Karnataka: ଗଣେଶ ପୂଜା ବେଳେ ବୀର ସାବରକରଙ୍କୁ ନେଇ ବଢିଲା ବିବାଦ
Advertisement

Karnataka: ଗଣେଶ ପୂଜା ବେଳେ ବୀର ସାବରକରଙ୍କୁ ନେଇ ବଢିଲା ବିବାଦ


Veer Savarkar Controversy:  କର୍ଣ୍ଣାଟକ କଂଗ୍ରେସ ଭଗବାନ ଗଣେଶଙ୍କ ସହ ବୀର ସାବରକରଙ୍କ ମଧ୍ୟରେ ପୃଥକ ତଥା ବିଶେଷ ସମ୍ପର୍କ ସ୍ଥାପନ କରିବାକୁ ନେଇ ଶାସକ ବିଜେପି ଉପରେ ପ୍ରଶ୍ନ ଉଠାଇଛି। 

Karnataka: ଗଣେଶ ପୂଜା ବେଳେ ବୀର ସାବରକରଙ୍କୁ ନେଇ ବଢିଲା ବିବାଦ

Veer Savarkar Controversy: ଗଣେଶ ପୂଜା ବେଳେ ବୀର ସାବରକରଙ୍କୁ ନେଇ କର୍ଣ୍ଣାଟକରେ ଦେଖାଦେଇଛି ବିବାଦ।  ରାଜ୍ୟରେ ବିଜେପି ଏବଂ ହିନ୍ଦୁ ସଙ୍ଗଠନ  କାର୍ମକର୍ତ୍ତା ଆଗାମୀ ଗଣେଶ ପୂଜା ଅବସରରେ ଭଗବାନ ଗଣେଶଙ୍କ ସହ ବୀର ସାବରକରଙ୍କ ଫଟୋ ରଖିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି। କର୍ଣ୍ଣାଟକ କଂଗ୍ରେସ ଭଗବାନ ଗଣେଶଙ୍କ ସହ ବୀର ସାବରକରଙ୍କ ମଧ୍ୟରେ ପୃଥକ ତଥା ବିଶେଷ ସମ୍ପର୍କ ସ୍ଥାପନ କରିବାକୁ ନେଇ ଶାସକ ବିଜେପି ଉପରେ ପ୍ରଶ୍ନ ଉଠାଇଛି। 

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବ କୁମାର (Karnataka Congress President DK Shivakumar) ଗତ ଶୁକ୍ରବାର ବୀର ସାବରକର (Veer Savarkar) ଏବଂ ଭଗବାନ ଗଣେଶଙ୍କ (Lord Ganesh) ମଧ୍ୟରେ ଥିବା ସମ୍ପର୍କ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଦେଶରେ ଗଣେଶ ଉତ୍ସବକୁ (Ganesh Utsav) ଲୋକପ୍ରିୟ କରାଇଥିବା ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ (Lokmanya Bal Gangadhar Tilak) ଫଟୋ ଲଗାଇଲେ ସେମାନଙ୍କ ଉଦ୍ଦେଶ୍ୟ ବୁଝା ପଡ଼ିଥାନ୍ତା। ମାତ୍ର ସେମାନେ ବୀର ସାବରକରଙ୍କ (Veer Savarkar) ଫଟୋ ଲଗାଇ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ସେମାନେ ନିଜ ଦଳକୁ ତଳକୁ ନେଇଯିବେ ଏବଂ ସେମାନେ ନିଜର ନୀତି ଏବଂ ଆଦର୍ଶକୁ କ୍ଷତି ପହଞ୍ଚାଇବେ। ସେମାନେ ବିକାଶ ଚାହୁଁ ନାହାଁନ୍ତି। ଲୋକଙ୍କ ମଧ୍ୟରେ ବିଶୃଙ୍ଖଳା ଏବଂ ମତଭେଦ ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ। ସେମାନେ ସାମ୍ପ୍ରଦାୟିକ ଧ୍ରୂବୀକରଣ ଚାହୁଁଛନ୍ତି। 

ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ (Bajrang Dal Worker) ଦ୍ୱାରା ସ୍ଥାପିତ ତୁମକୁରୁ ସହରର (Tumkur City Karnataka) ରାସ୍ତାରୁ ବୀର ସାବରକର ପୋଷ୍ଟର ଏବଂ ଫ୍ଲେକ୍ସ ହଟାଇ ଦିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ପାଇଁ ବଜରଙ୍ଗ କର୍ମକର୍ତ୍ତା ପୋଲିସ (Karnataka Police) କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ସେମାନେ କହିଛନ୍ତି ଯେ ସେମାନେ ଫ୍ଲେକ୍ସ ଲଗଇବା ପାଇଁ ଅନୁମତି ପାଇଛନ୍ତି ଏବଂ ପ୍ରଶାସନ ସେମାନଙ୍କୁ ଅନୁମତି ଦେଇଛି। ଏହି ଘଟଣାରେ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ନିରବ ଅଛନ୍ତି।

Also Read: Karnataka: ଗଣେଶ ଉତ୍ସବରେ ବୀର ସାବରକରଙ୍କ ଫଟୋ ବାଣ୍ଟିବ ହିନ୍ଦୁ ସଙ୍ଗଠନ

ଗଣେଶ ଉତ୍ସବ ସମୟରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସହିତ ହିନ୍ଦୁ ସଙ୍ଗଠନ କର୍ମକର୍ତ୍ତା (Hindu Organisations Worker) ବୀର ସାବରକର ଫଟୋ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଗଣେଶ ଉତ୍ସବ ଏକ ସପ୍ତାହରୁ ଅଧିକ ସମୟ ଧରି କର୍ଣ୍ଣାଟକରେ ପାଳନ କରାଯାଏ। ରାଜ୍ୟରେ ଗଣେଶ ପୂଜା ପାଳନ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ କର୍ଣ୍ଣାଟକ ପୋଲିସ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। 

ଗତ ୧୫ ଅଗଷ୍ଟରେ ଦେଶର ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯିବା ଅବସରରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବୀର ଫଟୋ ଲଗାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଶିବମୋଗା ଠାରେ ଭୀର ସାବରକରଙ୍କ ଫଟୋ ଲଗାଇବାକୁ ନେଇ ୨ ଜଣଙ୍କୁ ଛୁରା ମାଡ଼ କରାଯାଇଥିଲା। ଏହି ଘଟଣାରେ ଜଡ଼ିତ ଜଣେ ଅଭିଯୁକ୍ତକୁ ପୋଲିସ ଗୁଳି ମାରି ଗିରଫ କରିଥିଲା। ଏହି ସମୟରେ କର୍ଣ୍ଣାଟକର ହିନ୍ଦୁ ସଙ୍ଗଠନ ଭଗବାନ ଗଣେଶଙ୍କ ମୂର୍ତ୍ତି ନିକଟରେ ବୀର ସାବରକରଙ୍କ ଫଟୋ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Also Read: Shivamogga: ଛକରେ ମୂର୍ତ୍ତି ଲଗାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ

ଶ୍ରୀରାମ ସେନା ପ୍ରତିଷ୍ଠାତା ପ୍ରମୋଦ ମୁଥାଲିକ୍ (Sri Ram Sena Founder Pramod Muthalik) ଏକ ଘୋଷଣା କରି ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କୁ (Hindu Organization Activist) ଗଣେଶ ପୂଜା ପର୍ବକୁ (Ganesh Puja) ବୀର ସାବରକର ଉତ୍ସବ (Veer Savarkar Utsav) ଭାବରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ଗଣେଶ ଉତ୍ସବ (Ganesh Utsav) ଅବସରରେ ବୀର ସାବରକରଙ୍କ ଫଟୋ ଭଗବାନ ଗଣେଶଙ୍କ ମୂର୍ତ୍ତି (Lord Ganesh Idol) ନିକଟରେ ରଖାଯିବ ଏବଂ ତାଙ୍କୁ ପୂଜା କରାଯିବ। ବୀର ସାବରକର ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କୁ ଆଣ୍ଡାମାନସ୍ଥିତ ସେଲ୍ୟୁଲାର ଜେଲ ଠାରେ ୧୧ ବର୍ଷ ପର୍ଯ୍ୟନ୍ତ ବନ୍ଦୀ କରି ରଖାଯାଇଥିଲା। ଯେଉଁମାନେ ଇତିହାସ ଜାଣନ୍ତି ନାହିଁ ସେମାନେ ବୀର ସାବରକରଙ୍କୁ ଅପମାନିତ କରୁଛନ୍ତି। ଶ୍ରୀରାମ ସେନା ଚଳିତ ବର୍ଷର ଗଣେଶ ଉତ୍ସବକୁ ବୀର ସାବରକର ଉତ୍ସବ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଉତ୍ସବରେ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ଆୟୋଜନ କରାଯିବ। ବୀର ସାବରକରଙ୍କ ବାବଦରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ।