Rajya Sabha committees: ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଥଇଥାନ କଲେ ମୋଦି ସରକାର, ଦୁଇ ଓଡ଼ିଆ ସାଂସଦଙ୍କୁ ବି ମିଳିଲା ଉପହାର
Advertisement
Article Detail0/zeeodisha/odisha1430933

Rajya Sabha committees: ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଥଇଥାନ କଲେ ମୋଦି ସରକାର, ଦୁଇ ଓଡ଼ିଆ ସାଂସଦଙ୍କୁ ବି ମିଳିଲା ଉପହାର

Rajya Sabha committees: ସୋମବାର ରାଜ୍ୟସଭାର ଅନେକ କମିଟିର ପୁନଃଗଠନ କରାଯାଇଛି। ଯେଉଁଥିରେ ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାଭଡେକରଙ୍କୁ ରାଜ୍ୟସଭାର ନୈତିକ କମିଟିର ମୁଖ୍ୟ କରାଯାଇଛି। ବିଭିନ୍ନ ସମୟରେ ପ୍ରକାଶ ଜାଭଡେକର ମୋଦି ସରକାରଙ୍କ ସାଂସଦୀୟ ବ୍ୟାପାର, ମାନବ ସମ୍ବଳ ବିକାଶ, ଉଦ୍ୟୋଗ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ। 

Rajya Sabha committees: ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଥଇଥାନ କଲେ ମୋଦି ସରକାର, ଦୁଇ ଓଡ଼ିଆ ସାଂସଦଙ୍କୁ ବି ମିଳିଲା ଉପହାର

Rajya Sabha committees, ନୂଆଦିଲ୍ଲୀ: ଦୀର୍ଘ ୧୫ ମାସ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ମୋଦି ସରକାର ଥଇଥାନ କରିଛନ୍ତି। ସୋମବାର ରାଜ୍ୟସଭାର ଅନେକ କମିଟିର ପୁନଃଗଠନ କରାଯାଇଛି। ଯେଉଁଥିରେ ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାଭଡେକରଙ୍କୁ ରାଜ୍ୟସଭାର ନୈତିକ କମିଟିର ମୁଖ୍ୟ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଅନେକ କମିଟି ଗଠନ କରି ସେମାନଙ୍କ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଏନେଇ ରାଜ୍ୟସଭାର ସଚିବଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି। 

ରାଜ୍ୟସଭାର ପୁନଃଗଠିତ ନୈତିକ କମିଟିରେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଅଧକ୍ଷ କରାଯାଇଛି। ଜାଭଡେକରଙ୍କ ନେତୃତ୍ୱାଧିନ ଏହି କମିଟିରେ  ରାଜ୍ୟସଭାର ଟିଏମସି ନେତାପ୍ରମୁଖ ଡେରେକ ଓ’ବ୍ରାଇନ୍, କଂଗ୍ରେସ ସାଂସଦ ଜୟରାମ ରମେଶ, ବିଜେଡି ସାଂସଦ ସସ୍ମିତ ପାତ୍ର ଏବଂ YSRC ସାଂସଦ ବିଜୟାଇ ରେଡ୍ଡୀ ଅଛନ୍ତି। ୨୦୧୪ ଠାରୁ ବିଜେପି ସରକାରର ବିଭିନ୍ନ ବିଭାଗରେ ମନ୍ତ୍ରୀ ଥିବା ପ୍ରକାଶ ଜାଭଡେକରଙ୍କୁ ଗତବର୍ଷ ଜୁଲାଇରେ ମୋଦି କ୍ୟାବିନେଟରୁ ବାହାର କରାଯାଇଥିଲା। 

Also Read: CJI UU Lalit farewell: ଦାୟିତ୍ୱ ଗ୍ରହଣ ପୂର୍ବରୁ କାହିଁକି ଏମିତି କହିଲେ ଜଷ୍ଟିସ୍ ଚନ୍ଦ୍ରଚୂଡ଼?

 

ବିଭିନ୍ନ ସମୟରେ ପ୍ରକାଶ ଜାଭଡେକର ମୋଦି ସରକାରଙ୍କ ସାଂସଦୀୟ ବ୍ୟାପାର, ମାନବ ସମ୍ବଳ ବିକାଶ, ଉଦ୍ୟୋଗ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ। ୨୦୨୧ ଜୁଲାଇରେ ମୋଦିଙ୍କ କ୍ୟାବିନେଟରୁ ତାଙ୍କୁ ହଟାଯାଇଥିଲା। ଯାହାପରେ ଅନୁରାଗ ଠାକୁରଙ୍କୁ ତାଙ୍କ ବିଭାଗ ଦିଆଯାଇଛି। ୨୦୦୮ ମସିହାରୁ ପ୍ରକାଶ ଜାଭଡେକର କେବଳ ରାଜ୍ୟସଭାରୁ ସଂସଦକୁ ଯାଉଛନ୍ତି। ପ୍ରଥମେ ସେ ମହାରାଷ୍ଟ୍ର ଆସନରୁ ରାଜ୍ୟସଭାକୁ ଆସିଥିଲେ, ୨୦୧୪ରେ ମହାରାଷ୍ଟ୍ର ଓ ୨୦୧୯ରେ ଉତ୍ତର ପ୍ରଦେଶରୁ ଉପର ସଦନରକୁ ଆସିଛନ୍ତି। 

ରାଜ୍ୟସଭାର କମିଟିର ମୁଖ୍ୟ:-

Ethics committee- ବିଜେପି ସାଂସଦ ପ୍ରକାଶ ଜାଭଡେକର

Housing committee- ବିଜେପି ସାଂସଦ ସିଏମ ରମେଶ

Petitions committee- ବିଜେପି ସାଂସଦ ସୁଜିତ କୁମାର

Panel on government assurances- ଡିଏମକେ ସାଂସଦ ଏମ ଥାମ୍ବିଡୁରାଇ

Parliamentary panel on papers laid on the table- ବିଜେପି ସାଂସଦ କାମାକ୍ଷା ପ୍ରସାଦ ତାସ

Committee on Subordinate Legislation- ବିଜେପିର ମୁଖ୍ୟ ସଚେତକ ଲକ୍ଷ୍ମୀକାନ୍ତ ବାଜପେୟୀ