Karnataka: ଗଣେଶ ଉତ୍ସବରେ ବୀର ସାବରକରଙ୍କ ଫଟୋ ବାଣ୍ଟିବ ହିନ୍ଦୁ ସଙ୍ଗଠନ
Advertisement

Karnataka: ଗଣେଶ ଉତ୍ସବରେ ବୀର ସାବରକରଙ୍କ ଫଟୋ ବାଣ୍ଟିବ ହିନ୍ଦୁ ସଙ୍ଗଠନ

Karnataka Hindu Organization: ଗତ ୧୫ ଅଗଷ୍ଟରେ ଦେଶର ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯିବା ଅବସରରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବୀର ଫଟୋ ଲଗାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। 

Karnataka: ଗଣେଶ ଉତ୍ସବରେ ବୀର ସାବରକରଙ୍କ ଫଟୋ ବାଣ୍ଟିବ ହିନ୍ଦୁ ସଙ୍ଗଠନ

Karnataka Hindu Organization: ଚଳିତ ବର୍ଷ ପାଳନ କରାଯିବାକୁ ଥିବା ଗଣେଶ ପୂଜାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି କର୍ଣ୍ଣାଟକର ହିନ୍ଦୁ ସଙ୍ଗଠନ। ଏଥର ଗଣେଶ ପୂଜା ପାଳନ ଅବସରରେ ଭଗବାନ ଗଣେଶଙ୍କ ମୂର୍ତ୍ତି ନିକଟରେ ବୀର ସାବରକରଙ୍କ ଫଟୋ ରଖିବାକୁ ନିଷ୍ପତ୍ତି ନେଇଛି ହିନ୍ଦୁ ସଙ୍ଗଠନ। 

ଗତ ୧୫ ଅଗଷ୍ଟରେ ଦେଶର ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯିବା ଅବସରରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବୀର ଫଟୋ ଲଗାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଶିବମୋଗା ଠାରେ ଭୀର ସାବରକରଙ୍କ ଫଟୋ ଲଗାଇବାକୁ ନେଇ ୨ ଜଣଙ୍କୁ ଛୁରା ମାଡ଼ କରାଯାଇଥିଲା। ଏହି ଘଟଣାରେ ଜଡ଼ିତ ଜଣେ ଅଭିଯୁକ୍ତକୁ ପୋଲିସ ଗୁଳି ମାରି ଗିରଫ କରିଥିଲା। ଏହି ସମୟରେ କର୍ଣ୍ଣାଟକର ହିନ୍ଦୁ ସଙ୍ଗଠନ ଭଗବାନ ଗଣେଶଙ୍କ ମୂର୍ତ୍ତି ନିକଟରେ ବୀର ସାବରକରଙ୍କ ଫଟୋ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଶ୍ରୀରାମ ସେନା ପ୍ରତିଷ୍ଠାତା ପ୍ରମୋଦ ମୁଥାଲିକ୍ (Sri Ram Sena Founder Pramod Muthalik) ଏକ ଘୋଷଣା କରି ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କୁ (Hindu Organization Activist) ଗଣେଶ ପୂଜା ପର୍ବକୁ (Ganesh Puja) ବୀର ସାବରକର ଉତ୍ସବ (Veer Savarkar Utsav) ଭାବରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ଗଣେଶ ଉତ୍ସବ (Ganesh Utsav) ଅବସରରେ ବୀର ସାବରକରଙ୍କ ଫଟୋ ଭଗବାନ ଗଣେଶଙ୍କ ମୂର୍ତ୍ତି (Lord Ganesh Idol) ନିକଟରେ ରଖାଯିବ ଏବଂ ତାଙ୍କୁ ପୂଜା କରାଯିବ। ବୀର ସାବରକର ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କୁ ଆଣ୍ଡାମାନସ୍ଥିତ ସେଲ୍ୟୁଲାର ଜେଲ ଠାରେ ୧୧ ବର୍ଷ ପର୍ଯ୍ୟନ୍ତ ବନ୍ଦୀ କରି ରଖାଯାଇଥିଲା। ଯେଉଁମାନେ ଇତିହାସ ଜାଣନ୍ତି ନାହିଁ ସେମାନେ ବୀର ସାବରକରଙ୍କୁ ଅପମାନିତ କରୁଛନ୍ତି। ଶ୍ରୀରାମ ସେନା ଚଳିତ ବର୍ଷର ଗଣେଶ ଉତ୍ସବକୁ ବୀର ସାବରକର ଉତ୍ସବ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଉତ୍ସବରେ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ଆୟୋଜନ କରାଯିବ। ବୀର ସାବରକରଙ୍କ ବାବଦରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ।

Also Read: Shivamogga: ଛକରେ ମୂର୍ତ୍ତି ଲଗାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ

ଗତ ୧୫ ତାରିଖରେ କର୍ଣ୍ଣାଟକର ଶିବମୋଗା ସହରରେ ସୃଷ୍ଟି ହୋଇଛି ବିବାଦ। ହିନ୍ଦୁବାଦୀ ସଙ୍ଗଠନ ପକ୍ଷରୁ ସହରର ଅମୀର ଅହମ୍ମଦ ସର୍କଲ ଠାରେ ବୀର ସାବରକରଙ୍କ ଫଟୋ ଲଗାଇଥିଲେ। ଏହାର କିଛି ସମୟ ପରେ ଟିପୁ ସୁଲତାନ ସେନା ନାମକ ଏକ ଅନ୍ୟ ଏକ ସଙ୍ଗଠନର ପତାକା ଧରି କିଛି ମୁସଲିମ ଯୁବକ ସେଠାରେ ପହଞ୍ଚି ସାବରକରଙ୍କ ଫଟୋ ହଟାଇବାକୁ ଚେଷ୍ଟା କରିଥିଲେ। ଏହାକୁ ହିନ୍ଦୁ-ମୁସଲିମ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣା ବାବଦରେ ଖବର ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ପ୍ରଥମେ ଘଟଣାସ୍ଥଳରୁ ପୋଲିସ ମୁସଲିମ ଯୁବକଙ୍କୁ ସେଠାରୁ ଘଉଡାଇବା ସହିତ ଛକରେ ଲଗାଯାଇଥିବା ସାବରକରଙ୍କ ଫଟୋ ହଟାଇ ଦେଇଥିଲା। ଏହି କାରଣରୁ ହିନ୍ଦୁ ସଙ୍ଗଠନ କର୍ମକର୍ତ୍ତା ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥଲେ।

Also Read: ଛତ୍ରପତି ଶିବାଜୀ ମହାରାଜଙ୍କ ମୂର୍ତ୍ତୀ ସ୍ଥାପନ କରିବାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ; ଘଟଣାସ୍ଥଳରେ ୧୪୪ ଧାରା ଜାରି

ଶିବମୋଗା ସହରର (Shivamogga City) ଅମୀର ଅହମ୍ମଦ ସର୍କଲ ଠାରେ ବୀର ସାବରକରଙ୍କ (Veer Savarkar) ଫଟୋ ଲଗାଇବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ତୁରନ୍ତ ପ୍ରଭାବ ସହିତ ସେଠାରେ ୧୪୪ ଧାରା ଜାରିକରିଛି। ଏହି ଅଞ୍ଚଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ଆମୀର ଅହମ୍ମଦ ସର୍କଲ ଠାରେ ଫଟୋ ଲଗାଇବାକୁ ନେଇ ମୁହାଁମୁହିଁ ହୋଇଥିଲେ ହିନ୍ଦୁ-ମୁସଲିମ ଯୁବକ (Hindu Muslim Clash)। ସେଠାରେ ସେମାନଙ୍କୁ ଘଉଡ଼ାଇବା ପୋଲିସ ଲାଠି ଚାର୍ଜ କରିଥିଲା। ଗୋଟିଏ ଗୋଷ୍ଠୀ ସେଠାରେ ବିରୋଧ ପ୍ରଦର୍ଶନ କରିବା ବେଳେ ସେମାନଙ୍କୁ ସେଠାରୁ ହଟାଯାଉଛି। ଶିବମୋଗା ଏବଂ ଭଦ୍ରାବତୀ ଠାରେ ୧୪୪  ଧାରା ଲାଗୁ କରାଯାଇଛି। କୌଣସି ଭିଡ଼ କିମ୍ବା ଲୋକଙ୍କୁ ଏଠାରେ ଏକାଠି ହେବାକୁ ଅନୁମତି ଦିଆଯାଉ ନାହିଁ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏଠାରେ କର୍ଫ୍ୟୁ ଲଗାଯାଇଛି।