UP Politics: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ରାମ ଗୋପାଳଙ୍କୁ ଶିବପାଲଙ୍କ କଟାକ୍ଷ
Advertisement

UP Politics: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ରାମ ଗୋପାଳଙ୍କୁ ଶିବପାଲଙ୍କ କଟାକ୍ଷ

Uttar Pradesh Politics: ଶିବପାଲ ଯାଦବ ମଙ୍ଗଳବାର ଦିନ ରାମ ଗୋପାଳ ଯାଦବଙ୍କ ଲେଟର ପ୍ୟାଡ ଯୋଗେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲେଖାଯାଇଥିବା ଏକ ପତ୍ର ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ନ୍ୟାୟ ପାଇଁ ଲଢେଇ କାହିଁକି ଅସମ୍ପୂର୍ଣ୍ଣ ରହିଛି? 

UP Politics: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ରାମ ଗୋପାଳଙ୍କୁ ଶିବପାଲଙ୍କ କଟାକ୍ଷ

Shivpal Yadavs taunts to Ramgopal Yadav: ଗତ ସୋମବାର ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ମହାସଚିବ ରାମଗୋପାଳ ଯାଦବ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। ଏହି ଭେଟଘାଟକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏହି ଭେଟଘାଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଚାଚା ଶିବପାଲ ଯାଦବ। ରାମ ଗୋପାଳ ଯାଦବଙ୍କ ଏକ ଚିଠିକୁ ଦର୍ଶାଇ ଶିବପାଲ ଯାଦବ ପ୍ରଶ୍ନ ଉଠାଇ କହିଛନ୍ତି ଯେ ନ୍ୟାୟ ପାଇଁ ଲଢେଇ କାହିଁକି ଅସମ୍ପୂର୍ଣ୍ଣ ରହିଛି?

ଶିବପାଲ ଯାଦବ (Shivpal Yadav) ମଙ୍ଗଳବାର ଦିନ ରାମ ଗୋପାଳ ଯାଦବଙ୍କ ଲେଟର ପ୍ୟାଡ ଯୋଗେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲେଖାଯାଇଥିବା ଏକ ପତ୍ର ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ନ୍ୟାୟ ପାଇଁ ଲଢେଇ କାହିଁକି ଅସମ୍ପୂର୍ଣ୍ଣ ରହିଛି? ଆଜାମ ଖାନ, ନାହିଦ ହାସନ, ଶାହଜିଲ ଇସଲାମ ଏବଂ ଦଳର ଅନ୍ୟ କର୍ମକର୍ତ୍ତାଙ୍କ ପାଇଁ ନ୍ୟାୟ କାହିଁକି ନାହିଁ? ରାମପୁର ଆସନର ୧୦ ଥର ବିଧାୟକ ଆଜମ ଖାନ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତା। ସେ ବିଭିନ୍ନ ଅପରାଧିକ ମାମଲାରେ ୨୭ ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଛି। ବରେଲି ଜିଲ୍ଲା ବିଧାୟକ ଶାହଜିଲ ଇସଲାମର ପେଟ୍ରୋଲ ପମ୍ପ ଉପରେ ପ୍ରଶାସନ ବୁଲଡୋଜର ଚଢାଇ ସାରିଛି। ଅନ୍ୟପଟେ ଶାମଲି ଜିଲ୍ଲାର କୈରାନା ବିଧାୟକ ନାହିଦ ହାସନ ଅପରାଧିକ ମାମଲାରେ ଜେଲରେ ଅଛନ୍ତି।

ଗତ ମଙ୍ଗଳବାର ଶିବପାଲ ଯାଦବ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ମହାସଚିବ ରାମଗୋପାଳ ଯାଦବଙ୍କ ପକ୍ଷରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରକୁ ଟ୍ୱିଟ କରିଥିଲେ। ଯେଉଁଥିରେ ପୂର୍ବତନ ସମାଜବାଦୀ ପାର୍ଟି ବିଧାୟକ ରାମେଶ୍ୱର ସିଂହ ଯାଦବ ଏବଂ ତାଙ୍କ ଭାଇ ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଜୋଗେନ୍ଦ୍ର ସିଂହଙ୍କ ବିରୋଧରେ ପୋଲିସ ପକ୍ଷରୁ ଦାଏର କରାଯାଇଥିବା ମାମଲା ଏବଂ ନିର୍ଯାତନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଘଟଣାରେ ନିରପେକ୍ଷ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିକଟରେ ଦାବି କରିଛନ୍ତି ରାମଗୋପାଳ ଯାଦବ।

ଗତ ସୋମବାର ରାଜଧାନୀ ଲକ୍ଷ୍ନୌସ୍ଥିତ ସରକାରୀ ବାସଭବନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥଙ୍କୁ (UP CM Yogi Adityanath) ଭେଟିଥିଲେ ସମାଜବାଦୀ ପାର୍ଟି (Samajwadi Party) ରାଷ୍ଟ୍ରୀୟ ମହାସଚିବ ତଥା ଅଖିଳେଶ ଯାଦବଙ୍କ (Akhilesh Yadav) ଚାଚା ରାମ ଗୋପାଳ ଯାଦବ (Ramgopal Yadav)। ଏହି ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ (Uttar Pradesh Politics) ଚର୍ଚ୍ଚା ଆରମ୍ଭ ହୋଇଯିବା ପରେ ଉଭୟ ନେତାଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ତାହା ଉପରେ ସ୍ପଷ୍ଟୀକରଣ ରଖିଛି ସମାଜବାଦୀ ପାର୍ଟି। 

ମୁଖମନ୍ତ୍ରୀ ଯୋଗୀଙ୍କ ସହ ହୋଇଥିବା ଭେଟଘାଟ ସମୟରେ ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ ରାଜ୍ୟରେ ପଛୁଆ ତଥା ସଂଖ୍ୟାଲଘୁଙ୍କ ବିରୋଧରେ ମିଥ୍ୟା ମାମଲା ପଞ୍ଜୀକରଣ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏଭଳି ମିଥ୍ୟା ସରକାର ପ୍ରତ୍ୟାହାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ସେ। ଏହି ଭେଟଘାଟ ବେଳେ ଆଲିଗଞ୍ଜ ବିଧାନସଭା ଆସନର ପୂର୍ବତନ ସମାଜବାଦୀ ପାର୍ଟି ବିଧାୟକ ରାମେଶ୍ୱର ସିଂହ ଯାଦବ ଏବଂ  ତାଙ୍କ ଭାଇ ଯୁଗେନ୍ଦ୍ର ସିଂହଙ୍କ ବିରୋଧରେ ଦାଏର ହୋଇଥିବା ମାମଲା ଉପରେ ଆଲୋଚନା ହୋଇଛି। ଉଭୟ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୋଗୀ ସରକାର ସେମାନଙ୍କ ବେଆଇନ ସମ୍ପତ୍ତି ଜବତ କରିଥିଲେ।  ହେଲେ ଏହି କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି।

Also Read: UP Politics: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ନେତା, ଆରମ୍ଭ ହୋଇଗଲା