କୋଲକାତା: ଚଳିତ ବର୍ଷ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ସୋମବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ଶାସକ ଟିଏମସି। ରାଜ୍ୟର କେଉଁ ଆସନରୁ କିଏ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ସେ ନେଇ ଅପରାହ୍ନ ୫ଟା ବେଳେ ଘୋଷଣା କରିବେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।         


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଶ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ହୋଇଉଠିଛି। କାରଣ ରାଜ୍ୟରେ ତୃତୀୟ ଥର ଲାଗି ସରକାର ଗଠନ କରିବାକୁ ଲକ୍ଷ୍ୟ ରଖଥିବା ଶାସକ ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) ଲାଗି ବିଜେପି (BJP) ଏକ ବଡ ଚ୍ୟାଲେଞ୍ଜ। ଯିଏକି ଏବେ ରାଜ୍ୟରେ ମୁଖ୍ୟ ବିରୋଧି ଦଳ ଭାବେ ଭାବେ ଉଭା ହୋଇଛି। କାରଣ ଟିଏମସି ଛାଡି ଏବେ ଅନେକ ନେତା ବିଜେପି ହାତ ଧରିଛନ୍ତି। 


Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF
       


ଗତ ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ସେପରି କୌଣସି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା। ରାଜ୍ୟର ମୋଟ ୨୯୪ ଆସନରୁ କେବଳ ୩ଟି ଆସନ ହାତେଇଥିଲା ଦଳ। ହେଲେ ୩ ବର୍ଷ ପରେ  ରାଜନୈତିକ ଦୃଶ୍ୟପଟ୍ଟ ବଦଳି ଯିବା ସହ ରାଜ୍ୟରେ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିଲା ବିଜେପି ଏବଂ ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ୪୨ ଲୋକସଭା ଆସନରୁ ୧୮ ସିଟ ହାତେଇଥିଲା। ଏପରିକି ଦଳକୁ ୪୬ ପ୍ରତିଶତ ଭୋଟ ମିଳିଥିଲା। 


Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ


ଯାହା ଟିଏମସିକୁ ମିଳିଥିବା ଭୋଟ ତୁଳନାରେ ୩ ପ୍ରତିଶତ କମ। କହିବାକୁ ଗଲେ ଏବେ ଟିଏମସିର ବେଶ ନିକଟତର ହୋଇସାରିଲାଣି। ଆଉ ଏଥର ହେବାକୁ ଯାଉଥିବା ନିର୍ବାଚନ ବେଶ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ହେବାକୁ ଯାଉଛି। କାରଣ ଏଥର ସିଧାସଳଖ ବିଜେପି-ଟିଏମସି ମଧ୍ୟରେ ମୁକାବିଲା ହେବ। 


Also Read: West Bengal Election 2021: ଖୁବ ଶୀଘ୍ର ହେବ ତାରିଖ ଘୋଷଣା


 


ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ଲାଗି ମାର୍ଚ୍ଚ ୨୭ ମାର୍ଚ୍ଚ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୧ ଦ୍ୱିତୀୟ, ୬ ଏପ୍ରିଲ ତୃତୀୟ, ୧୦ ଏପ୍ରିଲ ଚତୁର୍ଥ, ୧୭ ଏପ୍ରିଲ ପଞ୍ଚମ, ୨୨ ଏପ୍ରିଲ ଷଷ୍ଠ, ୨୬ ଏପ୍ରିଲ ସପ୍ତମ, ୨୯ ଏପ୍ରିଲ ଅଷ୍ଟମ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।