Bihar Politics: ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର। ଏହା ରେକର୍ଡ ପରେ ତାଙ୍କୁ ରାଜନୀତିରେ ଦ୍ରୁତ ଗତିରେ ପଟ ବଦଳାଉଥିବା ନେତା କୁହାଯାଉଛି। ନୀତୀଶ କୁମାର ୨୨ ବର୍ଷର ରାଜନୈତିକ ଜୀବନରେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।  ହେଲେ ଏହା ସତ୍ତ୍ୱେ ସେ ତାଙ୍କର ଗୋଟିଏ ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଥିଲେ ଯାହାକି ସେ ଗତ ୨୦୧୭ ବର୍ଷରେ କରିଥିଲେ।


COMMERCIAL BREAK
SCROLL TO CONTINUE READING

ନୀତୀଶ କୁମାର (Nitish Kumar)ଏହି ରେକର୍ଡ ସେତେବେଳେ କରିଥିଲେ ଯେତେବେଳେ ଆରଜେଡି-ଜେଡିୟୁ (RJD JDU Alliance) ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଥିଲା। ସଦ୍ୟ ବିହାର ରାଜନୀତିରେ (Bihar Politics) ହୋଇଥିବା ପରିବର୍ତ୍ତନ କୌଣସି ନୂଆ କଥା ନୁହେଁ। ବିହାର ଲୋକେ ଏଭଳି ଖେଳ ପୂର୍ବରୁ ଦେଖି ସାରିଛନ୍ତି। ସେତେବେଳେ ଆରଜେଡି ଜାଗାରେ ବିଜେପି ଏବଂ ବିଜେପି ଜାଗାରେ ଆରଜେଡି ରହିଥିଲା। ଗତ ୨୦୧୭ ବର୍ଷରେ ଜେଡିୟୁ (JDU) ନେତା ନୀତୀଶ କୁମାର ଆରଜେଡି ନେତୃତ୍ୱାଧିନ ମହାମେଣ୍ଟରୁ ବାହାରି ଯାଇ ବିଜେପି ସହ ମେଣ୍ଟ କରିଥିଲେ। ମହାମେଣ୍ଟରୁ ବାହାରି ଯାଇ ବିଜେପି ହାତ ଧରିବା ତାଙ୍କୁ ପଲଟୁରାମ (Palturam) ବୋଲି କହିଥିଲେ ଆରଜେଡି ନେତା ତେଜସ୍ୱୀ ଯାଦବ (RJD Leader Tejashwi Yadav)। 


Also Read: Nitish Kumar: ୨୦୨୪ ଲୋକସଭା ନିର୍ବାଚନରେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଚେହେରା


ଷଷ୍ଠ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ଘଟଣା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏପର୍ଯ୍ୟନ୍ତ ସବୁଠାରୁ ନାଟକୀୟ ଘଟଣାକ୍ରମ ହୋଇଥିଲା। କାରଣ ଆରଜେଡି ସହିତ ମତଭେଦ ପରେ ସେ ୨୦୧୭, ୨୬ ଜୁଲାଇରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେ।  ହେଲେ ଯେତେବେଳେ ୨୦୧୭ ବର୍ଷରେ ଆଇଆରସିଟିସି ଦୁର୍ନୀତିରେ (IRCTC Scam) ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ (Lalu Yadav) ବାସଭବନ ଉପରେ ସିବିଆଇ ଚଢାଉ ପରେ ଜେଡିୟୁ-ଆରଜେଡି (RJD JUD) ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ହେଲେ ଯେତେବେଳେ ଏହି ପ୍ରସଙ୍ଗରେ ଆରଜେଡି ସ୍ପଷ୍ଟ ଜବାବ ରଖୁବୋଲି ନୀତିଶ କୁମାର ଚାହୁଁଥିଲେ ସେତେବେଳେ ଆରଜେଡି ଏହାକୁ ଦଳକୁ ଲଜ୍ଜିତ କରିବା ଭଳି ଦେଖିଥିଲା। ଏହା ପରେ ନୀତୀଶ କୁମାର ମହାମେଣ୍ଟରୁ ବାହାରି ଯାଇ ଏନଡିଏ ସହିତ ହାତ ମିଳାଇଲେ। ଏହା ପରେ ଲାଲୁ ଯାଦବ ନୀତିଶ କୁମାରଙ୍କୁ କଟାକ୍ଷ କରି ତାଙ୍କୁ ବିଶ୍ୱାସଘାତକତା ବୋଲି କହିଥିଲେ। କେବଳ ଏତିକି ନୁହେଁ ମହାମେଣ୍ଟ ଭାଙ୍ଗିବା ପାଇଁ ସେ ତାଙ୍କୁ ଦାୟୀ କରିଥିଲେ। ଏପରିକି  ଲାଲୁ ନୀତିଶଙ୍କୁ ଜଣେ ସୁବିଧାବାଦୀ ରାଜନେତା ବୋଲି କହିବା ସହ ତାଙ୍କ ନାମ ପଲ୍ଟୁରାମ ରଖିଥିଲେ।


Also Read: Nitish Kumar: ବିହାର ରାଜନୀତିରେ କେତେବେଳେ ପଲଟୁରାମ ଆଉ କେତେବେଳେ ସୁଶାସନ ବାବୁ


ନୀତୀଶ କୁମାରଙ୍କ ନାମରେ ଏକ ପ୍ରସିଦ୍ଧ ରେକର୍ଡ ରେକର୍ଡ ରହିଛି। ତାହା ହେଉଛି ଦ୍ରୁତ ବେଗରେ ସରକାର ଭାଙ୍ଗିବା ଏବଂ ଗଠନ କରିବା। ଗତ ୨୦୧୭ ଜୁଲାଇରେ ଯେତେବେଳେ ନୀତୀଶ କୁମାର ମହାମେଣ୍ଟରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର ମାତ୍ର ୧୬ ଘଣ୍ଟା ପରେ ସେ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲେ। ସେ ୨୦୧୭ ଜୁଲାଇ ୨୬ ତାରିଖ ସନ୍ଧ୍ୟାରେ ରାଜ୍ୟପାଳଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ।  ଏହାର ୧୬ ଘଣ୍ଟା ପରେ ଅର୍ଥାତ ଜୁଲାଇ ୧୭ ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପଦ ପୁନର୍ବାର ଗ୍ରହଣ କରିଥିଲେ ସେ।


Also Read: Nitish Kumar: ବିହାର ରାଜନୀତିରେ ପଟ୍ଟ ବଦଳାଇବାରେ ମାହିର ନୀତିଶ କୁମାର


ସେତେବେଳେ ତେଜସ୍ୱୀ ଯାଦବ ନୀତିଶ କୁମାର ଏହି ତତ୍ପରତା ଉପରେ ଥଟ୍ଟା କରି କହିଥିଲେ ଯେ ଯେତେବେଳେ ରାଜ୍ୟପାଳ ତାଙ୍କୁ ୧୧ଟା ସମୟରେ ଭେଟିବାକୁ ସମୟ ଦେଇଥିଲେ ହେଲେ ହଠାତ୍ ସକାଳ ୧୦ଟା ସମୟରେ ନୀତୀଶ କୁମାରଙ୍କ ଶପଥ ଗ୍ରହଣ ସମାରୋହ କାହିଁକି ଅନୁଷ୍ଠିତ ହୋଇଥିଲା? ହେଲେ ଏଥର ନୀତୀଶ କୁମାରଙ୍କ ଇସ୍ତଫା ଏବଂ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ମୋଟ ୨୨ ଘଣ୍ଟା ସମୟ ଲାଗିଛି। ଯଦି ଏହି କାର୍ଯ୍ୟକ୍ରମ ୬ ଘଣ୍ଟା ପୂର୍ବରୁ ହୋଇଥାନ୍ତା ତାହେଲେ ସେ ତାଙ୍କର ୨୦୧୭ ରେକର୍ଡ ଭାଙ୍ଗି ଦେଇଥାନ୍ତେ।