President Election 2022: ଦ୍ରୌପଦୀଙ୍କ ଦେବଦୂତ ନବୀନ! ବିଡେଜି ମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ନାମାଙ୍କନ
Advertisement

President Election 2022: ଦ୍ରୌପଦୀଙ୍କ ଦେବଦୂତ ନବୀନ! ବିଡେଜି ମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ନାମାଙ୍କନ

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ କରି କହିଛନ୍ତି, 'ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜୀ ମୋତେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନାମାଙ୍କନ ବିଷୟ କହିଥିଲେ। ମୋ କ୍ୟାବିନେଟର ସହଯୋଗୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଆଜି ତାଙ୍କ ନାମାଙ୍କନ ପତ୍ରରେ ସ୍ୱାକ୍ଷର କରିବେ ଏବଂ ଆସନ୍ତାକାଲି କାର୍ଯ୍ୟକ୍ରମରେ ସାମିଲ ହେବେ।' 

ଫାଇଲ ଫଟୋ

President Election 2022: ଏନଡିଏ, ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଓଡିଶାରେ ଏକ ଉତ୍ସାହର ମାହୋଲ ଖେଳିଯାଇଛି। ରାଜ୍ୟବାସୀ ଯେତିକି ଖୁସି ନାହାନ୍ତି ତାହାଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଆନନ୍ଦୀତ ଅଛନ୍ତି। ପ୍ରଥମ ଥର ଜଣେ ଓଡିଆ ରାଷ୍ଟ୍ରପତି ହେବେ ବୋଲି ସେ ଅନେକ ଆଶା ରଖିଛନ୍ତି। ବିଜେଡି ଓ ବିଜେପିର ରାଜନୈତିକ ବିଚାରଧାରା ଭିନ୍ନ। ରାଜ୍ୟରେ ଶାସକ-ବିରୋଧୀର ଭୂମିକା ନିଭାଉଥିବା ଦୁଇ ଦଳ ସଂସଦରେ ଏକ ହୋଇଯାଆନ୍ତି। ଏଥର ରାଷ୍ଟ୍ରପତି ନିର୍ବାଚନରେ ତାହାର ଏକ ଝଲକ ଦେଖିବାକୁ ମିଳିଛି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ଖୁଲାମଖୁଲା ସମର୍ଥନ କରିଛି।

ପ୍ରଥମ ଥର ଭାରତକୁ ଜଣେ ଆଦିବାସୀ ରାଷ୍ଟ୍ରପତି ମିଳିବାକୁ ଯାଉଛନ୍ତି। କିନ୍ତୁ ଏହି ନିର୍ବାଚନରେ ଓଡିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ଓଡିଶାରୁ ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ଏହା ପରଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସରିଜ୍ ଟ୍ୱିଟ୍ କରୁଛନ୍ତି। ସେ ଖୋଲାଖୋଲି ଭାବେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି। ଏପରି କି ଦ୍ରୌପଦୀଙ୍କ ନାମାଙ୍କନ ଭରିବା ସମୟରେ ନିଜ କ୍ୟାବିନେଟଡର ଦୁଇ ମନ୍ତ୍ରୀଙ୍କୁ ସେଠାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Also Read: ବିଜେପିର ଦୂର ହେଲା ଟେନସନ୍, ଓଡ଼ିଶାର ଝିଅ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ!

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ କରି କହିଛନ୍ତି, 'ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜୀ ମୋତେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନାମାଙ୍କନ ବିଷୟ କହିଥିଲେ। ମୋ କ୍ୟାବିନେଟର ସହଯୋଗୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଆଜି ତାଙ୍କ ନାମାଙ୍କନ ପତ୍ରରେ ସ୍ୱାକ୍ଷର କରିବେ ଏବଂ ଆସନ୍ତାକାଲି କାର୍ଯ୍ୟକ୍ରମରେ ସାମିଲ ହେବେ।' 

 

ଏହା ପୂର୍ବରୁ ସେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, 'ଓଡିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ମୁଁ ଅପିଲ କରୁଛି ଯେ, ଦଳିୟ ମତଭେଦ ଛାଡ଼ି ବିନାସର୍ତ୍ତରେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବଶ୍ରେଷ୍ଠ ପଦବୀ ପାଇଁ ସମର୍ଥନ କରନ୍ତୁ।'

ଏନଡିଏ ପକ୍ଷରୁ ମଙ୍ଗଳବାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶୁଭେଚ୍ଛା ଜଣାଇଥିଲେ। ସେ ଲେଖିଥିଲେ, 'ଦେଶର ସର୍ବୋଚ୍ଚ ପଦବୀ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଏନେଇ ମୋ ସହ ଆଲୋଚନା କରିବା ବେଳେ ବହୁତ ଖୁସି ହୋଇଥିଲି। ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ। ମୋର ବିଶ୍ୱାସ ଶ୍ରୀମତୀ ମୁର୍ମୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିବେ।'

Also Read: ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଦ୍ୱନ୍ଦ୍ୱରେ ନବୀନ-ହେମନ୍ତ

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ଯେ, ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏ ବିଷୟରେ ସମସ୍ତଙ୍କୁ ଅନ୍ଧାରରେ ରଖିଥିଲେ। ଚଳିତ ମାସ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦିଲ୍ଲୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। କିନ୍ତୁ ସାକ୍ଷାତରେ ରାଷ୍ଟ୍ରପତି ନିର୍ବାଚନ ବିଷୟରେ କୌଣସି ଆଲୋଚନା ହୋଇନାହିଁ ବୋଲି କହିଥିଲେ। କିନ୍ତୁ ନାମ ଘୋଷଣା ପରେ ତାଙ୍କର ଟ୍ୱିଟ ସବୁ ଗୁମର ଖୋଲି ଦେଇଛି।

 

ସୂଚନାଯୋଗ୍ୟ, ଓଡିଶାରେ ବିଜେଡି ଶାସକ ଓ ବିଜେପି ବିରୋଧି ଦଳର ଭୂମିକା ତୁଲାଉଛନ୍ତି। କିନ୍ତୁ ସଂସଦରେ ଉଭୟ ଦଳ ଭାଇ ଭାଇ ଭଳି ବ୍ୟବହାର କରନ୍ତି। କେନ୍ଦ୍ରର ପ୍ରାୟ ସଂମସ୍ତ ବିଲକୁ ବିଜେପି ସମର୍ଥନ କରୁଛି। ଆଉ ଏବେ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ଖୋଲା ସମର୍ଥନ ଜଣାଇଛି। ରାଷ୍ଟ୍ରପତି ନିର୍ବାଚନରେ ବିଜେପିର ସଂଖ୍ୟାବଳ ନାହିଁ। ନିଜ ପ୍ରାର୍ଥୀକୁ ଜିତାଇବା ପାଇଁ ଏନଡିଏକୁ ପ୍ରାୟ ୧୧୦୦୦ ହଜାର ଭୋଟ ଆବଶ୍ୟକ, ଯାହା ଆଞ୍ଚଳିକ ଦଳର ସମର୍ଥନରେ ପୂରଣ ହେବ। ସେଥିପାଇଁ ଆଦିବାସୀ ତଥା ମହିଳା ନେତ୍ରୀ ଦ୍ରୌପଦୀଙ୍କୁ ମୋହରା କରାଯାଇ ଥିବା ଚର୍ଚ୍ଚା ହେଉଛି।