ଲକ୍ଷ୍ନୌ: ଆଗାମୀ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ପରସ୍ପରକୁ ଟାର୍ଗେଟ କରିବାରେ ଲାଗିପଡ଼ିଛନ୍ତି ରାଜନୈତିକ ଦଳ। ଏହି କ୍ରମରେ ନିର୍ବାଚନ ରଣାଙ୍ଗନରେ ମୁହଁମୁହିଁ ହୋଇଛନ୍ତି ରାଜ୍ୟରେ କ୍ଷମତାସୀନ ବିଜେପି ଏବଂ ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି।     


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରଚାର ଅଭିଯାନକୁ ଆଗେଇ ନେଉଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ। ଅନ୍ୟପଟେ ଦଳର ଅନେକ ନେତା ମଧ୍ୟ ଦଳୀୟ ପ୍ରଚାରରେ ମାତିଯାଇଛନ୍ତି। ହେଲେ ପ୍ରଚାର କରିବା ଅବସରରେ ଭାଷଣ ଦେବା କିମ୍ବା ଗଣମାଧ୍ୟମରେ ନିଜର ମତାମତ ରଖିବା ବେଳେ ଶବ୍ଦ ଉପରେ ନିୟନ୍ତ୍ରଣ ରଖିପାରୁନାହାଁନ୍ତି ଦଳୀୟ ନେତା।  


Also Read: ଏନକାଉଣ୍ଟର ପରେ ପ୍ରତିଶୋଧ ନେବାକୁ ଧମକ ଦେଲେ ସମାଜବାଦୀ ପାର୍ଟି ବିଧାୟକ ଅସଲମ ଚୌଧୁରୀ


ରାଜ୍ୟରେ କ୍ଷମତାସୀନ ଶାସକ ଦଳ ଉଦ୍ଦେଶ୍ୟରେ ଟାର୍ଗେଟ କରି ସମାଜବାଦୀ ପାର୍ଟି ନେତା ଆବୁ ଆଜମୀ କହିଛନ୍ତି ବିଜେପି ଦେଶରେ ମୁସଲମାନଙ୍କୁ ଅସ୍ପୃଶ୍ୟ କରିଦେଇଛି। ଏଥର ଜନସାଧାରଣ ବିଜେପି ଦୁର୍ଗ ଭାଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ସବୁ ଦଳ ଭୟ କରୁଛନ୍ତି ଯେ ଯଦି ସେମାନେ ସଂଖ୍ୟାଲଘୁ ବର୍ଗଙ୍କୁ ସାଥିରେ ନିଅନ୍ତି ତାହେଲେ ସେମାନଙ୍କ ଭୋଟ୍ ବ୍ୟାଙ୍କ ହ୍ରାସ ହୋଇପାରେ। 



ରବିବାର ଆଜମଗଡ଼ ଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଥିଲେ ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏହି ଜିଲ୍ଲାରେ ବିଜେପି ଖାତା ଖୋଲିବାକୁ ସକ୍ଷମ ହୋଇଥିଲା। ହେଲେ ଏଥର ଆଜମଗଡ଼ ଜିଲ୍ଲାରେ ବିଜେପି ଖାତା ଖୋଲି ପାରିବ ନାହିଁ। ବିଜେପି ନେତା ଏକଥା ଜାଣିଛନ୍ତି ମୁସଲମାନ ଭୋଟ ତାଙ୍କ ଦଳକୁ ମିଳିବ ନାହିଁ। ଏଥିପାଇଁ ସେମାନେ ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି।   


Also Read: 'ସରକାର ଆସିଲେ ଆମେ ପରିସ୍ରାରେ ଦୀପ ଜାଳିବୁ' ବିବାଦୀୟ ବୟାନ ଦେଇ ଫସିଲେ ସମାଜବାଦୀ ପାର୍ଟି ନେତା


ସେହିପରି ଆଜମଗଡ଼ ସଦର ବିଧାନସଭା ଆସନରୁ (Azamgarh Assembly Constituency) ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସମାଜବାଦୀ ପାର୍ଟି ନେତା ଦୁର୍ଗା ପ୍ରସାଦ ଯାଦବ (Durga Prasad Yadav) ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ବେଳେ ନିଜ ଦଳ ବିରୁଦ୍ଧରେ ବୟାନବାଜି କରିବାକୁ ପଛେଇନାହାଁନ୍ତି। ତାଙ୍କର ଏହି ଭିଡି଼ଓ ଭାଇରାଲ ହେବା ପରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି ବିଜେପି ନେତା।  


ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ବେଳେ ସମାଜବାଦୀ ପାର୍ଟି ବିଧାୟକ ଦୁର୍ଗା ପ୍ରସାଦ ଯାଦବ ଦଳକୁ ପ୍ରଶଂସାରେ ପୋତିଦେବା ସହ ନିର୍ବାଚନରେ ଦଳ ବାଜିମାତ କରିବା ନେଇ ନିଶ୍ଚିତ କରିଥିଲେ। ହେଲେ ଏହି ସମୟରେ ସେ ତାଙ୍କ କଥା ଉପରେ ରଖିପାରିନଥିଲେ। ଭୁଲ ବଶଷତଃ  ସେ ତାଙ୍କ ସମାଜବାଦୀ ପାର୍ଟିକୁ ରାଜନୀତିରୁ ଉଚ୍ଛେଦ କରିଦେବେ ବୋଲି କହି ଦେଇଥିଲେ। ସେତେବେଳେ ତାଙ୍କ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ ଭୁଲ୍ କହିଛ ବୋଲି କହିଥିଲେ।



ସୋସିଆଲ ମିଡିଆରେ ତାଙ୍କର ଭୁଲ ଭାଷଣର ଏକ ଛୋଟ ଅଂଶ ସେୟାର କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମିଡିଆ ପରାମର୍ଶଦାତା ଶଲଭ ମଣି ତ୍ରିପାଠୀ ଲେଖିଛନ୍ତି ଯେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଦୁର୍ଗା ପ୍ରସାଦ ଯାଦବ ତାଙ୍କ ଦଳକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ପଟେ ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା ଲେଖିଛନ୍ତି ସମାଜବାଦୀ ପାର୍ଟି ନେତା ଯାହା କହୁଛନ୍ତି ତାହା ହେଉଛି ସତ୍ୟ।


Also Read: ବିଜେପି ଜିତିଲେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ମୁସଲମାନ: ସମାଜବାଦୀ ପାର୍ଟି ସାଂସଦ


ସେହିପରି ସମାଜବାଦୀ ପାର୍ଟିର ଅନ୍ୟତମ ନେତା ଉତ୍ତର ପ୍ରଦେଶ ବିରୋଧି ଦଳ ନେତା (Uttar Pradesh Opposition Leader) ରାମ ଗୋବିନ୍ଦ ଚୌଧୁରୀ (Ram Govind Chaudhary) ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ଏକଛତ୍ରବାଦୀ ବୋଲି ଦର୍ଶାଇଛନ୍ତି। ଏନେଇ ସେ କହିଛନ୍ତି ରାଜ୍ୟର ଶାସନଗାଦିରେ ବସିଥିବା ଯୋଗୀ ସରକାର ଦିଗହୀନ ହୋଇଯାଇଛି। ଏଭିଳି ସରକାରକୁ କ୍ଷମତାରୁ ହଟାଇବାକୁ ହେଲେ ଫାଶୀ ଖୁଣ୍ଟରେ ଝୁଲିବାକୁ କିମ୍ବା ଗୁଳିର ସାମ୍ନା କରିବାକୁ ସମାଜବାଦୀ ପାର୍ଟି କର୍ମକର୍ତ୍ତା ପ୍ରସ୍ତୁତ ରୁହନ୍ତୁ।



ରାଜ୍ୟରେ ରାଜନୈତିକ ପରିସ୍ଥିତି ଚିନ୍ତାଜନକ ହୋଇପଡି଼ଛି। ରାଜନୈତିକ ବିରୋଧିଙ୍କୁ ଶତ୍ରୁ ପକ୍ଷ ଭଳି ବ୍ୟବହାର କରାଯାଉଛି। ରାଜ୍ୟ ବିଜେପି ସରକାର ଅମଳରେ ସମ୍ପୂର୍ଣ୍ଣ ବର୍ବାଦ ହୋଇସାରିଛି ବୋଲି କହିଛନ୍ତି ସେ।