Samajwadi Alliance: କେତେ ଆସନରେ ଲଢୁଛନ୍ତି କେଉଁ ଦଳ?
Advertisement

Samajwadi Alliance: କେତେ ଆସନରେ ଲଢୁଛନ୍ତି କେଉଁ ଦଳ?

ସମାଜବାଦୀ ମେଣ୍ଟରେ ସାମିଲ କେତେକ ଦଳର ନେତା ସାଇକେଲ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। 

Samajwadi Alliance: କେତେ ଆସନରେ ଲଢୁଛନ୍ତି କେଉଁ ଦଳ?

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ସମାଜବାଦୀ ମେଣ୍ଟରେ ସାମିଲ ହୋଇଥିବା ଦଳଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଯାଇଛି। ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ହୋଇଥିବା ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ, ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଅପନା ଦଳ କମେରାବାଦୀ, ଏନସିପି ପ୍ରଭୃତି ଦଳ ସାମିଲ ହୋଇଛନ୍ତି।
  
ସମାଜବାଦୀ ପାର୍ଟି ଏହାର ମେଣ୍ଟ ସହଯୋଗୀଙ୍କୁ ୫୭ ଆସନ ପ୍ରଦାନ କରିଥିବା ବେଳେ ୩୪୫ ଆସନରେ ନିର୍ବାଚନ ଲଢୁଛନ୍ତି ଦଳୀୟ  ପ୍ରାର୍ଥୀ ରଖିଛନ୍ତି। ସହଯୋଗୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଲୋକ ଦଳ ସର୍ବାଧିକ ୩୩ ଆସନ ପାଇଥିବା ବେଳେ, ସୁହେଲଦେବ ଭାରତୀୟ ସମାଜ ପାର୍ଟି ୧୭, ଅପନା ଦଳ କମେରାବାଦୀ ୬ ଏବଂ ଏନସିପି ଗୋଟିଏ ଆସନ ପାଇଛି।

ରାଜ୍ୟର ସମସ୍ତ ୪୦୩ ସିଟ୍ ମଧ୍ୟରୁ ସମାଜବାଦୀ ପାର୍ଟି ୪୦୨ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିୱାରୀଙ୍କ ଝିଅ ଆରାଧନା ମିଶ୍ରଙ୍କ ପାଇଁ ଦଳ ରାମପୁର ଖାସ ଆସନରେ ପ୍ରାର୍ଥୀ ଦେଇନାହିଁ। ଅନ୍ୟପଟେ କଂଗ୍ରେସ ମଧ୍ୟ କରହଲ ଏବଂ ଯଶୱନ୍ତନଗର ଆସନରେ ଦଳୀୟ ପ୍ରାର୍ଥୀ ଛିଡା କରିନାହିଁ।

Also Read: UP Election 2022: ୨୦ ଫେବୃଆରୀରେ Yadav Land ଠାରେ ପରୀକ୍ଷା ଦେବେ Akhilesh Yadav

ରାଷ୍ଟ୍ରୀୟ ଲୋକ ଦଳ ଭାଗରେ ଶାମଲି, ପୁରକାଜୀ, ଖତୌଲି, ନାହଟୌର, ବାଗପତ, ଲୋନି, ମୋଦିନଗର, ହାପୁଡ, ଜେୱର, ବୁଲନ୍ଦଶହର, ସ୍ୟାନା, ଖୈର, ସାଦାବାଦ, ଛାତା, ଗୋବର୍ଦ୍ଧନ, ବଳଦେବ, ଆଗ୍ରା ଗ୍ରାମୀଣ, ଫତେହପୁର ସିକ୍ରି, ଖୈରାଗଡ଼, ଥାନାଭବନ, ବୁଢାନା, ମୀରାପୁର, ମୁରାଦ ନଗର, ଶିକାରପୁର, ବାରୌଲି, ଇଗଲାସ୍, ଛପରୌଲି, ବଡୌତ, ସିୱାଲଖାସ୍, ମେରଠ କ୍ୟାଣ୍ଟ, ମୁଜାଫରନଗର, ରାମପୁର ମଣିହାରନ୍ ଏବଂ ବିଜନୋର ଆସନ ପଡିଛି। 

ସେହିପରି ସୁହେଲଦେବ ଭାରତୀୟ ସମାଜ ପାର୍ଟି ଜହୁରାବାଦ, ଶିବପୁର, ଜାଖନିୟାଁ, ରସଡା, ବେଲଥାରାରୋଡ, ସଲେମପୁର, ରାମକୋଲା, ଖଡ୍ଡା, ମହାରାଜଗଞ୍ଜ ସଦର, ଘନଘଟା, ଶୋହରଗଡ଼, ମହାଦେୱା, ସଣ୍ଡିଲା, ମିଶ୍ରିଖ, ଜଫପାବାଦ, ଅଜଗରା ଏବଂ ମଉ ସଦର ଆସନ ପାଇଛି। ସେହିଭଳି ଅପନା ଦଳ କମେରାବାଦୀ ପ୍ରତାପଗଡ, ପିଣ୍ଡ୍ରା, ଚୁନାର, ରୋହାନିଆଁ, ମଡିହାନ୍, ଘୋରାୱାଲ ଆସନ ପାଇଛି। ସେହିପରି ଅନୁପ ସହର ଏନସିପି ପାଇଁ ଥାଡିଛି ସମାଜବାଦୀ ପାର୍ଟ।

ଗତ ଥର ନିର୍ବାଚିତ ହୋଇଥିବା ମୋଟ ୪୭ ବିଧାୟକଙ୍କ ମଧ୍ୟରୁ ୧୧ ବିଧାୟକଙ୍କ ଟିକେଟ କାଟିଛି ଦଳ। ଅର୍ଥାତ ୩୬ ଜଣ ବିଧାୟକଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି ସମାଜବଦୀ ପାର୍ଟି। ସେମାନେ ହେଉଛନ୍ତି ମଛଲିସହରରୁ ଜଗଦୀଶ ସୋନାକର, ଇସୌଲିରୁ ଅବରାର ଅହମ୍ମଦ, ମୋହନଲାଲଗଞ୍ଜର ବିଧାୟକ ଅମ୍ବରିଶ୍ ପୁଷ୍କର, ମୋରାଦାବାଦ ଗ୍ରାମ୍ୟରୁ ହାଜି ଇକରାମ କୁରେଶୀ, କୁନ୍ଦରକିରୁ ମୋହମ୍ମଦ ରିଜୱାନ୍, ମେହେନଗରରୁ କଳ୍ପନାଥ ପାସୱାନ୍, ଜଲାଲାବାଦରୁ ଶରଦବୀର ସିଂହ, ସୟଦପୁରର ସୁଭାଷ ପାସୀ, ଜଲାଲପୁରର ସୁଭାଷ ରାୟ। ଅନ୍ୟପଟେ କରହଲ ଆସନରୁ ଗତ ଥର ବିଧାୟକ ନିର୍ବାଚିତ ହୋଇଥିବା ସୋବରନ ସିଂହ ଯାଦବ ଅଖିଳେଶ ଯାଦବଙ୍କ ପାଇଁ ଏବଂ ରାମପୁରରୁ ତଜୀନ ଫାତିମା ଆଜମ ଖାନଙ୍କ ପାଇଁ ସେମାନଙ୍କ ଆସନ ଛାଡିଛନ୍ତି। 

Also Read: UP Election 2022: କେତେ ଆସନ ପାଇବ ସମାଜବାଦୀ ମେଣ୍ଟ? ପୂର୍ବାନୁମାନ କରି କହିଲେ ଶିବପାଲ ଯାଦବ

ସମାଜବାଦୀ ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ, ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଅପନା ଦଳ କମେରାବାଦୀ, ଏନସିପି ବ୍ୟତୀତ ପ୍ରଗତିଶୀଳ ସମାଜବାଦୀ ପାର୍ଟି, ମହାନ ଦଳ, ରାଷ୍ଟ୍ରୀୟ ଜନବାଦୀ ପାର୍ଟି, ଗୋଣ୍ଡୱାନା ପାର୍ଟି ସହିତ ଅନ୍ୟ ଦଳ ମଧ୍ୟ ଅନ୍ତର୍ଭୂକ୍ତ ଅଛନ୍ତି। ଏପରି କେତେକ ଦଳ ଅଛନ୍ତି ଯେଉଁମାନେ ବିନା ସର୍ତ୍ତରେ ସମାଜବାଦୀ ପାର୍ଟି ଲାଗି ସେମାନଙ୍କ ସମର୍ଥନ ଘୋଷଣା କରିଛନ୍ତି। 

