ପ୍ରଚାର ଗାଡି ଭାଙ୍ଗି ବନ୍ଧା ହେଲେ ୫, ଆଇନ ଶୃଙ୍ଖଳା ଦାୟିତ୍ୱରୁ ହଟିଲେ ଏଡିଜି
Advertisement

ପ୍ରଚାର ଗାଡି ଭାଙ୍ଗି ବନ୍ଧା ହେଲେ ୫, ଆଇନ ଶୃଙ୍ଖଳା ଦାୟିତ୍ୱରୁ ହଟିଲେ ଏଡିଜି

ନିର୍ବାଚନ ସମୟରେ ବିଜେପି ପ୍ରଚାର ଗାଡି ଭଙ୍ଗାରୁଜା କରିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି କୋଲକାତା ପୋଲିସ। 

ପ୍ରଚାର ଗାଡି ଭାଙ୍ଗି ବନ୍ଧା ହେଲେ ୫, ଆଇନ ଶୃଙ୍ଖଳା ଦାୟିତ୍ୱରୁ ହଟିଲେ ଏଡିଜି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭ ନିର୍ବାଚନ ୨୦୨୧ ଲାଗି ଜାରି ଆଚାର ସଂହିତା ଜାରି ହେବା ପରେ ସକ୍ରିୟ ହୋଇଉଠିଛି ପଶ୍ଚିମବଙ୍ଗ ପୋଲିସ। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସବୁ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ।  

ଏହିକ୍ରମରେ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଚାଲିଛି ନିର୍ବାଚନୀ ପ୍ରଚାର। ନିର୍ବାଚନ ସମୟରେ ବିଜେପି ପ୍ରଚାର ଗାଡି ଭଙ୍ଗାରୁଜା କରିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି କୋଲକାତା ପୋଲିସ। ସେମାନଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଆଧାରରେ ମାମଲା ଦାଏର କରାଯାଇଛି।       

Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା

ଏନେଇ ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଶାସକ ଟିଏମସି ସମର୍ଥିତ କେତେକ ଗୁଣ୍ଡା କଡାପାରାସ୍ଥିତ ଏକ ଗୋଦାମ ଠାରେ ଦଳୀୟ ପ୍ରଚାର ଗାଡିକୁ ଭଙ୍ଗାରୁଜା କରି ସେଥିରେ ଥିାବା ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିଲା। ପ୍ରଚାର ଗାଡିରେ ଲାଗିଥିବା ଏଲଇଡି ଟିଭିକୁ ସୋମାନେ ଜବରଦସ୍ତ ଭାଙ୍ଗି ଦେଇଥିଲେ। ଏ ଘଟଣାରେ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି। 

Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF

ତାରିଖ ଘୋଷଣା ହେବା ପରେ ନିର୍ବାଚନ ଆୟୋଗ ସର୍ବପ୍ରଥମେ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଏଡିଜି (ADG Law & Order) ଜାଭେଦ ସମିମଙ୍କୁ ତାଙ୍କ ଦାୟିତ୍ୱରୁ ହଟାଯାଇ ଅଗ୍ନିଶମ ଡିଡି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ଜଗମୋହନଙ୍କୁ ଦାୟିତ୍ୱ ମିଳିଛି। ଆଇନ ଶୃଙ୍ଖଳା ଦାୟିତ୍ୱରେ ରହୁଥିବା ଏଡିଜି ନିର୍ବାଚନ ଆୟୋଗଙ୍କ ସହ ନୋଡାଲ ଏଜେନ୍ସି ଭାବେ କାମ  କରିଥାନ୍ତି। କିଛି ଦିନ ପୂର୍ବେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ସରକାର ଜାଭେଦ ସମିମଙ୍କୁ ଆଇନ ଶୃଙ୍ଖଳା ଦାୟିତ୍ୱ ଏଡିଜି ଭାବେ ନିଯୁକ୍ତ କରିଥିଲେ। 

Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ

ଏ ଘଟଣା ସମ୍ପର୍କିତ ଭିଡିଓ ଟ୍ୱିଟ କରି ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟଭାର୍ଗୀୟ କହିଛନ୍ତି ନିର୍ବାଚନ ତାରିଖ ଘୋଷଣା ହେବା ପରେ ଟିଏମସି ଗୁଣ୍ଡା ନିର୍ଭୟରେ କଡାପାରା ସ୍ଥିତ ଗୋଦାମରେ ରାତି ୧୧ଟା ସମୟରେ ପ୍ରବେଶ କରି ଏଲଇଡି ଲାଗିଥିବା ଗାଡି ଭାଙ୍ଗିବା ପରେ ଏହାକୁ ନେଇଯାଇଥିଲେ। ଏହି ଗୁଣ୍ଡା ସିଧାସଳଖ ନିର୍ବାଚନ ଆୟୋଗଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି।       

 

 

ପଶ୍ଚିମବଙ୍ଗର ମୋଟ ୨୯୪ ଆସନ ଲାଗି  ୮ଟି ପର୍ଯ୍ୟାୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଗତ ୨୬ ତାରିଖରେ ଏନେଇ ହୋଇଥିଲା ତାରିଖ ଘୋଷଣ। ଏତେ ପର୍ଯ୍ୟାୟରେ ନିର୍ବାଚନ କରାଯିବାର କାରଣ ହେଉଛି ପଶ୍ଚିମବଙ୍ଗରେ ବିଭିନ୍ନ ସମୟରେ ଘଟୁଥିବା ରାଜନୈତିକ ହିଂସାକାଣ୍ଡ ଉପରେ ନିୟନ୍ତ୍ରଣ ଆଣିବା।

Also  Read: West Bengal Election 2021: ଖୁବ ଶୀଘ୍ର ହେବ ତାରିଖ ଘୋଷଣା

କୌଣସି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଥିଲେ ସେଠାକାର ଆଇନଶୃଙ୍ଖଳା ଦାୟିତ୍ୱ ନିଜ ହାତକୁ ନେଇଥାନ୍ତି  ନିର୍ବାଚନ ଆୟୋଗ। ଏପରିକି ଆବଶ୍ୟକ ପଡିଲେ ନିର୍ବାଚନ ସମୟରେ ପୋଲିସ ସହ ପ୍ରଶାସନିକ ଅଧିକାରୀଙ୍କ ବଦଳି ମଧ୍ୟ କରିଥାନ୍ତି ନିର୍ବାଚନ ଆୟୋଗ। ଏହି ସମୟରେ ପ୍ରଶାସନିକ କଳ ରାଜନୈତିକ ପ୍ରଭାବରୁ ମୁକ୍ତ ହୋଇ ସିଧାସଳଖ ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଥାନ୍ତି।