Nitish Kumar: ୨୦୨୪ ଲୋକସଭା ନିର୍ବାଚନରେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଚେହେରା
Advertisement
Article Detail0/zeeodisha/odisha1297498

Nitish Kumar: ୨୦୨୪ ଲୋକସଭା ନିର୍ବାଚନରେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଚେହେରା

Opposition Party Prime Minister Candidate: ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ନେତାଙ୍କ ତାଲିକାରେ ନୀତୀଶ କୁମାରଙ୍କ ନାଁ ସାମିଲ ରହିଛି। ଯଦିଓ ଏହି ତାଲିକାରେ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାମିଲ ଅଛନ୍ତି।

Nitish Kumar: ୨୦୨୪ ଲୋକସଭା ନିର୍ବାଚନରେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଚେହେରା

2024 Election PM Face: ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଜେଡିୟୁ ନେତା ନୀତିଶ କୁମାର। ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କୁ ​ବିରୋଧି ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇପାରେ। ମାତ୍ର ଅଧିକାଂଶ ବିରୋଧୀ ଦଳ ଜେଡିୟୁ ନେତାଙ୍କୁ ଏହି ପଦ ପାଇଁ ଏକ ସନ୍ଦେହପୂର୍ଣ୍ଣ ନଜରରେ ଦେଖୁଛନ୍ତି। କାରଣ ରାଜନୀତିରେ ନୀତିଶ କୁମାର ୟୁଟର୍ଣ୍ଣ ମାରିବାରେ ବେଶ ପାରଙ୍ଗମ।  

ଏନେଇ ଜଣେ ବରିଷ୍ଠ ବିରୋଧି ଦଳ ନେତା କହିଛନ୍ତି ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ନେତାଙ୍କ ତାଲିକାରେ ନୀତୀଶ କୁମାରଙ୍କ (Nitish Kumar) ନାଁ ସାମିଲ ରହିଛି। ଯଦିଓ ଏହି ତାଲିକାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal CM Mamata Banerjee ), ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (Telangana CM  KCR) ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress Leader Rahul Gandhi) ସାମିଲ ଅଛନ୍ତି।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ (JDU Parliamentary Board Chairman) ଉପେନ୍ଦ୍ର କୁଶୱାହା (Upendra Kushwaha) କହିଛନ୍ତି ଯେ ଯଦି ଆପଣ ଦେଶର ବ୍ୟକ୍ତିତ୍ୱର ମୂଲ୍ୟାଙ୍କନ କରନ୍ତି ତାହେଲେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ। ଆମେ ବର୍ତ୍ତମାନ କୌଣସି ଦାବି କରୁନାହୁଁ ହେଲେ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କ ପାଖରେ ସମସ୍ତ ଗୁଣ ରହିଛି। ଆଗାମୀ ଲୋକସଭା ନିର୍ବାଚନରେ (Lok Sabha Election 2024) ​​ପ୍ରଧାନମନ୍ତ୍ରୀ ପଦବୀ ପାଇଁ ତାଙ୍କର ପ୍ରାର୍ଥୀତ୍ୱ ବାବଦରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ସେ ମନା କରି ଦେଇଛନ୍ତି। ବିହାର ରାଜନୀତିରେ (Bihar Politics) ହୋଇଥିବା କ୍ଷମତା ପରିବର୍ତ୍ତନକୁ ବାମଦଳ (Left Party) ଏବଂ ଟିଏମସି (TMC) ସ୍ୱାଗତ କରିଛନ୍ତି। ମାତ୍ର ଉଭୟ ଦଳ  ନୀତୀଶ କୁମାରଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱ (Prime Minister Candidacy) ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। 

Also Read: Nitish Kumar: ବିହାର ରାଜନୀତିରେ କେତେବେଳେ ପଲଟୁରାମ ଆଉ କେତେବେଳେ ସୁଶାସନ ବାବୁ

ଗତ ୨୦୧୭ ବର୍ଷରେ ମହାମେଣ୍ଟରୁ ବାହାରି ଯାଇ ବିଜେପି ନେତୃତ୍ୱାଧି୍ନ ଏନଡିଏ ମେଣ୍ଟରେ ସାମିଲ ହୋଇଯିବା ପରେ ଜେଡିୟୁ ନେତା ନୀତିଶ କୁମାରଙ୍କୁ ପଲଟୁରାମ (Palturam) ବୋଲି କହିଥିଲେ ଆରଜେଡି ନେତା ତେଜସ୍ୱୀ ଯାଦବ (RJD Leader Tejashwi Yadav)। ସେହିପରି କେବେ ନୀତିଶ କୁମାରଙ୍କ ଘନିଷ୍ଠ ସହଯୋଗୀ ରହିଥିବା ଆରସିପି ସିଂହ (RCP Singh) କଟାକ୍ଷ କରି କହିଥିଲେ ସାତ ଜନ୍ମ ନେଲେ ମଧ୍ୟ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ନିଲମ୍ବିତ କଂଗ୍ରେସ ନେତା ସଞ୍ଜୟ ଝା (Sanjay Jha) ମମତା ବାନାର୍ଜୀଙ୍କ ଅପେକ୍ଷା ନୀତୀଶ କୁମାର ୨୦୨୪ ଲୋକସଭା ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ଅଧିକ ଗ୍ରହଣୀୟ ଚେହେରା ହୋଇପାରିବେ।

ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ (Shiv Sena Leader Priyanka Chaturvedi) କହିଛନ୍ତି ଯେ ଦୁର୍ନୀତି ପ୍ରସଙ୍ଗରେ ନୀତିଶ କୁମାରଙ୍କ ରାଜନୈତିକ ଯାତ୍ରା ଦାଗ ବିହୀନ। ହେଲେ ତାଙ୍କ ବିରୋଧରେ ଗୋଟିଏ କଥା ହେଉଛି ଯେ ସେ ଅନେକ ଥର ମେଣ୍ଟ ବଦଳାଇବା ଜାରି ରଖିଛନ୍ତି। ନୀତୀଶ କୁମାର ହେଉଛନ୍ତି ଏପରି ଜଣେ ରାଜନୈତିକ ସହଯୋଗୀ ଯିଏ ବିଭିନ୍ନ ସମୟରେ ତାଙ୍କ ମତ ବଦଳାଇଥାନ୍ତି। ଗୋଟିଏ କଥା ତାଙ୍କ ବିପକ୍ଷରେ ରହିଛି ତାହା ହେଉଛି ତାଙ୍କ ଉପରେ ବିଶ୍ୱାସ କରିବା। ବିରୋଧି ଦଳରେ ଅନେକ ଦକ୍ଷ ନେତା ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ବେଳକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ଦେଖାଯିବ।

ଏନସିପି ନେତା ମାଜିଦ୍ ମେମନ୍ (NCP Leader Majid Memon) କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ସାମିଲ ରହିଥିବା ନେତାଙ୍କ ମଧ୍ୟରୁ ନୀତୀଶ କୁମାର ହେଉଛନ୍ତି ଅନ୍ୟତମ। ଯଦିଓ ଏହି ତାଲିକାରେ ଶରଦ ପାୱାର ଏବଂ ମମତା ବାନାର୍ଜୀ ସାମିଲ ଅଛନ୍ତି।  ଦେଶର କିଛି ଆଞ୍ଚଳିକ ନେତା ଅଛନ୍ତି। ସେମାନଙ୍କ ମଧ୍ୟରୁ ନୀତିଶ କୁମାର ହେଉଛନ୍ତି ଅନ୍ୟତମ। ନିଶ୍ଚିତ ଭାବରେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଜଣେ ପ୍ରତିଯୋଗୀ। ହେଲେ ବିଜେପି ଭଳି ପ୍ରତିଦ୍ୱନ୍ଦ୍ୱୀକୁ କିଏ ଚ୍ୟାଲେଞ୍ଜ କରିପାରିବ ସେନେଇ ସର୍ବସମ୍ମତ ନିଷ୍ପତ୍ତି ନିଆଯିବ।

Also Read: Nitish Kumar: ବିହାର ରାଜନୀତିରେ ପଟ୍ଟ ବଦଳାଇବାରେ ମାହିର ନୀତିଶ କୁମାର

ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟସଭା ସାଂସଦ ବିବେକ ଠାକୁର (BJP Rajya Sabha MP Vivek Thakur) କହିଛନ୍ତି ନୀତୀଶ କୁମାର ଏନଡିଏ ମେଣ୍ଟରୁ ବାହାରା ଯିବା ପରେ ଆଶ୍ୱସ୍ତି ଅନୁଭବ କରିଛନ୍ତି। ନୀତୀଶ କୁମାରଙ୍କ ରାଜନୈତିକ ଅଭିଳାଷ କୌଣସି ସୀମା ନାହିଁ। ସେ ବିହାର କିମ୍ବା ତାଙ୍କ ଦଳ ପାଇଁ କାମ କରନ୍ତି ନାହିଁ ସେ କେବଳ ନିଜର ଅଭିଳାଷ ପୂରଣ କରିବା ପାଇଁ କାର୍ଯ୍ୟ କରନ୍ତି। ହେଲେ ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ପଦବୀ ଖାଲି ନାହିଁ। ନୀତିଶ କୁମାରଙ୍କ ରାଜନୈତିକ ଜୀବନକୁ ନେଇ ପଲଟୁରାମ ୧, ପଲଟୁରାମ ୨, ପଲଟୁରାମ ୩ ଭଳି ୱେବ ସିରିଜ ନିର୍ମାଣ କରାଯିବା ଆବଶ୍ୟକ।