Tamil Nadu: ସରକାରୀ ଚାକିରିକୁ ନେଇ ବଡ଼ ନିଷ୍ପତ୍ତି ନେଲେ ତାମିଲନାଡୁ ସରକାର, ବିଧାନସଭାରେ ପାରିତ ହେଲା ବିଲ୍
Advertisement

Tamil Nadu: ସରକାରୀ ଚାକିରିକୁ ନେଇ ବଡ଼ ନିଷ୍ପତ୍ତି ନେଲେ ତାମିଲନାଡୁ ସରକାର, ବିଧାନସଭାରେ ପାରିତ ହେଲା ବିଲ୍

Tamil Language for Govt Job: ତାମିଲନାଡୁ ସରକାରୀ ସେବା (ସେବା ସର୍ତ୍ତ) ଅଧିନିୟମ ୨୦୧୬ ଧାରା ୨୧ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା କୌଣସି ସେବାରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ଯଦି ତାଙ୍କର ରାଜ୍ୟର ସରକାରୀ ଭାଷା ଅର୍ଥାତ ତାମିଲ ବିଷୟରେ ଯଥେଷ୍ଟ ଜ୍ଞାନ ନଥିବ। 

Tamil Nadu: ସରକାରୀ ଚାକିରିକୁ ନେଇ ବଡ଼ ନିଷ୍ପତ୍ତି ନେଲେ ତାମିଲନାଡୁ ସରକାର, ବିଧାନସଭାରେ ପାରିତ ହେଲା ବିଲ୍

Tamil Nadu Govt Decision on Govt Job: ରାଜ୍ୟରେ ସରକାରୀ ଚାକିରିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଏଣିକି ତାମିଲନାଡୁରେ ସେମାନେ ସରକାରୀ ଚାକିରି କରିବାର ସୁଯୋଗ ପାଇବେ ଯେଉଁମାନେ ତାମିଲ ଭାଷା ଜାଣିଛନ୍ତି। ଶୁକ୍ରବାର ତାମିଲନାଡୁ ବିଧାନସଭା ଦ୍ୱାରା ତାମିଲ ଭାଷାକୁ ବାଧ୍ୟତାମୂଳକ କରୁଥିବା ଏକ ବିଲ୍ ଅନୁମୋଦନ କରାଯାଇଛି। ଏହି ବିଲ ଅନୁଯାୟୀ ରାଜ୍ୟରେ ସରକାରୀ ଚାକିରି ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷାରେ ତାମିଲ ଭାଷା ପରୀକ୍ଷାରେ ପାସ୍ କରିବା ବାଧ୍ୟତାମୂଳକ ହେବ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ (Tamil Nadu CM MK Stalin) ନେତୃତ୍ୱାଧିନ ଡିଏମକେ ସରକାର (Tamil Nadu DMK Govt) ୨୦୧୬ ତାମିଲନାଡୁ ସରକାରୀ ସେବକ ଅଧିନିୟମରେ ସଂଶୋଧନ ପାଇଁ ଏକ ନୂତନ ବିଲ୍ ଆଗତ କରିଛନ୍ତି। ଶୁକ୍ରବାର ଏହି ବିଲ ତାମିଲନାଡୁ ବିଧାନସଭାରେ (Tamil Nadu Legislative Assembly) ଆଗତ ହୋଇଛି। ସଂଶୋଧନ ଅନୁଯାୟୀ, ଯଦି କୌଣସି ପ୍ରାର୍ଥୀ ଚାକିରି ପାଇଛନ୍ତି, ତାହେଲେ ତାଙ୍କୁ ଚାକିରି ପାଇବାର ୨ ବର୍ଷ ମଧ୍ୟରେ ତାମିଲ ଭାଷା (Tamil Language) ପରୀକ୍ଷାରେ ପାସ କରିବାକୁ ହେବ। 

ତାମିଲନାଡୁ ସରକାରୀ ସେବା (ସେବା ସର୍ତ୍ତ) ଅଧିନିୟମ ୨୦୧୬ ଧାରା ୨୧ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା କୌଣସି ସେବାରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ଯଦି ତାଙ୍କର ରାଜ୍ୟର ସରକାରୀ ଭାଷା ଅର୍ଥାତ ତାମିଲ ବିଷୟରେ ଯଥେଷ୍ଟ ଜ୍ଞାନ ନଥିବ। 

ବର୍ତ୍ତମାନ ତାମିଲନାଡୁରେ କ୍ଷମତାସୀନ ରହିଥିବା ଡିଏମକେ ସରକାରକୁ ତାମିଲ ବନାମ ହିନ୍ଦୀ ପ୍ରସଙ୍ଗରେ କେନ୍ଦ୍ର ସହ ସଂଘର୍ଷ କରିବାର ଇତିହାସ ରହିଛି। ଗତ ବର୍ଷ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡ଼ି (Tamil Nadu Higher Education Minister K.Ponmudi) କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ତାମିଲ ଭାଷାକୁ ସରକାରୀ ଭାଷା ବ୍ୟବହାର କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଥିଲେ।

ତାମିଲନାଡୁ (Tamil Nadu) ରାଜଧାନୀ ଚେନ୍ନାଇ (Chennai) ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister Amit Shah) କହିଛନ୍ତି ଯେ, "ତାମିଲ ହେଉଛି ବିଶ୍ୱର ସର୍ବ ପୁରାତନ ଭାଷା। ତାମିଲ ଭାଷାର ସଂରକ୍ଷଣ ତଥା ପ୍ରଚାର କରିବା ଆମର ଦାୟିତ୍ୱ।"

କେନ୍ଦ୍ରମନ୍ତ୍ରୀଙ୍କ  ଏହି ବୟାନ ଉପରେ ଜବାବ ରଖିଛନ୍ତି ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ କେ.ପୋନମୁଡି। ଏନେଇ ମନ୍ତ୍ରୀ ପୋନମୁଡି କହିଛନ୍ତି ତାମିଲ ଭାଷାରେ ଇଞ୍ଜିନିୟରିଂପାଠ୍ୟକ୍ରମ ଶିକ୍ଷା ଆରମ୍ଭ କରିବାର ପଦକ୍ଷେପ ୧୨ ବର୍ଷ ପୂର୍ବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ (Karunanidhi) ଦ୍ୱାରା ଆରମ୍ଭ ହୋଇଥିଲା। ତାମିଲନାଡୁରେ ତାମିଲ ଭାଷାରେ ଡାକ୍ତରୀ ପାଠ୍ୟ ପୁସ୍ତକ ଅନୁବାଦ ପ୍ରକ୍ରିୟା ଚାଲିଛି। ତାମିଲ ଭାଷା ଉପରେ ଆଗ୍ରହ ପ୍ରକାଶ କରିଥିବାରୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ। ତାମିଲ ଭାଷାର ବିକାଶ ପାଇଁ ସଂସ୍କୃତ ଭାଷାର ବିକାଶ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ସମାନ କିମ୍ବା ଅଧିକ ଅର୍ଥ ପ୍ରଦାନ କରିବାକୁ କେନ୍ଦ୍ର ପାଖରେ ଅନୁରୋଧ ଜଣାଇଛନ୍ତି ମନ୍ତ୍ରୀ ପୋନମୁଡି।