ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ସଚିନ ପାଇଲଟ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...
Advertisement
Article Detail0/zeeodisha/odisha1321435

ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ସଚିନ ପାଇଲଟ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...

Sachin Pilot On Ghulam Nabi Azad Resignation: ପାଇଲଟ ଏକ ଭିଡିଓ ମାଧ୍ୟମରେ ବୟାନ ଜାରି କରି କହିଛନ୍ତି ଯେ, ସେପ୍ଟେମ୍ବର ୪ରେ କଂଗ୍ରେସ ଏହି ପ୍ରସଙ୍ଗରେ ଏକ ରାଲି କରୁଛି । ସେପ୍ଟେମ୍ୱର ୭ ତାରିଖରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ସମୟ ଥିଲା ସଂଘର୍ଷ କରିବାର, ସତ୍ୟକୁ ବଜାୟ ରଖିବାର ଏବଂ ବିଜେପିକୁ ସାମ୍ନା କରିବାର । 

ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ସଚିନ ପାଇଲଟ ଦେଲେ ବଡ଼ ବୟାନ, ଜାଣନ୍ତୁ  କ'ଣ କହିଲେ...

ନୂଆଦିଲ୍ଲୀ: Sachin Pilot On Ghulam Nabi Azad Resignation: ଗୁଲାମ ନବୀ ଆଜାଦ (Ghulam Nabi Azad) କଂଗ୍ରେସ (Congress) କୁ ଏକ ବଡ଼ ଝଟକା ଦେଇ ଦଳର ସଦସ୍ୟତା ଛାଡିଛନ୍ତି । କଂଗ୍ରେସ ତାଙ୍କ ଇସ୍ତଫାକୁ ଦୁର୍ଭାଗ୍ୟଜନକ ବୋଲି କହିଛି । କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) କହିଛନ୍ତି ଯେ, ଇସ୍ତଫା ଓ ଚିଠିର ସମୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ପାର୍ଟିରେ ସମସ୍ତ ପଦରେ ରହିବା ପରେ ଆଜି ତାଙ୍କ ଆବଶ୍ୟକତା ଥିଲା, ଦେଶକୁ ତଥା କଂଗ୍ରେସକୁ । ସେ ବିଜେପି ବିରୋଧରେ ମୁଦ୍ରାସ୍ଫୀତି, ଦୁର୍ନୀତି ଏବଂ ବେକାରୀ ପ୍ରସଙ୍ଗ ଉଠାନ୍ତୁ ।

ପାଇଲଟ ଏକ ଭିଡିଓ ମାଧ୍ୟମରେ ବୟାନ ଜାରି କରି କହିଛନ୍ତି ଯେ, "ସେପ୍ଟେମ୍ବର ୪ରେ କଂଗ୍ରେସ ଏହି ପ୍ରସଙ୍ଗରେ ଏକ ରାଲି କରୁଛି । ସେପ୍ଟେମ୍ୱର ୭ ତାରିଖରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ସମୟ ଥିଲା ସଂଘର୍ଷ କରିବାର, ସତ୍ୟକୁ ବଜାୟ ରଖିବାର ଏବଂ ବିଜେପିକୁ ସାମ୍ନା କରିବାର । ଏପରି ସମୟରେ ଦଳ ଛାଡିବା ଓ ଚିଠିରେ ଲେଖାଯାଇଥିବା ବିଷୟଗୁଡ଼ିକ ସତ୍ୟଠାରୁ ବହୁ ଦୂରରେ । ଆଜି ଲୋକମାନେ ଏକାଠି କାମ କରିବାର ଆବଶ୍ୟକତା ଅଛି ।"

ସଚିନ ପାଇଲଟ କହିଛନ୍ତି ଯେ, "କ୍ଷମତାରେ ଥିବାବେଳେ ଆମେ ଅନେକ ପଦବୀରେ ରହିଛୁ । ଆଜି ଏହାର ଆବଶ୍ୟକତା ରହିଛି ଯେ ଆମେ ଏକାଠି ମିଶି ସଂଘର୍ଷ କରିବା, ଏହା ପରିବର୍ତ୍ତେ ଆଜାଦ ସାହେବ ଦଳ ଛାଡିଛନ୍ତି । ମୁଁ ବୁଝିପାରୁଛି ଯେ ସେ ନିଜ ଦାୟିତ୍ୱରୁ ଦୂରେଇ ଯାଇଛନ୍ତି । ମୁଁ ବୁଝିପାରୁଛି ଯେ ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ରହିବେ, ସଂଘର୍ଷ ଜାରି ରଖିବେ ।"

