Tiranga on DP: ପ୍ରୋଫାଇଲ ଫଟୋ ବଦଳାଇଲେ ଆରଏସଏସ ଏବଂ ମୋହନ ଭାଗବତ
Advertisement

Tiranga on DP: ପ୍ରୋଫାଇଲ ଫଟୋ ବଦଳାଇଲେ ଆରଏସଏସ ଏବଂ ମୋହନ ଭାଗବତ

Har Ghar Tiranga Campaign ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ନିବେଦନର ଅନେକ ଦିନ ପରେ ମଧ୍ୟ ଯେତେବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କିମ୍ବା ଏହାର ମୁଖ୍ୟ ତାଙ୍କ ଡିପି ପରିବର୍ତ୍ତନ କରିନଥିଲେ, ସେତେବେଳେ ଏହି ସଙ୍ଗଠନକୁ ବିରୋଧିଙ୍କ ପକ୍ଷରୁ ଟାର୍ଗେଟ କରାଯାଇଥିଲା। 

Tiranga on DP: ପ୍ରୋଫାଇଲ ଫଟୋ ବଦଳାଇଲେ ଆରଏସଏସ ଏବଂ ମୋହନ ଭାଗବତ

Tiranga on DP: ଦେଶର ୭୫ ତମ ସ୍ୱାଧିନତା ଦିବସ ଉପଲକ୍ଷେ ପାଳିତ ହେଉଥିବା ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାକ୍ରମେ ଏହାର ସୋସିଆଲ ମିଡି଼ଆ ଆକାଉଣ୍ଟ ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରି ସେଥିରେ ତ୍ରିରଙ୍ଗା ଲଗାଯାଇଛି। ପୂର୍ବ ଥରର  ‘ମନ କି ବାତ’ କାର୍ଯ୍ୟକ୍ରମ ପ୍ରସାରଣ ସମୟରେ ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗାକୁ ସୋସିଆଲ ମିଡି଼ଆ ଆକାଉଣ୍ଟ ପ୍ରୋଫାଇଲ ଡିପି ଭାବେ ବ୍ୟବହାର କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ତାଙ୍କର ଏହି ନିବେଦନ ପରେ ସମସ୍ତ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ତଥା କୋଟି କୋଟି ଭାରତୀୟ ସେମାନଙ୍କ ତ୍ରିରଙ୍ଗାକୁ ସେମାନଙ୍କ ସୋସିଆଲ ମିଡି଼ଆ ଆକାଉଣ୍ଟ ପ୍ରୋଫାଇଲ ଡିପି ଭାବେ ବ୍ୟବହାର କରିଥଲେ।

ଗତ ଜୁଲାଇ ୩୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଏହି ନିବେଦନ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ନିବେଦନର ଅନେକ ଦିନ ପରେ ମଧ୍ୟ ଯେତେବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) ଆରଏସଏସ ମୁଖ୍ୟ ମୋହନ ଭଗବତ (RSS Chief Mohan Bhagwat) ତାଙ୍କ ଡିପି ପରିବର୍ତ୍ତନ କରିନଥିଲେ, ସେତେବେଳେ ଏହି ସଙ୍ଗଠନକୁ ବିରୋଧିଙ୍କ ପକ୍ଷରୁ ଟାର୍ଗେଟ କରାଯାଇଥିଲା। ହେଲେ ବର୍ତ୍ତମାନ ଆରଏସଏସ ଏବଂ ସଂଘ ମୁଖ୍ୟ ତାଙ୍କ ଟ୍ୱିଟର ଡିପି ଫଟୋ ପରିବର୍ତ୍ତନ କରି ସେଥିରେ ତ୍ରିରଙ୍ଗା ଲଗାଇଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିବେଦନ ପରେ ଯେତେବେଳେ ଆରଏସଏସ ଏବଂ ସଂଘ ମୋହନ ଭଗବତ ସୋସିଆଲ ମିଡିଆ ଆକାଉଣ୍ଟ ଡିପି ପରିବର୍ତ୍ତନ କରିନଥିଲେ ସେତେବେଳେ କଂଗ୍ରେସ ନେତା ପୱନ ଖେଡା (Congress Leader Pawan Khera) ମୋହନ ଭଗବତଙ୍କ ପ୍ରୋଫାଇଲ ଫଟୋ ସ୍କ୍ରିନସଟ ସେୟାର କରି କହିଥିଲେ ଯେ ସଂଘ ସଦସ୍ୟ ବର୍ତ୍ତମାନ ତ୍ରିରଙ୍ଗା ଗ୍ରହଣ କରନ୍ତୁ। ଅନ୍ୟପଟେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ (Congress Leader Jairam Ramesh ) ଚଳିତ ମାସ ଆରମ୍ଭରେ ଆରଏସଏସ ଉଦ୍ଦେଶ୍ୟରେ ପ୍ରଶ୍ନ କରି କହିଥିଲେ ଯେ ନାଗପୁରସ୍ଥିତ ସଂଘ ମୁଖ୍ୟାଳୟରେ (RSS Nagpur Headquarter) ୫୨ ବର୍ଷ ଧରି ଜାତୀୟ ପତାକା ଉତ୍ତୋଳନ କରିନଥିବା ଏହି ସଙ୍ଗଠନ ତ୍ରିରଙ୍ଗା ଅଭିଯାନକୁ ସମର୍ଥନ କରିବ ନା ନାହିଁ।

ଅନ୍ୟପଟେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ (AIMIM Chief Asaduddin Owaisi) ତ୍ରିରଙ୍ଗ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆରଏସଏସ ଉଦ୍ଦେଶ୍ୟରେ ବର୍ଷିଥିଲେ। ଏନେଇ ସେ କହିଥିଲେ ତାଙ୍କ ଆଧାର ହେଉଛି ଆରଏସଏସ ବିଚାରଧାରା। ସେ ଆମକୁ ତ୍ରିରଙ୍ଗାକୁ ଆମର ସୋସିଆଲ ମିଡି଼ଆ ଆକାଉଣ୍ଟ ପ୍ରୋଫାଇଲ ଡିପି ଭାବେ ବ୍ୟବହାର କରିବା ଏବଂ ତ୍ରିରଙ୍ଗ ଯାତ୍ରା କରିବାକୁ କହୁଛନ୍ତି। ମାତ୍ର ତାଙ୍କ ସଙ୍ଗଠନ ସ୍ୱତନ୍ତ୍ର ଭାରତକୁ ଖାରଜ କରି ଦେଇଥିଲେ। 

Also Read: Har Ghar Tiranga: ତ୍ରିରଙ୍ଗା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ମାଗିଲେ ଅସାଦୁଦ୍ଦିନ ଓୱେସୀ

ଦେଶର ଜାତୀୟ ପ୍ରତୀକ ହେଉଛି  ସମସ୍ତ ଦେଶବାସୀଙ୍କର। ଏହା ଉପରେ କୌଣସି ଦଳ କିମ୍ବା ଏହାର ନେତାଙ୍କ କପିରାଇଟ୍ ନାହିଁ। ହେଲେ ଏହି ପ୍ରସଙ୍ଗରେ ବିବାଦ ସୃଷ୍ଟି କରିବାକୁ ଆଗ୍ରହୀ ଥିବା ରାଜନେତା ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଯେତେବେଳେ କଂଗ୍ରେସ ନେତା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ତ୍ରିରଙ୍ଗା ଉଡାଇବାର ଫଟୋ  ସେମାନଙ୍କ ସୋସିଆଲ ମିଡି଼ଆ ଆକାଉଣ୍ଟ ଡିପି ଭାବେ ବ୍ୟବହାର କରିଥିଲେ ସେତେବେଳେ ବିଜେପି କଂଗ୍ରେସ ଉଦ୍ଦେଶ୍ୟରେ କରି କହିଥିଲା ଯେ ସେମାନେ ଗାନ୍ଧୀ ପରିବାର ବାହାରକୁ ଆସିକୁ ଦେଶକୁ ଦେଖିବା ଆବଶ୍ୟକ।