ଜସିଟରେ ୧୦ଟି ସାଙ୍ଘାତିକ ଅଭିଯୋଗ

ରାଜ୍ୟ ବିଜେପି କହିଛି ଯେ, ଏହା ଏକ ମନୁଷ୍ୟକୃତ ବନ୍ୟା। ସରକାରଙ୍କ ଅପାରଗପଣିଆ ପାଇଁ ଏହି ବନ୍ୟା ହେଲା। ରାଜ୍ୟ ସରକାର ଚାହିଁଥିଲେ ବନ୍ୟାକୁ ରୋକିପାରିଥାନ୍ତେ। ସରକାରଙ୍କ ତତ୍ପରତା ଦେଖିବାକୁ ମିଳିନଥିଲା। ଲୋକ ପ୍ରସ୍ତୁତ ନଥିଲେ କି ସରକାର ବି ପ୍ରସ୍ତୁତ ନଥିଲେ। ଚାଷୀଙ୍କ ଫସଲହାନୀ ହୋଇଛି।

Odisha Flood: କାଠଗଡ଼ାରେ ରାଜ୍ୟ ସରକାର, ବିଜେପିର ଚାର୍ଜସିଟରେ ୧୦ଟି ସାଙ୍ଘାତିକ ଅଭିଯୋଗ

BJP on Odisha Flood, ଭୁବନେଶ୍ୱର: ରାଜ୍ୟର ବନ୍ୟା ଜନିତ କ୍ଷୟକ୍ଷତି ପ୍ରସଙ୍ଗରେ ଗୁରୁବାର ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ବନ୍ୟା ପରିଚାଳନା ନେଇ ବିଜେପି ଏକ ଲମ୍ବା ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଦୁଇଟି ପ୍ରତିନିଧି ଦଳ ଏହି ଅଭିଯୋଗ ଫର୍ଦ୍ଦ ହସ୍ତାନ୍ତର କରିଛି। ବନ୍ୟାଞ୍ଚଳ ପରିଦର୍ଶନ ପରେ ବିରୋଧି ଦଳ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ ପ୍ରସ୍ତୁତ କରିଛି। ତେବେ ବିଜେପିର ଏହି ଚାର୍ଜସିଟରେ ୧୦ଟି ସାଙ୍ଘାତିକ ଅଭିଯୋଗ ହୋଇଛି। 

ରାଜ୍ୟ ବିଜେପି କହିଛି ଯେ, ଏହା ଏକ ମନୁଷ୍ୟକୃତ ବନ୍ୟା। ସରକାରଙ୍କ ଅପାରଗପଣିଆ ପାଇଁ ଏହି ବନ୍ୟା ହେଲା। ରାଜ୍ୟ ସରକାର ଚାହିଁଥିଲେ ବନ୍ୟାକୁ ରୋକିପାରିଥାନ୍ତେ। ସରକାରଙ୍କ ତତ୍ପରତା ଦେଖିବାକୁ ମିଳିନଥିଲା। ଲୋକ ପ୍ରସ୍ତୁତ ନଥିଲେ କି ସରକାର ବି ପ୍ରସ୍ତୁତ ନଥିଲେ। ଚାଷୀଙ୍କ ଫସଲହାନୀ ହୋଇଛି। ରାଜ୍ୟ ସରକାରଙ୍କ ବନ୍ୟା ପରିଚାଳନାରେ ବିଫଳତା ଯୋଗୁଁ ଓଡିଶାବାସୀ କ୍ଷତି ସହିଲେ। ହୀରାକୁଦ ବନ୍ଧ ଜଳ ପରିଚାଳନାରେ ସରକାର ଫେଲ ମାରିଛନ୍ତି। ରାଜ୍ୟ ସରକାର ଅକ୍ଷମଣୀୟ ଅପରାଧ କରିଛନ୍ତି। ଓଡିଶାବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରୀ ହାତ ଯୋଡ଼ି ଭୁଲ ମାଗନ୍ତୁ ବୋଲି ବିଜେପିର ଦୁଇ ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ଓ ମନମୋହନ ସାମଲ କହିଛନ୍ତି।

Also Read: ମୁଖ୍ୟମନ୍ତ୍ରୀ ପାଇବେ ଲାଇଫ୍ ଟାଇମ ଆଚିଭମେଣ୍ଟ ଆୱର୍ଡ; ନବୀନକୁ ଜଣା କେମିତି ହେବ ଲୋକଙ୍କ ମନ କିଣା!