ସେପଟେ ଆଜାଦଙ୍କୁ ଟାର୍ଗେଟ କରି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଏହା ମଧ୍ୟ କହିଛନ୍ତି ଯେ, 'ଜିଏନଏ' (ଗୁଲାମ ନବୀ ଆଜାଦ) ଙ୍କ ଡିଏନଏ 'ମୋଦି-ମୟ' ହୋଇଯାଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏହି ପଦକ୍ଷେପ ଏପରି ସମୟରେ ନେଇଛନ୍ତି ଯେଉଁ ସମୟରେ କଂଗ୍ରେସ ଦରଦାମ୍ ବୃଦ୍ଧି, ବେକାରୀ ଏବଂ ଧ୍ରୁବୀକରଣ ବିରୋଧରେ ଲଢୁଛି ।  ଇସ୍ତଫା ପତ୍ରରେ କୁହାଯାଇଥିବା କଥା ସତ୍ୟ ନୁହେଁ, ଏହାର ସମୟ ମଧ୍ୟ ଠିକ୍ ନୁହେଁ ।

ଅନ୍ୟପଟେ ଆଜାଦଙ୍କ ଇସ୍ତଫାକୁ ନେଇ ଭାରତୀୟ ଜନତା ପାର୍ଟି (BJP) ପ୍ରତିକ୍ରିୟା ରଖିଛି । କଂଗ୍ରେସକୁ କଟାକ୍ଷ କରି ବିଜେପି ଟ୍ୱିଟ୍ କରିଛି । ବିଜେପି ଲେଖିଛି, "ଆମେ ଦେଶକୁ ଯୋଡ଼ୁଛୁ, ଆପଣ କଂଗ୍ରେସ ଯୋଡ଼ନ୍ତୁ ଦରବାରୀମାନେ ।" ବିଜେପି ନିଜ ଟ୍ୱିଟରେ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ଚିଠିର ଏକ କପି ମଧ୍ୟ ସଂଲଗ୍ନ କରିଛି । ବିଜେପି ତରଫରୁ ମଧ୍ୟ ଏହି ଚିଠିର ଏକ ଲାଇନକୁ ହାଇଲାଇଟ କରାଯାଇଛି । ଯାହା ଅନୁଯାୟୀ, "ଭାରତ ଯୋଡ଼ ଯାତ୍ରା ପୂର୍ବରୁ ନେତୃତ୍ୱଙ୍କୁ କଂଗ୍ରେସ ଯୋଡ଼ କରିବାର ଆବଶ୍ୟକତା ରହିଛି ।"

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୨୮ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଏହା ବି ପଢ଼ନ୍ତୁ:-ଅକ୍ଟୋବର ୧ରୁ ବଦଳିଯିବ ବ୍ୟାଙ୍କିଙ୍ଗ ସହ ଜଡିତ ବଡ଼ ନିୟମ, ସାରା ଦେଶରେ ଗ୍ରାହକଙ୍କୁ କରିବ ପ୍ରଭାବିତ; RBI ଜାରି କଲା ସମୟସୀମା

ଏହା ବି ପଢ଼ନ୍ତୁ:-BJP ପ୍ରସ୍ତୁତ କଲା ଓଡ଼ିଶା ଜିତିବାର ରଣନୀତି, ଜାଣନ୍ତୁ କ'ଣ ରହିଛି ଦଳର ପୂରା ଗେମ୍ ପ୍ଲାନ୍

ଏଠାରେ କହି ରଖୁଛୁ ଯେ, ଦୀର୍ଘ ଦିନ ଧରି କଂଗ୍ରେସ ଉପରେ ଗୁଲାମ ନବୀ ଆଜାଦ ଅସନ୍ତୋଷ ଥିଲେ । ସେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩ ଗୋଷ୍ଠୀରେ ମଧ୍ୟ ସାମିଲ ଥିଲେ । ଜି-23 ଗୋଷ୍ଠୀ କ୍ରମାଗତ ଭାବରେ କଂଗ୍ରେସରେ ଅନେକ ପରିବର୍ତ୍ତନ ଆଣିବାକୁ ଦାବି କରିଆସୁଛି । ଏହାପୂର୍ବରୁ କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା କପିଲ ସିବଲ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ସମାଜବାଦୀ ପାର୍ଟି ରାଜ୍ୟସଭାକୁ ପଠାଇଛନ୍ତି ।  

ଆଜାଦଙ୍କ ଅସନ୍ତୋଷ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ତାଙ୍କୁ ଦଳ ପ୍ରଚାର କମିଟିର ଅଧ୍ୟକ୍ଷ କରିବାର କିଛି ଘଣ୍ଟା ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ସୋନିଆ ଗାନ୍ଧୀ ଚାହୁଁଥିଲେ ଯେ କଂଗ୍ରେସ ଆଜାଦଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁ । ସେଥିପାଇଁ ତାଙ୍କୁ ନିର୍ବାଚନ ପ୍ରଚାର କମିଟିର ସଭାପତି କରାଯାଇଥିଲା । କିନ୍ତୁ ଗୁଲାମ ନବୀ ଏହି ପଦ ପାଇବା ପରେ ମାତ୍ର କିଛି ଘଣ୍ଟା ପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ସେବେଠାରୁ ରାଜନୈତିକ ମହଲରେ ତାଙ୍କୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା ।