ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ ମୋଦୀ ଓ ଶାହା
Advertisement
Article Detail0/zeeodisha/odisha2264991

ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ ମୋଦୀ ଓ ଶାହା

୨୮ ତାରିଖରେ ଅମିତ୍ ଶାହା ଆଉ ୨୯ରେ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ସୂଚନା ଦେଇଛନ୍ତି।

ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପିଏମ ମୋଦୀ ଓ ଶାହା

ଭୁବନେଶ୍ଵର, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା ଜୁନ୍ ୧ ତାରିଖରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ଆଉ ଏହି ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହା। ୨୮ ତାରିଖରେ ଅମିତ୍ ଶାହା ଆଉ ୨୯ରେ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ' ୨୯ ତାରିଖରେ ଓଡ଼ିଶାରେ ୩ଟି ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ବାଲେଶ୍ୱର, ବାରିପଦା ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ। ୨୯ ତାରିଖ ଦିନ ୧୨ଟା ବେଳେ ପ୍ରଥମେ ସେ ବାରିପଦାର ଛଉ ପଡ଼ିଆରେ ହେବାକୁ ଥିବା ସଭାରେ ଯୋଗଦେବେ। ଏହା ପରେ ସାଢ଼େ ୧ଟାରେ ବାଲେଶ୍ୱରରେ ଓ ୩ଟା ୩୦ ମିନିଟ୍ ରେ କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହେବାକୁ ଥିବା ସଭାରେ ଯୋଗଦେବାର ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ମୋଦିଙ୍କ ଗସ୍ତ ପୂର୍ବ ଦିନ ଅର୍ଥାତ୍ ୨୮ତାରିଖରେ ଓଡ଼ିଶା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଅମିତ ଶାହା। ୨୮ ତାରିଖରେ ଶାହା ଚାନ୍ଦବାଲିରେ ପ୍ରଥମ ସଭା କରିବେ। ତା ପରେ କୋରେଇ ଓ ନିମାପଡ଼ା ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।  
   
ଏହାସହ ମେ ' ୨୭ ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କାକଟପୁରା ଏବଂ ୨୮ତାରିଖରେ ରାଇରଙ୍ଗପୁର, ମୋରଡ଼ା, ସୋର, ଜଗତସିଂହପୁରରେ ପ୍ରଚାର ସଭା କରିବେ। ସେହିପରି ୨୭ ଓ ୨୮ ତାରିଖରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କେନ୍ଦ୍ରାପଡ଼ା ଏବଂ ଭଦ୍ରକରେ ପ୍ରଚାର କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Also Read- ଅସନଜୋଡା ଛକରେ ଟ୍ରକ୍ ଧକ୍କା, ଜଣେ ମୃତ, ୭ ହସ୍ପିଟାଲରେ ଭର୍ତ୍ତି