Bihar Politics: ବିଧାନ ପରିଷଦରେ ମୁଖ୍ୟମନ୍ତ୍ରୀଙ୍କ DNA ବାବଦରେ ହେଲା ଚର୍ଚ୍ଚା
Advertisement
Article Detail0/zeeodisha/odisha1320911

Bihar Politics: ବିଧାନ ପରିଷଦରେ ମୁଖ୍ୟମନ୍ତ୍ରୀଙ୍କ DNA ବାବଦରେ ହେଲା ଚର୍ଚ୍ଚା

Samrat Choudhary on Nitish Kumar:  ବିରୋଧି ଦଳ ନେତା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି ଯେ ରାଜନୀତିରେ ପଟ ପରିବର୍ତ୍ତନ ବିହାର ଡିଏନଏ ରେ ରହିଛି ଚାହା ମୁଖ୍ୟମନ୍ତ୍ରୀ ପ୍ରମାଣ କରି ଦେଖାଇ ସାରିଛନ୍ତି।  

Bihar Politics: ବିଧାନ ପରିଷଦରେ ମୁଖ୍ୟମନ୍ତ୍ରୀଙ୍କ DNA ବାବଦରେ ହେଲା ଚର୍ଚ୍ଚା

Nitsh Kumar DNA: ବିହାରରେ ସରକାର ବଦଳିବା ସହ ବଦଳିଯାଇଛି ରାଜ୍ୟର ରାଜନୈତିକ ସମୀକରଣ। ବିହାର ଶାସନ ଗାଦିରେ ବସିଥିବା ବିଜେପି ବର୍ତ୍ତମାନ ରାଜ୍ୟର ମୁଖ୍ୟ ବିରୋଧି ଦଳ ଆସନରେ ବସିଛି। ଗୁରବାର ବିହାର ବିଧାନ ପରିଷଦରେ ବିରୋଧି ଦଳ ନେତା ତଥା ବିଧାନ ପରିଷଦ ସଦସ୍ୟ ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ତାଙ୍କ DNA ବାବଦରେ ଆଲୋଚନା କରିଥିଲେ। ଏନେଇ ବିରୋଧି ଦଳ ନେତା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି ଯେ ରାଜନୀତିରେ ପଟ ପରିବର୍ତ୍ତନ ବିହାର ଡିଏନଏ ରେ ରହିଛି ଚାହା ମୁଖ୍ୟମନ୍ତ୍ରୀ ପ୍ରମାଣ କରି ଦେଖାଇ ସାରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉଦ୍ଦେଶ୍ୟରେ ବିଜେପି ବିଧାନ ପରିଷଦ ସଦସ୍ୟ କହିଛନ୍ତି ଯେ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ କ'ଣ କରିବାକୁ ଯାଉଛନ୍ତି ତାହା ସେ ମଧ୍ୟ ଜାଣିନାହାଁନ୍ତି।