ବିଜେପିର ୧୦ଟି ଅଭିଯୋଗ-

୧- ମହାନଦୀ ବେସିନରେ ଛତିଶଗଡ଼ ଛଅଟି ଗଜ୍ ଷ୍ଟେସନ କରିଛି। ଓଡିଶା ଅଧିକାରୀମାନେ ଏହି ଗଜ୍ ଷ୍ଟେସନ ଗୁଡ଼ିକ ଉପରେ ନଜର ରଖିବା କଥା ଓ ପରିଚାଳନାର ପ୍ଲାନିଂ କରିବାର ଥିଲା। କିନ୍ତୁ ରାଜ୍ୟ ସରକାର କଲେ ନାହିଁ।

୨- ଛତିଶଗଡ଼ ଓ ଓଡିଶା ସରକାର ପକ୍ଷରୁ ହୀରାକୁଦ ବନ୍ଧ ଜଳ ପରିଚାଳନା ଓ ନିଷ୍କାସନ ସମ୍ପର୍କରେ ଇଆଇସି ସ୍ତରୀୟ ଅଧିକାରୀଙ୍କ ବୈଠକ ହେବା କଥା। କିନ୍ତୁ ୩ରୁ ୪ ବର୍ଷ ହେଲା ଏହି ବୈଠକ ହେଉନାହିଁ। 

୩- ପ୍ରତି ୧୦ ବର୍ଷରେ ଥରେ ରୁଲ୍ କର୍ଭ ସଂଶୋଧନ ହେବା କଥା। କିନ୍ତୁ ୩୮ ବର୍ଷ ଭିତରେ ଥରେ ବି ସଂଶୋଧନ କରାଯାଇନାହିଁ। ଏମିତିକି ଚଳିତ ରୁଲ୍ କର୍ଭକୁ ମଧ୍ୟ ପାଳନ କରାଯାଉନାହିଁ।

୪- ନଦୀର ଜଳ ଧାରଣ କ୍ଷମତା ଓ ନଦୀ ବନ୍ଧ ସୁରକ୍ଷାକୁ ନେଇ ୪ ବର୍ଷ ହେଲା କୌଣସି ସମୀକ୍ଷା ବୈଠକ କରାଯାଇନାହିଁ।

୫- ୨୦୦୮ରେ ବନ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିୟମ ପାଳନ କରାଯାଉନାହିଁ।

୬- ପୂର୍ବରୁ ସରକାର ୭ଟି ବ୍ୟାରେଜ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଯାଏଁ ଗୋଟିଏ ବି ହୋଇନାହିଁ। 

୭- ରିଲିଫ କୋଡ଼ ଅନୁଯାୟୀ ବନ୍ୟା ବିପନ୍ନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ। ଚାରି ତାରିଖ ପର୍ଯ୍ୟନ୍ତ ପ୍ରଶାସନ ଓ ରିଲିଫ ଲୋକଙ୍କ ପାଖରେ ପହଞ୍ଚିଲେ ନାହିଁ।

୮- କୌଣସି ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଚୂଡା, ଚାଉଳ, ଚିନି ଆଦି ରଖିବା ଦରକାର। ହେଲେ କେଉଁଠି କିଛି ନଥିଲା।

୯- ବନ୍ୟା ଜନିତ ଘର ଭଙ୍ଗା ଓ ଫସଲ କ୍ଷତିର ଆକଳନ କରିବାରେ ସରକାର ବିଫଳ ହୋଇଛନ୍ତି।

୧୦- କୃଷି ମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଆସିବ। ମୁଖ୍ୟମନ୍ତ୍ରୀ କହିଲେ ୧୫ ଦିନରେ କ୍ଷତିପୂରଣ ପ୍ରଦାନ କରାଯିବ। କିନ୍ତୁ ଦୁଇ ସପ୍ତାହ ପରେ ବି କ୍ଷୟକ୍ଷତିର ଆକଳନ କରିବାକୁ ସରକାରୀ ଟିମ ପହଞ୍ଚିପାରିନାହିଁ।