ଦେଶକୁ ମିଳିବ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି! ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲା ବିଜେପି
Advertisement
Article Detail0/zeeodisha/odisha1228198

ଦେଶକୁ ମିଳିବ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି! ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲା ବିଜେପି

BJP Presidential Candidate 2022: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ମିଳିତ ପ୍ରାର୍ଥୀ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ମୈଦାନକୁ ଓହ୍ଲାଇଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ । ବିରୋଧୀ ପ୍ରାର୍ଥୀ ଭାବରେ ସିହ୍ନାଙ୍କ ନାମ ଘୋଷଣା ହେବା ପରେ ଆସନ୍ତା ଜୁଲାଇ ୧୮ରେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାର ଅଛି ।

ଦେଶକୁ ମିଳିବ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି! ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: BJP Presidential Candidate 2022: ଭାରତୀୟ ଜନତା ପାର୍ଟି (BJP) ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦଳ ଦ୍ରୌପଦୀ ମୁର୍ମୁଙ୍କୁ ନିଜର ପ୍ରାର୍ଥୀ ଭାବରେ ମୈଦାନକୁ ଓହ୍ଲାଇଛି । ଏହାପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମକୁ ନେଇ ମନ୍ଥନ ପାଇଁ ଦଳର ମୁଖ୍ୟାଳୟରେ ବିଜେପିର ସଂସଦୀୟ ବୋର୍ଡର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ସଂସଦୀୟ ବୋର୍ଡର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହି ବୈଠକ ପରେ ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ, ଆଜିର ସଂସଦୀୟ ବୋର୍ଡ ବୈଠକରେ ଆମ ସମସ୍ତେ ମତ ଦେଇଛୁ ଯେ ବିଜେପି ଓ ଏନଡିଏର ସହଯୋଗୀ ଦଳ ସହ କଥା ହେବା ପରେ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ଉଚିତ । ଏନଡିଏ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ସେ କହିଛନ୍ତି ଯେ, ଏହି ବୈଠକରେ ପ୍ରାୟ ୨୦ଟି ନାମ ଉପରେ ଚର୍ଚ୍ଚା କରାଯାଇଥିଲା । ଆମେ ବିରୋଧୀ ଦଳଙ୍କ ସହିତ ମଧ୍ୟ ପରାମର୍ଶ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ କଥା ଆଗକୁ ବଢ଼ି ପାରିଲା ନାହିଁ । ୟୁପିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ।

ସେ କହିଛନ୍ତି ଯେ, ଏହି ବୈଠକରେ ପ୍ରାୟ ୨୦ଟି ନାମ ଉପରେ ଚର୍ଚ୍ଚା କରାଯାଇଥିଲା । ଆମେ ବିରୋଧୀ ଦଳଙ୍କ ସହିତ ମଧ୍ୟ ପରାମର୍ଶ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ କଥା ଆଗକୁ ବଢ଼ି ପାରିଲା ନାହିଁ । ୟୁପିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ମିଳିତ ପ୍ରାର୍ଥୀ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ମୈଦାନକୁ ଓହ୍ଲାଇଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ । ବିରୋଧୀ ପ୍ରାର୍ଥୀ ଭାବରେ ସିହ୍ନାଙ୍କ ନାମ ଘୋଷଣା ହେବା ପରେ ଆସନ୍ତା ଜୁଲାଇ ୧୮ରେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାର ଅଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଛି । ନାମାଙ୍କନପତ୍ର ଦାଖଲ ପାଇଁ ଜୁନ ୨୯ ହେଉଛି ଶେଷ ତାରିଖ ।

ସୂଚନାଯୋଗ୍ୟ, ବିଜେପିର ସମସ୍ତ ସାଂସଦ ଓ ବିଧାୟକଙ୍କ ଭୋଟ ମିଶି ୪୮.୯ ପ୍ରତିଶତ ରହିଛି । ଅନ୍ୟପଟେ ବିରୋଧୀ ଦଳ ଓ ଅନ୍ୟ ଦଳ ପାଖରେ ୫୧.୧ ପ୍ରତିଶତ ଭୋଟ୍ ରହିଛି । ଏଥିପାଇଁ ବିଜେପିକୁ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜୁ ଜନତା ଦଳ ବା କିମ୍ବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସର ସମର୍ଥନର ଆବଶ୍ୟକତା ରହିଛି । ସେହିପରି ବିହାରରେ ନୀତିଶ କୁମାରଙ୍କ ମନୋଭାବ ବଦଳୁଛି, ବିଜେପି ମଧ୍ୟ ଚାପରେ ରହିଛି । 

ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ (President's electoral college) ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି (BJD) ଓ YSR ର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି ।