BJD ଆଡକୁ ଢଳୁଛନ୍ତି ୨ ବିରୋଧୀ ଦଳର ନେତା! ଜଣେ କଲେ ଖଣ୍ଡନ
Advertisement

BJD ଆଡକୁ ଢଳୁଛନ୍ତି ୨ ବିରୋଧୀ ଦଳର ନେତା! ଜଣେ କଲେ ଖଣ୍ଡନ

ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ। କିନ୍ତୁ ଏବେଠୁ ଦଳ ଡିଆଁ ପାଇଁ ପ୍ରସ୍ତୁତ ହେଉଛନ୍ତି ଅସନ୍ତୁଷ୍ଟ ନେତା। ଏହି ତାଲିକାରେ ଏବେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନାମ ଯୋଡି ହୋଇଛି।

ଡିଜାଇନ ଫଟୋ

ଭୁବନେଶ୍ୱର: ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ। କିନ୍ତୁ ଏବେଠୁ ଦଳ ଡିଆଁ ପାଇଁ ପ୍ରସ୍ତୁତ ହେଉଛନ୍ତି ଅସନ୍ତୁଷ୍ଟ ନେତା। ଏହି ତାଲିକାରେ ଏବେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନାମ ଯୋଡି ହୋଇଛି। ତେବେ ପ୍ରଦୀପ ମାଝୀ ଏହି ପ୍ରସଙ୍ଗରେ ପ୍ରେସମିଟ୍ କରି ତାଙ୍କର ସ୍ପଷ୍ଚୀକରଣ ଦେଇଛନ୍ତି।

ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି (Pradeep Majhi) କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଶୁକ୍ରବାର ସେ ଏକ ପ୍ରେସମିଟ୍ କରି ଏହାକୁ ଖଣ୍ଡନ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆଖି ଆଗରେ ରଖି ଏଭଳି ମିଥ୍ୟା ପ୍ରଚାର କରାଯାଉଥିବା ଅଭିଯୋଗ କରିବା ସହ କଂଗ୍ରେସ (Congress) ରେ ଅଛି, କଂଗ୍ରେସରେ ହିଁ ରହିବି ବୋଲି ପ୍ରଦୀପ କହିଛନ୍ତି।

Also Read: ରାଜ୍ୟସଭାରେ ସାଂସଦ-ମାର୍ଶଲ ମୁହାଁମୁହିଁ, ଭିଡିଓ ଭାଇରାଲ୍

ପ୍ରଦୀପଙ୍କ ପରି ଭୁବେନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ (Jagannath Pradhan) ବିଜେପି (BJP) ଛାଡ଼ିବାକୁ ଖବର ବି ଏବେ ଚର୍ଚ୍ଚାରେ ଅଛି। ଭୁବନେଶ୍ୱର ଜିଲ୍ଲା ବିଜେପିର କାର୍ଯ୍ୟକଳାପକୁ ନେଇ ସେ ସନ୍ତୁଷ୍ଟ ନୁହନ୍ତି। ଦଳ ଭିତରେ ଅନେକ ସମସ୍ୟା ରହିଥିବା ଜଗନ୍ନାଥ ପ୍ରଧାନ କହିଛନ୍ତି। ତେବେ ସେ ବିଜେପି ଛାଡି କେଉଁ ଦଳରେ ସାମିଲ ହେବେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ବିଜେଡି (BJD) ଭଲ ବିକଳ୍ପ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି।