'୬ ମାସ ପର୍ଯ୍ୟନ୍ତ ହେବ ନାହିଁ transfer କିମ୍ବା posting, ପ୍ରଥମେ ହେବ ହିସାବ'
Advertisement
Article Detail0/zeeodisha/odisha1115074

'୬ ମାସ ପର୍ଯ୍ୟନ୍ତ ହେବ ନାହିଁ transfer କିମ୍ବା posting, ପ୍ରଥମେ ହେବ ହିସାବ'

"୬ ମାସ ପର୍ଯ୍ୟନ୍ତ କୌଣସି  transfer କିମ୍ବା posting ହେବ ନାହିଁ। ପ୍ରଥମେ ହିସାବ ନିଆଯିବ।" 

'୬ ମାସ ପର୍ଯ୍ୟନ୍ତ ହେବ ନାହିଁ transfer କିମ୍ବା posting, ପ୍ରଥମେ ହେବ ହିସାବ'

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଉ ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛି ବାହୁବଳୀ ବିଧାୟକ ତଥା ମାଫିଆ ମୁଖତାର ଅନସାରୀର ପୁଅ ଅବ୍ବାସ ଅନସାରୀ।  ବିବାଦୀୟ ବୟାନ ରଖି ବିବାଦ ଘେରକୁ ଟଣା ହୋଇଥିବା ବିଧାୟକ ପ୍ରାର୍ଥୀ ଅବ୍ବାସ ଅନସାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। 

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ରାଜ୍ୟର ମଉ ଜିଲ୍ଲାରେ ଅବସ୍ଥିତ ସଦର ବିଧାନସଭା ଆସନରୁ (Mau Sadar Seat) ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bhartiya Samaj Party) ଏସବିଏସପି (SBSP) ପକ୍ଷରୁ ବିଧାୟକ ପ୍ରାର୍ଥ ଭାବେ ନିର୍ବାଚନ ଲଢୁଥିବା ଅବ୍ବାସ ଅନସାରୀ (Abbas Ansari) ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ କହିଛି, "୬ ମାସ ପର୍ଯ୍ୟନ୍ତ କୌଣସି  transfer କିମ୍ବା posting ହେବ ନାହିଁ। ପ୍ରଥମେ ହିସାବ ନିଆଯିବ।" 

ରାଜ୍ୟରେ ସମାଜବାଦୀ ସରକାର କ୍ଷମତକୁ ଆସିବା ପରେ ପ୍ରଥମ ୬ ମାସ ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ପୋଲିସ୍ କର୍ମଚାରୀଙ୍କ transfer କିମ୍ବା posting ହେବ ନାହିଁ। ସରକାର ଗଠନ ହେବାପରେ ସେହି ଲୋକଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାରର ହିସାବ ନିଆଯିବ। ଗତ ଗୁରୁବାର ମଉ ଜିଲ୍ଲାର ପାହାଡପୁରରେ ଏକ ସଭା ସମ୍ବୋଧିତ କରିବା ଅବସରରେ ଏଭଳି ବିବାଦୀୟ ବୟାନ ରଖି ବିବାଦ ଘେରକୁ ଟଣା ହୋଇଛି ଅବ୍ବାସ ଅନସାରୀ। 

ଏନେଇ କୁହାଯାଉଛି ଅବ୍ବାସ ଅନସାରୀ ମତଦାତାଙ୍କୁ ନିଜ ସପକ୍ଷରେ ନେବା ପାଇଁ ଏବଂ ଯୋଗୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇଉଠିଥିବା ନିଜ ସମର୍ଥକଙ୍କୁ ଆଶ୍ୱାସନା ଦେବାକୁ ଯାଇ ସେ ଏପରି ବିବୃତ୍ତି ରଖିଛି। 

Also Read: UP Election 2022: ନିର୍ବାଚନ ଲଢିବେ ନାହିଁ ବାପା, ପୁଅ କରିବେ ପ୍ରତିଦ୍ୱନ୍ଦ୍ୱିତା

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଅଖିଳେଶ ଯାଦବଙ୍କ ସହ ମୁଁ କଥା ହୋଇଛି। ମୁଁ ତାଙ୍କୁ କହିଛି ୬ ମାସ ପର୍ଯ୍ୟନ୍ତ କୌଣସି transfer କିମ୍ବା posting ହେବ ନାହିଁ। ଅବ୍ବାସ ଅନସାରୀର ଏଭଳି ବୟାନ ସାମ୍ନାକୁ ଉତ୍ତର ପ୍ରଦେଶ ପୋଲିସ ଡିଜିପି କାର୍ଯ୍ୟାଳୟ ପକ୍ଷରୁ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମଉ ସଦର ଥାନାରେ ଆଚରଣ ବିଧି ଉଲ୍ଲଂଘନ କରି ବିବାଦୀୟ ବିବୃତ୍ତି ରଖିବା ଅଭିଯୋଗରେ ଅବ୍ବାସ ଅନସାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ମଉ ଏସପି ସୁଶୀଲ ଘୁଲେ କହିଛନ୍ତି ଗତକାଲି ରାତିରେ ଅବ୍ବାସ ଅନସାରୀ ଦେଇଥିବା ବିବୃତ୍ତି ଉପରେ ନଜର ରଖି ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।