Pramod Muthalik on Veer Savarkar: ଗଣେଶ ପୂଜା ବେଳେ ବୀର ସାବରକରଙ୍କୁ ନେଇ କର୍ଣ୍ଣାଟକରେ ଦେଖାଦେଇଛି ବିବାଦ। ଏଥର ଗଣେଶ ପୂଜା ପାଳନ ଅବସରରେ ଭଗବାନ ଗଣେଶଙ୍କ ମୂର୍ତ୍ତି ନିକଟରେ ବୀର ସାବରକରଙ୍କ ଫଟୋ ରଖିବାକୁ ନିଷ୍ପତ୍ତି ନେଇଥିଲେ ହିନ୍ଦୁ ସଙ୍ଗଠନ। ନିକଟଲେ ଏହି ପ୍ରସଙ୍ଗରେ ରଖିଥିବା ଜବାବ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଶ୍ରୀରାମ ସେନା ପ୍ରତିଷ୍ଠାତା ପ୍ରମୋଦ ମୁଥାଲିକ୍। 


COMMERCIAL BREAK
SCROLL TO CONTINUE READING

ବୀର ସାବରକରଙ୍କୁ (Veer Savarkar) ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ଜବାବ ରଖି କର୍ଣ୍ଣାଟକର ପ୍ରମୁଖ ହିନ୍ଦୁ ସଙ୍ଗଠନ (Karnataka Hindu Organization) ଶ୍ରୀରାମ ସେନା ପ୍ରତିଷ୍ଠାତା ପ୍ରମୋଦ ମୁଥାଲିକ୍ (Sri Ram Sena Founder Pramod Muthalik) ଚେତାବନୀ ଦେଇଛନ୍ତି ଯେ ଯେଦି କେହି ହିନ୍ଦୁତ୍ୱ ବିଚାରକ ବୀର ସାବରକରଙ୍କ (Hindutva Thinker Veer Savarkar) ଫଟୋ ସ୍ପର୍ଶ କରିନ୍ତି ତାହେଲେ ତାଙ୍କ ହାତ କାଟି ଦିଆଯିବ। ଯଦି କେହି ସାବରକରଙ୍କ ଫଟୋ ଛୁଇଁବାକୁ ଚେଷ୍ଟା କରେ ତାହେଲେ ହିନ୍ଦୁ ସେନା କର୍ମକର୍ତ୍ତ ତାଙ୍କ ହାତ କାଟିବେ। ଏହା ହେଉଛି ଏକ ଚେତାବନୀ।


Also Read: Karnataka: ଗଣେଶ ପୂଜା ବେଳେ ବୀର ସାବରକରଙ୍କୁ ନେଇ ବଢିଲା ବିବାଦ


ବୀର ସାବରକରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶ୍ରୀରାମ ସେନା ପ୍ରତିଷ୍ଠାତା ପ୍ରମୋଦ ମୁଥାଲିକ୍ କହିଛନ୍ତି ଯେ ସେ ଏବଂ ତାଙ୍କ ସଙ୍ଗଠନର କର୍ମକର୍ତ୍ତା ବୀର ସାବରକରଙ୍କ ଅବଦାନ ଏବଂ ତାଙ୍କ ଦ୍ୱାରା କରାଯାଇଥିବା ଜାତୀୟତାବାଦୀ କାର୍ଯ୍ୟ  ବାବଦରେ କର୍ଣ୍ଣାଟକର କୋଣ ଅନୁକୋଣରେ ରହୁଥିବା ଲୋକଙ୍କୁ ଅବଗତ କରାଇବେ। ବୀର ସାବରକର ମୁସଲମାନଙ୍କ ବିରୋଧରେ ନୁହେଁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ରହିଥିଲେ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜେ ତାଙ୍କ ଫଟୋ ରହିଥିବା ଡାକ ଟିକେଟ ବାହାର କରି ବୀର ସାବରକରଙ୍କୁ ସମ୍ମାନିତ କରିଥିଲେ। କଂଗ୍ରେସ ନେତା ଏହି ତଥ୍ୟ ବାବଦରେ ଅବଗତ ନୁହଁନ୍ତି। ସେମାନଙ୍କ ସାବରକରଙ୍କୁ ନେଇ ନିର୍ବୋଧ ବୟାନବାଜି କରିବାରେ ଲାଗିଛନ୍ତି। ଯଦି କଂଗ୍ରେସ କର୍ମୀ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନ କରନ୍ତି ତାହେଲେ ଆମେ ଚୁପ୍ ରହିବୁ ନାହିଁ।


ଚଳିତ ବର୍ଷ ଗଣେଶ ଉତ୍ସବ ଅବସରରେ କର୍ଣ୍ଣାଟକର ବହୁ ଦକ୍ଷିଣପନ୍ଥୀ ସଙ୍ଗଠନ ରାଜ୍ୟର ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସାବରକର ଦେଶର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କ ପୋଷ୍ଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।  ଦକ୍ଷିଣପନ୍ଥୀ ସଙ୍ଗଠନ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ରାଜ୍ୟର ଶିବମୋଗା ଏବଂ ମାଙ୍ଗାଲୁରୁ ଭଳି କେତେକ ସ୍ଥାନରେ ବୀର ସାବରକରଙ୍କ ଫଟୋ ଲଗାଇବାକୁ ନେଇ ବିବାଦ କାରଣ ପାଲଟିଛି।


Also Read: Karnataka: ଗଣେଶ ଉତ୍ସବରେ ବୀର ସାବରକରଙ୍କ ଫଟୋ ବାଣ୍ଟିବ ହିନ୍ଦୁ ସଙ୍ଗଠନ


ଶ୍ରୀରାମ ସେନା ପ୍ରତିଷ୍ଠାତା ପ୍ରମୋଦ ମୁଥାଲିକ କହିଛନ୍ତି ଆମେ ରାଜ୍ୟରେ ଅତି କମରେ ୧୫ ହଜାର  ସ୍ଥାନରେ ବୀର ସାବରକର ଏବଂ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ (Lokmanya Bal Gangadhar Tilak) ଫଟୋ ଲଗାଇବାକୁ ନିଷ୍ପତ୍ତି ନେଇଛୁ। ଏହି ଦୁଇ ପ୍ରତିଷ୍ଠିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆମେ ଏହାକୁ ଏକ ଆନ୍ଦୋଳନ କରିବାକୁ ଚାହୁଁଛୁ। ରାଜ୍ୟର ବେଲଗାଭୀ ଜିଲ୍ଲାର କିଛି ବିଜେପି ବିଧାୟକ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଉଛନ୍ତି। ଶାକାହାରୀ ଖାଦ୍ୟ ଖାଇବା ଏବଂ ମନ୍ଦିର ପରିଦର୍ଶନ କରିବାରେ କିଛି ଭୁଲ ନାହିଁ। ଏଭଳି ପ୍ରସଙ୍ଗ ଉଠାଇବା ପରିବର୍ତ୍ତେ ବିଜେପି ନେତା ବର ସାବରକରଙ୍କ ଉପରେ ଚର୍ଚ୍ଚା କରିବା ଆବଶ୍ୟକ।