ବିଜେପି ଲାଗି ଲାଉଡ ସ୍ପୀକର ହେଉଛନ୍ତି ରାଜ ଠାକରେ: ସଞ୍ଜୟ ରାଉତ
Advertisement

ବିଜେପି ଲାଗି ଲାଉଡ ସ୍ପୀକର ହେଉଛନ୍ତି ରାଜ ଠାକରେ: ସଞ୍ଜୟ ରାଉତ

ମହାରାଷ୍ଟ୍ର ନବନିର୍ମାନ ସେନା, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଦଳ ସହ ସିଧାସଳଖ ଲଢେଇ କରିବାକୁ ସାହସ କରୁନାହିଁ।

ବିଜେପି ଲାଗି ଲାଉଡ ସ୍ପୀକର ହେଉଛନ୍ତି ରାଜ ଠାକରେ: ସଞ୍ଜୟ ରାଉତ

ମୁମ୍ବାଇ: ବୁଧବାର ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ କଟାକ୍ଷ କରି ତାଙ୍କୁ ବିଜେପି ଲାଉଡ ସ୍ପୀକର ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଏନେଇ ସେ କହିଛନ୍ତି  କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ପାଖରୁ କ୍ଷମା ପାଇବା ପରେ ରାଜ ଠାକେର ଏବେ ବିଜେପି ଏକ ଲାଉଡ ସ୍ପିକର ପାଲଟିଛନ୍ତି। ଏହା ଗୋଟିଏ ଦିନ ପୂର୍ବରୁ ସେ ୟୁନିଫର୍ମ ସିଭିଲ କୋଡ୍ ପାଇଁ ଓକିଲାତି କରିଥିଲେ ଏବଂ ଦେଶରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ହିନ୍ଦୁତ୍ୱ ଶିବସେନା ଶିରାରେ ରହିଥିବା ଦର୍ଶାଇ ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ର ନବନିର୍ମାନ ସେନା, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଦଳ ସହ ସିଧାସଳଖ ଲଢେଇ କରିବାକୁ ସାହସ କରୁନାହିଁ। ମେ ୩ ତାରିଖ ସୁଦ୍ଧା ମସଜିଦ ପରିସରରୁ ଲାଉଡ ସ୍ପୀକର ହଟାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଏମଏନଏସ ମୁଖ୍ୟଙ୍କ ଚେତାବନୀ ଉପରେ ଜବାବ ଦେଇ ସେ କହିଛନ୍ତି ଯେ ସରକାରଙ୍କୁ ଚେତାବନୀ ଦେବାର ଶକ୍ତି କେବଳ ଶିବସେନା ସଂସ୍ଥାପକ ସ୍ୱର୍ଗତ ବାଲ ଠାକରେଙ୍କ ପାଖରେ ଥିଲା।

Also Read: Maharashtra Politics: ବୟାନକୁ ନେଇ ମୁହାଁମୁହିଁ ରାଜ ଠାକରେ-ଶରଦ ପାୱର

ରାଜ ଠାକେରଙ୍କ ବିରୋଧରେ ଅଭିଯୋଗ ଆଣି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ରାଜ ଠାକରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ପାଖରୁ କ୍ଷମା ମାଗିଛନ୍ତି ଏବଂ ଏବେ ବିଜେପି ଲାଉଡ ସ୍ପୀକର ହୋଇଛନ୍ତି। ଏହି ଲାଉଡ ସ୍ପିକର ଆନ୍ଦୋଳନ ହତାଶ ହୋଇପଡ଼ିଛି ହେଲେ ଲୋକେ ଏହାକୁ ବନ୍ଦ କରିଦେବେ।

ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ମସଜିଦ ପରିସରରୁ ଲାଉଡ ସ୍ପିକର ହଟାଇବାକୁ କହିଛନ୍ତି। ଏମଏନଏସ ସମର୍ଥକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯଦି ଲାଉଡ ସ୍ପୀକର ହଟାଯାଏ ନାହିଁ ତାହେଲେ ତାଙ୍କ ଦଳର ସମସ୍ତ କର୍ମକର୍ତ୍ତା ମସଜିଦ ସମ୍ମୁଖରେ ଲାଉଡ ସ୍ପୀକର ଯୋଗେ ହନୁମାନ ଚାଳିଶା ପାଠ କରିବେ। ଯଦି ରାଜ୍ୟ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ମୋତେ କିମ୍ବା ଆମ ଦଳକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ କରାଯାଇ ପାରିବ ନାହିଁ। 

Also Read: '୩ ତାରିଖ ସୁଦ୍ଧ ମସଜିଦ ପରିସରରୁ ହଟାଯାଉ ଲାଉଡ଼ ସ୍ପୀକର'

ମସଜିଦ ପରିସରରୁ ଲାଉଡ ସ୍ପୀକର ହଟାଇବା ଲାଗି ରାଜ ଠାକରେ କ୍ରମାଗତ ଭାବେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏପରିକି ସେ ହିନ୍ଦୁତ୍ୱ ପ୍ରସଙ୍ଗରେ ଶିବସେନାକୁ ଘେରିଛନ୍ତି। ଏହାର ଜବାବ ରଖି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ହିନ୍ଦୁତ୍ୱ ପ୍ରସଙ୍ଗରେ ଆମକୁ ଜ୍ଞାନ ଦେବା ଆବଶ୍ୟକ ନାହିଁ। ହିନ୍ଦୁତ୍ୱ ଶିବସେନା ରକ୍ତରେ ଅଛି। ଏହା ଆମ ଦଳର ଶିରାରେ ପ୍ରବାହିତ ହେଉଛି। ଯେତେବେଳେ ହିନ୍ଦୁତ୍ୱ ଉପରେ ଆକ୍ରମଣ ହୋଇଛି ସେତେବେଳେ ବିଜେପି ନୁହେଁ ବରଂ ଆମେ ଆଗକୁ ଆସିଛୁ।