ଜବରଦସ୍ତ କରାଯାଉଛି ରାମ ମନ୍ଦିର ନିର୍ମାଣ, ଆଇନ ବିରୁଦ୍ଧରେ ହେଉଛି ନିର୍ମାଣ: ସମାଜବାଦୀ ପାର୍ଟି ସାଂସଦ
Advertisement
Article Detail0/zeeodisha/odisha1039255

ଜବରଦସ୍ତ କରାଯାଉଛି ରାମ ମନ୍ଦିର ନିର୍ମାଣ, ଆଇନ ବିରୁଦ୍ଧରେ ହେଉଛି ନିର୍ମାଣ: ସମାଜବାଦୀ ପାର୍ଟି ସାଂସଦ

 ଦେଶରେ ଗଣତନ୍ତ୍ରକୁ ଶେଷ କରିବା ପାଇଁ ଉଦ୍ୟମ କରାଯାଉଛି। 

ଜବରଦସ୍ତ କରାଯାଉଛି ରାମ ମନ୍ଦିର ନିର୍ମାଣ, ଆଇନ ବିରୁଦ୍ଧରେ ହେଉଛି ନିର୍ମାଣ: ସମାଜବାଦୀ ପାର୍ଟି ସାଂସଦ

ନୂଆଦିଲ୍ଲୀ: ପୁଣି ଥରେ ବିବାଦୀୟ ବୟାନ ଦେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି  ଉତ୍ତର ପ୍ରଦେଶ ସମ୍ଭଲ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଡ.ଶଫିକୁର୍ର ରେହମାନ ବର୍କ। ଆଇନ ବିରୁଦ୍ଧରେ ରାମ ମନ୍ଦିର ନିର୍ମାଣ କରାଯାଉଥିବା ସେ କହିଛନ୍ତି। ଏହା ସହ ଦେଶରେ ଗଣତନ୍ତ୍ରକୁ ଶେଷ କରିବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ସମ୍ଭଲ ସାଂସଦ।

ବିବାଦୀୟ ବୟାନ ବାଜିକୁ ନେଇ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶ (Uttar Pradesh) ସମ୍ଭଲ ଲୋକସଭା ଆସନର (Sambhal Lok Sabha) ସମାଜବାଦୀ ପାର୍ଟି ସାଂସଦ (Samajwadi Party MP) ଡ.ଶଫିକୁର୍ର ରେହମାନ ବର୍କ (Dr. Shafiqur Rahman Barq) କହିଛନ୍ତି ଏ ପର୍ଯ୍ୟନ୍ତ ବିଜେପି କ’ଣ କରିଛି? ଆପଣ ଦେଶ ପାଇଁ କ’ଣ କରିଥିଲେ ଏବଂ ସମ୍ପ୍ରଦାୟ ପାଇଁ କ’ଣ କରାଯାଇଛି? ଯାହା ସେମନେ କରିଛନ୍ତି ତାହା ଜନସାଧାରଣଙ୍କ ସାମ୍ନାରେ ରହିଛି। ବର୍ତ୍ତମାନ ସମୟରେ ବିଜେପି ସହ ମୁକାବିଲା କରିବା ପାଇଁ ସମାଜବାଦୀ ପାର୍ଟି ଅଛି। ଅଖିଳେଶ ଯାଦବଙ୍କ ବାର୍ତ୍ତାକୁ ନେଇ ବିଜେପି ଭୟଭୀତ ହୋଇଉଠିଛି।

Also Read: ଏସପି ସାଂସଦଙ୍କ ଅଜବ ବୟାନ- କୋରୋନା ଏକ ରୋଗ ନୁହେଁ, ପାପର ଦଣ୍ଡ ଦେଉଛନ୍ତି ଆଲ୍ଲା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିବୃତ୍ତି ଉପରେ ବିବୃତ୍ତି ରଖି  ଡ.ବର୍କ କହିଛନ୍ତି ବିଜେପି ନେତା କହୁଛନ୍ତି ବର୍ତ୍ତମାନ ମଥୁରା ମସଜିଦ ପାଳି ଆସିଛି। କେତେ ଦିନ ପର୍ଯ୍ୟନ୍ତ ଏଭଳି ପ୍ରସଙ୍ଗ ସେମାନେ ଆଣିବେ। ଦେଶରେ ସମସ୍ତ କାର୍ଯ୍ୟ ଆଇନ ବିରୁଦ୍ଧରେ କରାଯାଉଛି ଦେଶରେ ଗଣତନ୍ତ୍ରକୁ ଶେଷ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। 

Also Read: Taliban ସମର୍ଥନରେ ଆସିଲେ Samajwadi Party ସାଂସଦ Shafiqur Rahman Barq

ଆଇନ୍ ବିରୁଦ୍ଧରେ ଜବରଦସ୍ତ ରାମ ନିର୍ମାଣ କରାଯାଉଥିବା ନେଇ ଆଲ୍ଲା ଜାଣିଛନ୍ତି ଏବଂ ଜନସାଧାରଣ ମଧ୍ୟ ଜାଣିସାରିଛନ୍ତି। ବାବ୍ରି ମସଜିଦକୁ ଶହୀଦ କରାଯାଇ ରାମ ମନ୍ଦିର ନିର୍ମାଣ କରାଯାଇଛି। ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି ସେ କହିଛନ୍ତି ସେମାନେ ଭୟଭୀତ କରି ଭୋଟ୍ ନେବାକୁ ଚାହୁଁଛନ୍ତି ହେଲେ ତାହା ହେବ ନାହିଁ। ଜନସାଧାରଣ ସେମାନଙ୍କ କଥାରେ ପ୍ରଲୋଭିତ ହେବେ ନାହିଁ। ଇଂଶୀ ଆଲ୍ଲା ସେମାନେ ହାରିବେ ଆଉ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆମେ ଆଶା କରୁଛି।