Nitish Kumar: ବିହାର ରାଜନୀତିରେ କେତେବେଳେ ପଲଟୁରାମ ଆଉ କେତେବେଳେ ସୁଶାସନ ବାବୁ
Advertisement
Article Detail0/zeeodisha/odisha1297374

Nitish Kumar: ବିହାର ରାଜନୀତିରେ କେତେବେଳେ ପଲଟୁରାମ ଆଉ କେତେବେଳେ ସୁଶାସନ ବାବୁ

Palturam and Sushasan Babu in Bihar Politics:  ରାଜନୀତିରେ ଦଳ ପରିବର୍ତ୍ତନ କରିବାର କଳା ପାଇଁ ନୀତୀଶ କୁମାର ପଲଟୁରାମ ଆଖ୍ୟା ପାଇଛନ୍ତି। ଯଦିଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବାରେ ମୁଖ୍ୟମନ୍ତ୍ରୀ ଭାବେ ରହିଥିବା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସେ ବିହାର ରାଜନୀତିରେ ସୁଶାସନ ବାବୁ ନାମରେ ଜଣାଶୁଣା। 

Nitish Kumar: ବିହାର ରାଜନୀତିରେ କେତେବେଳେ ପଲଟୁରାମ ଆଉ କେତେବେଳେ ସୁଶାସନ ବାବୁ

Bihar Politics: ବିହାର ରାଜନୀତିରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଜେଡିୟୁ ନେତା ନୀତୀଶ କୁମାର ପୁଣି ଥରେ ତାଙ୍କ ପୁରୁଣା ଶୈଳୀରେ ନଜର ଆସିଛନ୍ତି। କ୍ଷମତା ପାଇବାରେ ଅଭିଜ୍ଞତା ରଖୁଥିବା ନେତାଙ୍କ ତାଲିକାର ଶୀର୍ଷରେ ଠିଆ ହୋଇଥିବା ନୀତୀଶ କୁମାର ବର୍ତ୍ତମାନ ଆରଜେଡି ସହ ସରକାର ଗଠନ କରିସାରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଗତ ୧୦ ବର୍ଷ ଧରି ବିହାର ରାଜନୀତିରେ ନୀତୀଶ କୁମାରଙ୍କ ୭ ଥରର ଦଳ ପରିବର୍ତ୍ତନ କରିବାର କଳା ତାଙ୍କୁ ଚର୍ଚ୍ଚାର ପରିସରରେ ରଖିଛି। 

ରାଜନୀତିରେ ଦଳ ପରିବର୍ତ୍ତନ କରିବାର କଳା ପାଇଁ ନୀତୀଶ କୁମାର ପଲଟୁରାମ (Palturam in Bihar Politics) ଆଖ୍ୟା ପାଇଛନ୍ତି। ଯଦିଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବାରେ ମୁଖ୍ୟମନ୍ତ୍ରୀ ଭାବେ ରହିଥିବା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ସେ ବିହାର ରାଜନୀତିରେ ସୁଶାସନ ବାବୁ (Sushasan Babu in Bihar Politics) ନାମରେ ଜଣାଶୁଣା। 

ଗତ ୨୦୦୫ ବର୍ଷରୁ ପ୍ରାୟ ୧୭ ଧରି ବିହାର ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି ନୀତିଶ କୁମାର। ମାତ୍ର ନିଜର ଶାସନ କାଳ ମଧ୍ୟରେ ମେଣ୍ଟ ସରକାରର ନେତୃତ୍ୱ ନେଉଥିବା ନୀତିଶ କୁମାର ମେଣ୍ଟ ସହଯୋଗୀ ବଦଳାଇବାରେ ବେଶ ମାହିର। ବିହାର ରାଜନୀତିରେ ମେଣ୍ଟ ସହଯୋଗୀ ପରିବର୍ତ୍ତନ କରିବାର କଳା ପାଇଁ ନୀତୀଶ କୁମାର ପଲଟୁରାମ ଆଖ୍ୟା ପାଇଛନ୍ତି। ବିଗତ ୯ ବର୍ଷ ମଧ୍ୟରେ ନୀତୀଶ କୁମାର ୨ ଥର ମେଣ୍ଟ ସଲହଯୋଗୀ ପରିବର୍ତ୍ତନ କରିଛନ୍ତି। ଏପରିକି ଚିର ବିରୋଧି ଦଳ ମେଣ୍ଟ କରି ସରକାର ଗଠନ କରିବାକୁ ପଛାଇନାହାଁନ୍ତି।

Also Read: Nitish Kumar: ବିହାର ରାଜନୀତିରେ ପଟ୍ଟ ବଦଳାଇବାରେ ମାହିର ନୀତିଶ କୁମାର

ଗତ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାର (Nitish Kumar) ବିଜେପି (BJP) ହାତ ଛାଡି ଦଇଥିଲେ। କେବଳ ଲୋକସଭା ନିର୍ବାଚନରେ ​​ନୁହେଁ ରାଷ୍ଟ୍ରପତି ନିର୍ବାଚନରେ ​​ନୀତୀଶ କାହାକୁ ସମର୍ଥନ କରିବେ ତାହା ଉପରେ  ରହିଥିଲା ସମସ୍ତଙ୍କ ନଜର। ଗତ ୨୦୦୫ ବର୍ଷରୁ ବିହାର ରାଜନୀତିରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ରହିଥିବା ନୀତୀଶ କୁମାର ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେ ଏହି ନିର୍ବାଚନରେ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ​​ପ୍ରଣବ ମୁଖାର୍ଜୀଙ୍କୁ ଭୋଟ୍ ଦେଇଥିଲେ। ଏହା ପରେ ୨୦୧୩ ବର୍ଷରେ ଯେତେବେଳେ ବିଜେପି ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଲା ସେତେବେଳେ ନୀତୀଶ କୁମାର ବିଜେପି ସହ ରହିଥିବା ୧୭ ବର୍ଷ ପୁରୁଣା ସମ୍ପର୍କକୁ ଭାଙ୍ଗି ଦେଇଥିଲେ। 

ପ୍ରଥମେ  ୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେ ପ୍ରଥମ ଥର ଲାଗି କେବଳ ୭ ଦିନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର। ମାତ୍ର ସଂଖ୍ୟାଗରିଷ୍ଠତା ଅଭାବରୁ ତାଙ୍କୁ ସେହି ବର୍ଷ ମାର୍ଚ୍ଚ ୧୦ ତାରିଖରେ ଇସ୍ତଫା ଦେବାକୁ ପଡିଥିଲା। ଦ୍ୱିତୀୟ ଥର ପାଇଁ ନୀତୀଶ କୁମାର ୨୦୦୫ ବିହାର ବିଧାନସଭା ନିର୍ବାଚନରେ ବିଜେପି ସହିତ ସରକାର ଗଠନ କରିଥିଲେ। ୨୦୦୫ ନଭେମ୍ବର ୨୪ ତାରିଖରେ  ସେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ୨୪ ନଭେମ୍ବର ୨୦୧୦ ପର୍ଯ୍ୟନ୍ତ ବିହାର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପାଳିର କାର୍ଯ୍ୟକାଳ ଶେଷ କରିଥିଲେ। ୨୦୧୦, ୨୬ ନଭେମ୍ବରରେ ନୀତୀଶ କୁମାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଗତ ୨୦୧୦ ବିହାର ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁ ମେଣ୍ଟ ରାଜ୍ୟର ମୋଟ ୨୪୩ ସିଟ୍ ମଧ୍ୟରୁ ୨୦୬ ଆସନ ହାତେଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ।

ଚତୁର୍ଥ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ଘଟଣା ଅତ୍ୟନ୍ତ ନାଟକୀୟ ଥିଲା। ୨୦୧୪ ଲୋକସଭା ନିର୍ବାଚନ ବେଳେ ବିଜେପି ହାତ ଛାଡି ଆରଜେଡି ସମର୍ଥନରେ ବିହାରରେ ସରକାର ଗଠନ କରିଥିଲେ ଜେଡିୟୁ ନେତା ନୀତିଶ କୁମାର। ହେଲେ ୨୦୧୪ ଲୋକସଭା ନିର୍ବାଚନରେ ଜେଡିୟୁ ​​ଖରାପ ପ୍ରଦର୍ଶନ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ପରେ ଜିତନ ରାମ ମାଞ୍ଝି ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ କିଛି ଭୁଲ ବୁଝାମଣା ମାଞ୍ଝିଙ୍କୁ ହଟାଇ ଦିଆଯାଇଥିଲା। ଏହା ପରେ ୨୦୧୫ ଫେବୃଆରୀ ୨୨ ତାରିଖରେ, ନୀତୀଶ କୁମାର ଚତୁର୍ଥ ଥର ପାଇଁ ଶପଥ ଗ୍ରହଣ କରିଥିଲେ ଏବଂ ନଭେମ୍ବର ୨୦୧୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ନୀତୀଶ କୁମାର ଆରଜେଡି ସହ ମେଣ୍ଟ କରି ୨୦୧୫ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ନିର୍ବାଚନ ​​ଜିତିବା ପରେ ୨୦୧୫, ୨୦ ନଭେମ୍ବରରେ ସେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 

ଷଷ୍ଠ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ଘଟଣା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏପର୍ଯ୍ୟନ୍ତ ସବୁଠାରୁ ନାଟକୀୟ ଘଟଣାକ୍ରମ ହୋଇଥିଲା। କାରଣ ଆରଜେଡି ସହିତ ମତଭେଦ ପରେ ସେ ୨୦୧୭, ୨୬ ଜୁଲାଇରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେ। ଏହା ପରେ ୨୦୧୭, ଜୁଲାଇ ୨୭ ତାରିଖରେ ସେ ବିଜେପି ସମର୍ଥନରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସପ୍ତମ ଥର ପାଇଁ ନୀତୀଶ କୁମାର ୨୦୨୦, ନଭେମ୍ବର ୧୬ କାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ନିର୍ବାଚନରେ ​​ଜେଡିୟୁ ପ୍ରଥମ ଥର ପାଇଁ ବିଜେପି ତୁଳନାରେ କମ୍ ଆସନ ଜିତିଥିଲା ହେଲେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଏବେ ପୁଣି ଥରେ ନୀତିଶ କୁମାର ଆରଜେଡି ସମର୍ଥନରେ ସରକାର ଗଠନ କରିଛନ୍ତି।   

Also Read: Bihar Politics: ଏନଡିଏ ମେଣ୍ଟ ଭାଙ୍ଗିବା ପରେ ନୀତିଶ କୁମାରଙ୍କୁ ପ୍ରଶାନ୍ତ କିଶୋରଙ୍କ କଟାକ୍ଷ

ବିଗତ କିଛି ଦିନ ହେବ ବିହାର ରାଜନୀତିରେ ଜାରି ରହିଥିବା ହଟଚମଟକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଆରଜେଡି, ଜେଡିୟୁ ଉଦ୍ଦେଶ୍ୟରେ ସମବେଦନା ଜଣାଇଥିଲା ଏବଂ ନୀତୀଶ କୁମାର ଆରଜେଡି ସହ ମିଶି ବିଜେପି ପାଖରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲା। କାରଣ ସରକାର ୨୦୨୦ ବିହାର ବିଧାନସଭା ନିର୍ବାଚନ ପର ଠାରୁ ବିଜେପି-ଜେଡିୟୁ ମଧ୍ୟରେ ପଡୁନଥିଲା। ବିଭିନ୍ନ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ ମତପାର୍ଥକ୍ୟ ରହୁଥିଲା।

ହେଲେ ଯେତେବେଳେ ୨୦୧୭ ବର୍ଷରେ ଆଇଆରସିଟିସି ଦୁର୍ନୀତିରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ (Lalu Yadav) ବାସଭବନ ଉପରେ ସିବିଆଇ ଚଢାଉ ପରେ ଜେଡିୟୁ-ଆରଜେଡି (RJD JUD) ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ହେଲେ ଯେତେବେଳେ ଏହି ପ୍ରସଙ୍ଗରେ ଆରଜେଡି ସ୍ପଷ୍ଟ ଜବାବ ରଖୁବୋଲି ନୀତିଶ କୁମାର ଚାହୁଁଥିଲେ ସେତେବେଳେ ଆରଜେଡି ଏହାକୁ ଦଳକୁ ଲଜ୍ଜିତ କରିବା ଭଳି ଦେଖିଥିଲା। ଏହା ପରେ ନୀତୀଶ କୁମାର ମହାମେଣ୍ଟରୁ ବାହାରି ଯାଇ ଏନଡିଏ ସହିତ ହାତ ମିଳାଇଲେ। ଏହା ପରେ ଲାଲୁ ଯାଦବ ନୀତିଶ କୁମାରଙ୍କୁ କଟାକ୍ଷ କରି ତାଙ୍କୁ ବିଶ୍ୱାସଘାତକତା ବୋଲି କହିଥିଲେ। କେବଳ ଏତିକି ନୁହେଁ ମହାମେଣ୍ଟ ଭାଙ୍ଗିବା ପାଇଁ ସେ ତାଙ୍କୁ ଦାୟୀ କରିଥିଲେ। ଏପରିକି  ଲାଲୁ ନୀତିଶଙ୍କୁ ଜଣେ ସୁବିଧାବାଦୀ ରାଜନେତା ବୋଲି କହିବା ସହ ତାଙ୍କ ନାମ ପଲ୍ଟୁରାମ ରଖିଥିଲେ।