Padmapur Bypoll, ଭୁବନେଶ୍ୱର: ଧାମନଗରରେ ପାନେ ପାଇବା ପରେ ପଦ୍ମପୁର ଉପନିର୍ବାଚନ ପାଇଁ ବଢ଼ିଲା ବିଜେଡି ଚିନ୍ତା। ପଶ୍ଚିମ ଓଡିଶା ନେତାଙ୍କୁ ଦଳ ଦେଇଛି ଦାୟିତ୍ୱ। ବିଜେପି ଧାମନଗରରେ ଜିତିବା ପରେ ପଦ୍ମପୁରରେ ଜିତିବାକୁ ଭିଡ଼ିଛି ଅଣ୍ଟା। ସେପଟେ ଧାମନଗରରେ ଅମାନତ ହରାଇଥିବା କଂଗ୍ରେସ ବି ପଦ୍ମପୁରରେ ଭଲ ପ୍ରଦର୍ଶନ କରିବ ବୋଲି କହିଛି।


COMMERCIAL BREAK
SCROLL TO CONTINUE READING

ଧାମନଗରରେ ପରାଜୟର ରାସ୍ତା ଦେଖିବା ପରେ ବିଜେଡି ନୂଆ ପ୍ଲାନ କରିଛି। ଆଉ ବାହାର ନେତା ନୁହେଁ ଯେଉଁ ଅଞ୍ଚଳରେ ନିର୍ବାଚନ ହେବ ସେହି ଅଞ୍ଚଳର ନେତାଙ୍କୁ ଦାୟିତ୍ୱ ଦେବା ସମ୍ପର୍କରେ ଦଳ ନୂଆ ବ୍ଲୁପ୍ରିଣ୍ଟ କରିଛି। ଏହି ଆଧାରରେ ପଦ୍ମପୁର ଉପନିର୍ବାଚନ ପାଇଁ ନେତାଙ୍କୁ ବିଜେଡି ଦାୟିତ୍ବ ବାଣ୍ଟିଛି। ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ରହିବେ। ତିନି ବ୍ଲକ ଦାୟିତ୍ୱରେ ତିନି ମନ୍ତ୍ରୀ ରହିବେ। ପଦ୍ମପୁର ବ୍ଳକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପାଇକମାଳ ଦାୟିତ୍ୱରେ ମନ୍ତ୍ରୀ ନବ ଦାସ ଓ ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରହିବେ। 


Also Read: ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଥଇଥାନ କଲେ ମୋଦି ସରକାର, ଓଡ଼ିଆ ସାଂସଦଙ୍କୁ ବି ମିଳିଲା ଉପହାର


ସେହିପରି, ଜୋନ ଦାୟିତ୍ୱରେ ରହିବେ ପଶ୍ଚିମ ଓଡ଼ିଶା ନେତା। ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସରୋଜ ମେହେର, ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ଜୋନ ଦାୟିତ୍ଵ ସମ୍ଭାଳିବେ। ଅନ୍ୟ ନେତାଙ୍କୁ ବି ଖୁବଶୀଘ୍ର ଦାୟିତ୍ବ ବଣ୍ଟାଯିବ। ସମ୍ପୂର୍ଣ୍ଣ ପ୍ରଚାର ମଙ୍ଗ ସମ୍ଭାଳିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ସେପଟେ ପଦ୍ମପୁର ଉପନିର୍ବାଚନ ବିଜେଡି ଭଲ କରିବ ବୋଲି ଶାସକ ଦଳ କହିଛି। ତେବେ ଟିକେଟ କାହାକୁ ଦିଆଯିବ ସେ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଧାମନଗର ବିଜେପିର ସିଟ ଥିଲା କିନ୍ତୁ ପଦ୍ମପୁର ବିଜେଡିର ସିଟ, ତେଣୁ ଏ ଉପନିର୍ବାଚନ ଦଳ ନିଶ୍ଚିତ ବିଜୟୀ ହେବ ବୋଲି ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଛନ୍ତି।


ଧାମନଗର ଉପନିର୍ବାଚନରେ ସଫଳତାର ସହ ବିଜୟଲାଭ କରିଥିବା ବିଜେପି ପଦ୍ମପୁରରେ ବି ବିଜୟ ଧାରା ବଜାୟ ରଖିବା ପାଇଁ ସମସ୍ତ ଶକ୍ତି ଲଗାଇଦେଇଛି। ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ୩ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛି। ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ଵରେ ଦଳ ନିର୍ବାଚନ ଲଢ଼ିବ ବୋଲି କୁହାଯାଇଛି। ସେପଟେ କଂଗ୍ରେସ ମଧ୍ୟ ପଶ୍ଚିମ ଓଡିଶାର ନେତାଙ୍କୁ ନେଇ ଏକ କମିଟି କରିଥିବା ବେଳେ ଖୁବଶୀଘ୍ର ଜଣେ ଭଲ ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେବା ସହ ତୃଣମୂଳ ସ୍ତରରେ ଜୋରଦାର ଲଢେଇ ଦେବାକୁ ପ୍ରସ୍ତୁତ ହେଉଛି ଦଳ।


Also Read: Dhamnagar Bypoll Results Live Update: ବାପାଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ, ବିଜେଡିର ଖେଳ ବିଗାଡି ଦେଲେ ରାଜୁ ଦାସ


ଧାମନଗରରେ ବିଜେଡି ପରାଜିତ ହେବା ପରେ ଏବେ ରାଜ୍ୟରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ ହୋଇଛି। ବିଜେଡିର ବିଜୟ ଧାରା ଭାଙ୍ଗିବା ସହ ବିଦ୍ରୋହ ଆରମ୍ଭ ହୋଇଥିବାରୁ ପଦ୍ମପୁରରେ ଏହା କେଉଁ ରୂପ ନେଉଛି ତା ଉପରେ ସମସ୍ତଙ୍କ ନଜର।