ସମାଜବାଦୀ ପାର୍ଟି ଏହାର ମେଣ୍ଟ ସହଯୋଗୀଙ୍କୁ ୧୦୦ ଆସନ ଛାଡିପାରେ ବୋଲି ଟିକେଟ୍ ବଣ୍ଟନ ସମୟରେ ଚର୍ଚ୍ଚା ହେଉଥିଲା। ସମାଜବାଦୀ ମେଣ୍ଟରେ ସାମିଲ କେତେକ ଦଳର ନେତା ସାଇକେଲ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ଏହାର କାରଣ ହେଉଛି ଯଦି ନିର୍ବାଚନରେ ମେଣ୍ଟକୁ ଜନାଦେଶ ମିଳେ ତାହାଲେ ସରକାର ଗଠନ କରିବା ଲାଗି କୌଣସି ସମସ୍ୟା ଦେଖାନଯାଉ। ଅନ୍ୟପଟେ ଯଦି କେହି ସାଇକେଲ ଚିହ୍ନରେ ନିର୍ବାଚନ ଲଢି ଜିତିବା ପରେ ଦଳ ବଦଳାଇବାକୁ ଚେଷ୍ଟା କରିବ ତାହେଲେ  ତାକୁ ଦଳ ବଦଳ ନିରୋଧ ଆଇନର ସାମ୍ନା କରିବାକୁ ପଡି଼ବ। ହେଲେ ଏହି ରଣନୀତି କେତେ ଫଳପ୍ରଦ ହେଉଛି ତାହା ଭବିଷ୍ୟତରେ ଜଣାପଡି଼ବ। 

ସାଇକେଲ ଚିହ୍ନରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ହେଉଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବ, ମହାନ ଦଳ ଅଧ୍ୟକ୍ଷ କେଶବ ଦେବ ମୌର୍ଯ୍ୟଙ୍କ ପତ୍ନୀ ସୁମନ ଏବଂ ପୁଅ ଚନ୍ଦ୍ର ପ୍ରକାଶ, ରାଷ୍ଟ୍ରୀୟ ଜନବାଦୀ ପାର୍ଟି ଉପାଧ୍ୟକ୍ଷ ହସୀବ ହସନ ଏବଂ ଅପନା ଦଳ କମେରାବାଦୀ ନେତ୍ରୀ ପଲ୍ଲବୀ ପଟେଲ। 

Also Read: UP Election 2022: ଏହି ଆସନରେ ହେଉଛି ପୁଅ-ପୁଅ, ବାପ-ବାପ ମଧ୍ୟରେ ଲଢେଇ

ସମାଜବାଦୀ ମେଣ୍ଟରେ ଟିକେଟ ବଣ୍ଟନ ବେଳେ ସମାଜର ପ୍ରତ୍ୟେକ ବର୍ଗ ଉପରେ ଧ୍ୟାନ ଦିଆଯାଇଛି। ମେଣ୍ଟ ପକ୍ଷରୁ ସର୍ବାଧିକ ଟିକେଟ ମୁସଲିମ ସମ୍ପ୍ରଦାୟକୁ ମିଳିଥିବା ବେଳେ ୪୫ ଯାଦବ, ୨୦ ଠାକୁର, ୨୧ ବ୍ରାହ୍ମଣ, ୭୦ ଦଳିତ, ୩ କାୟସ୍ଥ, ୩ ଶିଖ ସମ୍ପ୍ରଦାୟର ନେତା ପ୍ରାର୍ଥୀ ହୋଇଛନ୍ତି। ବିଭିନ୍ନ ଆସନରେ ପଟେଲ, କୁଶୱାହା, ମୌର୍ଯ୍ୟ, ଲୋଧି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଜାତିର ନେତାଙ୍କୁ ପ୍ରାର୍ଥୀ କରିଛି ସମାଜବାଦୀ ମେଣ୍ଟ।