Rajasthan Politics: ଜୋତା ଚପଲ ମାଡ଼ ହେବା ପରେ ସଚିନ ପାଇଲଟଙ୍କ ଉପରେ ତାତି ଉଠିଲେ ମନ୍ତ୍ରୀ ଅଶୋକ ଚାନ୍ଦନା
Advertisement
Article Detail0/zeeodisha/odisha1350168

Rajasthan Politics: ଜୋତା ଚପଲ ମାଡ଼ ହେବା ପରେ ସଚିନ ପାଇଲଟଙ୍କ ଉପରେ ତାତି ଉଠିଲେ ମନ୍ତ୍ରୀ ଅଶୋକ ଚାନ୍ଦନା

Ashok Chandna on Sachin Pilot: "ଯଦି ସଚିନ ପାଇଲଟ ମୋ ଉପରେ ଜୋତା ଫିଙ୍ଗି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ହେଲେ ତାଙ୍କୁ ଯଥା ଶୀଘ୍ର ଏକଥା ଜଣାଇ ଦିଆଯିବା ଆବଶ୍ୟକ ଯେ ବର୍ତ୍ତମାନ ମୋର ଲଢେଇ କରିବାକୁ ମନ ନାହିଁ। ହେଲେ ଯେଉଁ ଦିନ ମୁଁ ଲଢିବାକୁ ଆସିବି ସେ ଦିନ କେବଳ ଜଣେ ବଞ୍ଚିବ। ହେଲେ ମୁଁ ଏହା ଚାହେଁ ନାହିଁ। " 

 

Rajasthan Politics: ଜୋତା ଚପଲ ମାଡ଼ ହେବା ପରେ ସଚିନ ପାଇଲଟଙ୍କ ଉପରେ ତାତି ଉଠିଲେ ମନ୍ତ୍ରୀ ଅଶୋକ ଚାନ୍ଦନା

Ashok Chandna targets Sachin Pilot: ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିରୋଧରେ ବର୍ଷିଛନ୍ତି ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନା। ସୋମବାର ରାଜ୍ୟର ଅଜମେର ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଲୋକେ ସଚିନ ପାଇଲଟଙ୍କ ସମର୍ଥନରେ ନାରାବାଜି କରିଛନ୍ତି। ହେଲେ ଏହି ସମୟରେ କିଛି ଅସାମାଜିକ ତତ୍ତ୍ୱ ଭିଡ଼ ମଧ୍ୟର ଜୋତା ଚପଲ ମାଡ଼ କରିଥିବାର ଖବର ମିଳିଛି। ଯେଉଁଠି ମନ୍ତ୍ରୀ ଅଶୋକ ଚାନ୍ଦନା ଉପସ୍ଥିତ ରହିଥିଲେ।

ଟ୍ୱିଟ କରି ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନା (Rajasthan Sports Ashok Chandna), ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ (Former Rajasthan Deputy Chief Minister) ସଚିନ ପାଇଲଟଙ୍କ (Sachin Pilot) ବିରୋଧରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି ଯେ, "ଯଦି ସଚିନ ପାଇଲଟ ମୋ ଉପରେ ଜୋତା ଫିଙ୍ଗି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ହେଲେ ତାଙ୍କୁ ଯଥା ଶୀଘ୍ର ଏକଥା ଜଣାଇ ଦିଆଯିବା ଆବଶ୍ୟକ ଯେ ବର୍ତ୍ତମାନ ମୋର ଲଢେଇ କରିବାକୁ ମନ ନାହିଁ। ହେଲେ ଯେଉଁ ଦିନ ମୁଁ ଲଢିବାକୁ ଆସିବି ସେ ଦିନ କେବଳ ଜଣେ ବଞ୍ଚିବ। ହେଲେ ମୁଁ ଏହା ଚାହେଁ ନାହିଁ। " 

ମନ୍ତ୍ରୀ ଅଶୋକ ଚାନ୍ଦନା ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି, ଯେତେବେଳେ ପୂର୍ବତନ କ୍ୟାବିନେଟ ସଦସ୍ୟ ରାଜେନ୍ଦ୍ର ରାଠୋଡ଼ (Rajendra Rathore) ୭୨ ଜଣଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ମଞ୍ଚକୁ ଆସିଥିଲେ। ଏହି ସମୟରେ କର ତାଳି ଦିଆଯାଇ ଥିଲା। ଆଉ ସେହି ଲୋକଙ୍କ ଉପରକୁ ଜୋତ ଚପଲ ମାଡ଼ କରାଯାଇଥିଲା ଯେଉଁମାନଙ୍କ ପରିବାର ସଦସ୍ୟ ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ସମୟରେ ଜେଲ ଯାଇଥିଲେ। 

ଗୁର୍ଜର ସଂରକ୍ଷଣ ଆନ୍ଦୋଳନରେ (Rajasthan Gurjar Agitation) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କର୍ଣ୍ଣେଲ କିରୋଡି଼ ସିଂହ ବୈସଲାଙ୍କ (Kirori Singh Bainsla) ଅସ୍ଥି ସୋମବାର ଅପରାହ୍ନ ପ୍ରାୟ ଚାରିଟା ସମୟରେ ପୁଷ୍କର ପବିତ୍ର ଜଳରେ ବିସର୍ଜନ କରା ଯାଇଥିଲା। ଏହାପୂର୍ବରୁ ପୁଷ୍କର ମେଳା ପଡ଼ିଆ ଠାରେ ଅତି ପଛୁଆ ବର୍ଗ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗୁର୍ଜର, ରେବାରୀ, ରାଇକା, ଦେୱାସୀ, ଗଡ଼ରିଆ, ବଞ୍ଜାରା, ଗଦରୀ, ଗୟାରି, ଗଡୋଲିୟା,ଲୁହାର ଆଦି ସମ୍ପ୍ରଦାୟ ଯୋଗଦାନ କରିଥିଲେ।

Also Read: Rajasthan Politics: ସଚିନ ପାଇଲଟଙ୍କୁ କଟାକ୍ଷ କରିବାକୁ ନେଇ ପ୍ରତିକ୍ରିୟା ରଖିଲେ ଅଶୋକ ଗେହୋଲତ

ଯେତେବେଳେ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନା ଭାଷଣ ଦେବା ଆରମ୍ଭ କରିଥିଲେ ସେତେବେଳେ ଲୋକେ ଜୋତା ଏବଂ ଅନ୍ୟାନ୍ୟ ଜିନିଷ ଫିଙ୍ଗା ଫୋପଡା କରି ବିରୋଧ ପ୍ରଦର୍ଶନ କରିଥିଲେ। ସେଠାରେ ସଚିନ ପାଇଲଟଙ୍କ ସମର୍ଥକ ତାଙ୍କ ସମର୍ଥନରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ପୋଲିସ ଏବଂ ଅନ୍ୟମାନେ ସେମାନଙ୍କୁ ଶାନ୍ତ କରିଥିଲେ। ହେଲେ ମନ୍ତ୍ରୀ ଚନ୍ଦନାଙ୍କୁ ମଝିରେ ଭାଷଣ ଛାଡିବାକୁ ପଡିଲା।

ଗୁର୍ଜର ସମ୍ପ୍ରଦାୟ ସଚିନ ପାଇଲଟଙ୍କୁ ଏହାର ନେତା ଭାବେ ବିବେଚନା କରୁଛି। ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ତାଙ୍କ ଗୋଷ୍ଠୀର ଦୁଇ ନେତା ଅଶୋକ ଚନ୍ଦାନା ଏବଂ ଶକୁନ୍ତଳା ରାୱତଙ୍କୁ କ୍ୟାବିନେଟ୍ ପାହ୍ୟା  ପ୍ରଦାନ କରିଛନ୍ତି। ଯିଏ ପୂର୍ବ ରାଜସ୍ଥାନରୁ ଆସୁଛନ୍ତି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନାହାଁନ୍ତି। ହେଲେ ଯେତେବେଳେ ସତୀଶ ପୁନିଆ (Satish Poonia) ମଞ୍ଚରେ ପହଞ୍ଚିଲେ ସେତେବେଳେ ପାଇଲଟଙ୍କ ସମର୍ଥନରେ ସ୍ଲୋଗାନ ଦିଆଯାଇଥିଲା।