ପ୍ରଥମ ଥର ପାଇଁ ମାନିଲେ ରାହୁଲ ଗାନ୍ଧୀ, ଲୋକମାନଙ୍କ ସହିତ କଂଗ୍ରେସର ସମ୍ପର୍କ ଛିନ୍ନ ହୋଇଯାଇଛି
Advertisement

ପ୍ରଥମ ଥର ପାଇଁ ମାନିଲେ ରାହୁଲ ଗାନ୍ଧୀ, ଲୋକମାନଙ୍କ ସହିତ କଂଗ୍ରେସର ସମ୍ପର୍କ ଛିନ୍ନ ହୋଇଯାଇଛି

ପ୍ରଥମ ଥର ପାଇଁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମାନିଛନ୍ତି ଯେ ଲୋକମାନଙ୍କ ସହିତ କଂଗ୍ରେସର ସମ୍ପର୍କ ଛିନ୍ନ ହୋଇଯାଇଛି l  ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଏହି  ବୟାନକୁ ରାଜନୈତିକ ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ସମସ୍ତ ବୁଦ୍ଧିଜୀବୀଙ୍କୁ ଏହା ଆଶ୍ଚର୍ଯ୍ୟ କରିପକାଇଛି l ପ୍ରକୃତରେ ସମ୍ପର୍କ ଛିନ୍ନ ହୋଇଛି କି ହୋଇନାହିଁ ! କି ନେତୃତ୍ୱ ପାଇଁ ଏହା ଛିନ୍ନ ହୋଇଛି,ଏହା ଏକ ଆଲୋଚନା ବିଷୟ ଅଟେ lଏଥିସହିତ ରାହୁଲ କହିଛନ୍ତି ଯେ, ଏହି ସମ୍ପର୍କକୁ ଯୋଡିବା ପାଇଁ ସେ ଅକ୍ଟୋବର ମାସ ଠାରୁ ଏକ ନୂଆ ମିଶନ ଆରମ୍ଭ କରିବେ ।

 

ପ୍ରଥମ ଥର ପାଇଁ ମାନିଲେ ରାହୁଲ ଗାନ୍ଧୀ, ଲୋକମାନଙ୍କ ସହିତ କଂଗ୍ରେସର ସମ୍ପର୍କ ଛିନ୍ନ ହୋଇଯାଇଛି

ଯେବେ ଠାରୁ ମୋଦି (PM Modi) ଓ ଅମିତ ଶାହ (Amit Shah) ଙ୍କ ଯୁଗ ବିଜେପି (BJP) ରେ ଆରମ୍ଭ ହୋଇଛି, ସେବେଠାରୁ କଂଗ୍ରେସ (Congress) ବ୍ୟାକଫୁଟରେ ଚାଲିଛି । ରାଜ୍ୟ ପରେ ରାଜ୍ୟ ନିଜର କ୍ଷମତା ହରାଇ ଚାଲିଛି l  ସୋନିଆ ଗାନ୍ଧୀ (Sonia Gandhi) ଙ୍କ ପରେ ରାହୁଲ (Rahul Gandhi) ଓ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କ ପ୍ରୟାସ ପରେ ବି କଂଗ୍ରେସର ଗତି ପଥରେ କିଛି ପରିବର୍ତ୍ତନ ଆସି ନାହିଁ । ମୋଦି ଓ ଶାହଙ୍କ ପରେ ଯୋଗୀ (Yogi Adityanath) ଙ୍କୁ ବି ଉତ୍ତର ପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ ଟକ୍କର ଦେଇ କୌଣସି ଆଖି ଦୃଶିଆ ସଫଳତା ହାସଲ କରି ପାରିଲେ ନାହିଁ  । ଏମିତିବି କଂଗ୍ରେସର ଆନ୍ତରିକ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ଧାରଣ କରି କଂଗ୍ରେସର କ୍ଷତି ଘଟାଉଛି  । ଅନ୍ୟପକ୍ଷରେ କଂଗ୍ରେସର ହେଭିୱେଟ୍ ନେତା ଦଳ ଛାଡି ବିଜେପି ଓ ଅନ୍ୟ ଦଳରେ ଯୋଗ ଦେବାରେ ଲାଗିଛନ୍ତି । ଏହି କ୍ରମରେ ଦଳକୁ ରକ୍ଷା କରିବାକୁ ରାହୁଲ ଗାନ୍ଧୀଙ୍କ ନୂଆ ଫର୍ମୁଲା ନିଶ୍ଚିତ ଭାବରେ କିଛି ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି । 

ଆଜି (ମେ ୧୫) ର ନବସଂକଳ୍ପ ଚିନ୍ତନ ଶିବି (Nava Sankalp Chintan Shivir) ର ରେ ରାହୁଲ (Rahul Gandhi) କହିଛନ୍ତି ଯେ, ଲୋକଙ୍କ ସହ କଂଗ୍ରେସ (Congress) ର ସମ୍ପର୍କ ଛିନ୍ନ ହୋଇଯାଇଛି  l ଏହାକୁ ପୁନଃ ପ୍ରତିଷ୍ଠା ତଥା ମଜବୁତ କରିବା ପାଇଁ ଦଳ ଅକ୍ଟୋବରରେ ଏକ ଯାତ୍ରା ଆରମ୍ଭ କରିବ । ସେ ଆଗକୁ କହିଛନ୍ତି କି, ଦଳ ବାସ୍ତବତାକୁ ଗ୍ରହଣ କରିବାକୁ ପଡିବ ଓ ଏହାକୁ ପୁନଃ ସଂଯୋଗ କରିବା ପାଇଁ ଦଳୀୟ ନେତାଙ୍କ ମଧ୍ୟରେ କଠିନ ପରିଶ୍ରମ କରିବାକୁ ପଡିବ । ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଆମର ଯୋଗାଯୋଗ ଜନସାଧାରଣଙ୍କଠାରୁ ଛିନ୍ନ ହୋଇଯାଇଛି, କିନ୍ତୁ ଲୋକମାନେ ଜାଣନ୍ତି ଯେ କଂଗ୍ରେସ ହିଁ ଏକମାତ୍ର ଦଳ ଯିଏ ନିରପେକ୍ଷତା ବଜାୟ ରଖି ଦେଶକୁ ଆଗେଇ ନେଇପାରିବ ।

ବିଗତ ଦିନରେ ରାହୁଲଙ୍କ ବୟାନକୁ ନେଇ ବାଦ ବିବାଦ ସାମ୍ନାକୁ ଆସିଛି । ଯାହାର ଫାଇଦା ବିରୋଧୀ ଉଠାଇବା ସହ କଂଗ୍ରେସକୁ ଦୁର୍ବଳ କରିବା ଅନେକାଂଶରେ ଆଲୋଚନା ହୁଏ । କିନ୍ତୁ ରାହୁଲଙ୍କ ଆଜିର ବୟାନ ଯଦି ଭବିଷ୍ୟତରେ ରୂପାନ୍ତରିତ ହୁଏ, ଏହା କଂଗ୍ରେସକୁ ଏକ ବଡ ଆଶ୍ୱସ୍ତି ଆଣି ଦେବ ଏଥିରେ କିଛି ସନ୍ଦେହ ନାହିଁ ।