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ (Bihar Deputy Chief Minister Tejashwi Yadav) ଉଦ୍ଦେଶ୍ୟରେ ବିଜେପି ବିଧାନ ପରିଷଦ ସଦସ୍ୟ ସମ୍ରାଟ ଚୌଧୁରୀ (BJP MLC Samrat Choudhary) କହିଛନ୍ତି ଯେ ଆପଣ ମୋର ସାନ ଭାଇ ଭଳି। ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଆପଣ ସାବଧାନ ରୁହନ୍ତୁ। ଆପଣ ସତର୍କ ରୁହନ୍ତି। ଆମେ ସେମାନଙ୍କୁ ଅନେକ ଥର ଦେଖିଛୁ। ଏହି ବାର୍ତ୍ତାଳାପ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ (Bihar Chief Minister Nitish Kumar) ହସୁଥିବା ଦେଖିବାକୁ ମିଳିଥିଲ। ଏହାପୂର୍ବରୁ ବିହାର ରାଜନୀତିରେ (Bihar Politics) ହୋଇଥିବା ନାଟକୀୟ ରାଜନୈତିକ ଘଟଣାକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଦଳ ଜେଡିୟୁ ସଦସ୍ୟ ଗୁଲାମ ଗୌସ (JDU MLC Ghulam Ghaus) ଏକ ମଜାଳିଆ ଢଙ୍ଗରେ କହିଛନ୍ତି ଯେ ଆମେ ସମାଜବାଦୀ ୨ ବର୍ଷରୁ ଅଧିକ ସମୟ ଧରି ଏକାଠି ରହିପାରିବୁ ନାହିଁ। ହେଲେ ଆମେ ଏକ ବର୍ଷରୁ ଅଧିକ ସମୟ ଧରି ଅଲଗା ହୋଇପାରିବୁ ନାହିଁ। ସେଥିପାଇଁ ଜେଡିୟୁ-ଆରଜେଡି (JDU-RJD) ହାତ ମିଳାଇଛନ୍ତି। ମୁଁ ବିଜେପିରେ ଥିବା ମୋର ବନ୍ଧୁଙ୍କୁ କହିବାକୁ ଚାହେଁ ଯେ ସେମାନେ ସାହାସ ହରାନ୍ତୁ ନାହିଁ। ଆସନ୍ତାକାଲି କଣ ଘଟିବ କିଏ ଜାଣେ।

Also Read: କଷ୍ଟ ଜଣାଇଲେ Bihar ସରକାରଙ୍କ Minister; କହିଲେ ଗଠବନ୍ଧନ ସରକାରରେ କାମ କରିବା ବହୁତ Challenging

ଜେଡିୟୁ ବିଧାନ ପରିଷଦ ସଦସ୍ୟ ଗୁଲାମ ଗୌସଙ୍କ ବିବୃତ୍ତି ଶୁଣିବା ପରେ ଅନ୍ୟତମ ଜେଡିୟୁ ବିଧାୟକ ବିଜୟ କୁମାର ଚୌଧରୀ (JDU MLA Vijay Kumar Chaudhary) କହିଛନ୍ତି ମୁଁ କେବଳ ଗୌସ ସାହେବଙ୍କ କଥା ବଦଳାଇବାକୁ ଚାହୁଁଛି ଯେ ତାଙ୍କ ଦ୍ୱାରା ଦିଆଯାଇଥିବା ବୟାନ କାରଣରୁ ଆମେ ଏକାଠି ହୋଇ ନାହୁଁ, ହେଲେ ଏଥର ଦୀର୍ଘ ସମୟ ପର୍ଯ୍ୟନ୍ତ ଏକାଠି ରହିବାକୁ ସମ୍ପୂର୍ଣ୍ଣ ସଂକଳ୍ପ ନେଇଛୁ। ଏଥର ବର୍ଷେ ରହିବା ଲାଗି ଏକାଠି ହୋଇନାହୁଁ। 

ଜେଡିୟୁ ସଦସ୍ୟ ବିଜୟ ଚୌଧୁରୀ ବିଜେପି ସଦସ୍ୟ ସମ୍ରାଟ ଚୌଧୁରୀଙ୍କୁ କବିତା ମାଧ୍ୟମର ଜବାବ ଦେଇ କହିଛନ୍ତି ଏହି ଦଳ ଠାରୁ ସେହି ଦଳ ପର୍ଯ୍ୟନ୍ତ ଆପଣ ଦଳ ଦଳ ମଧ୍ୟରେ ଫସି ଯାଇଛନ୍ତି। ପରବର୍ତ୍ତୀ ଲୋକସଭା ଏବଂ ବିହାର ବିଧାନସଭା ନିର୍ବାଚନକୁ ସୂଚାଇ ସମ୍ରାଟ ଚୌଧୁରୀ ଦାବି କରିଛନ୍ତି ଯେ ୨୦୨୪ ଲୋକସଭା (Lok Sabha Election 2024) ଏବଂ ୨୦୨୫ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2025) ଏହି ଦଳରେ ପଦ୍ମ ଫୁଟିବ।