ଏବେ ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି: କେନ୍ଦ୍ରମନ୍ତ୍ରୀ ରାମ ଦାସ ଅଠାୱଲେ
Advertisement
Article Detail0/zeeodisha/odisha1228155

ଏବେ ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି: କେନ୍ଦ୍ରମନ୍ତ୍ରୀ ରାମ ଦାସ ଅଠାୱଲେ

Union Minister Ramdas Athawale:  କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ର ରାଜ୍ୟସଭା ସାଂସଦ ଦାବି କରିଛନ୍ତି ଯେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ହେବ।

ଏବେ ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି: କେନ୍ଦ୍ରମନ୍ତ୍ରୀ ରାମ ଦାସ ଅଠାୱଲେ

Union Minister Ramdas Athawale: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ। ଏନେଇ ସେ କହିଛନ୍ତି ମହାରାଷ୍ଟ୍ରରେ ଏବେ ବିଜେପି ସରକାର ଗଠନ କରିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯଥାଶୀଘ୍ର ନିଜ ପଦ ଛାଡନ୍ତୁ। 

ମଙ୍ଗଳାବାର କାନପୁର ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ମହାରାଷ୍ଟ୍ର ରାଜନୀତିରେ ଯାହା ଚାଲିଛି ତାହା ଶେଷ ହୋଇଯିବ। ଖୁବ୍ ଶୀଘ୍ର ରାଜ୍ୟରେ ବିଜେପି ସରକାର ଗଠନ କରିବ। ତାଙ୍କର ଏହି ବିବୃତ୍ତି ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ର ରାଜ୍ୟସଭା ସାଂସଦ ଦାବି କରିଛନ୍ତି ଯେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ହେବ। ଶିବ ସେନା ସଂସ୍ଥାପକ ବାଲା ସାହେବଙ୍କ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବାଲା ସାହେବ ସର୍ବଦା କଂଗ୍ରେସ-ଏନସିପି କୁ ବିରୋଧ କରୁଥିଲେ। ହେଲେ ଉଦ୍ଧବ ଠାକରେ ସେମାନଙ୍କ ସହ ମେଣ୍ଟ କରିଛନ୍ତି।
 
ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡି ସରକାରକୁ କଟାକ୍ଷ କରି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି ସରକାର ଗଠନ କରିବା ପରେ ସେମାନେ ବିକାଶ କାର୍ଯ୍ୟ କରିବା ବଦଳରେ ବିଜେପି ବିରୋଧରେ ଅଭିଯୋଗ କରିବାରେ ଲାଗିଥିଲେ। ମହା ବିକାଶ ଅଘାଡି ସରକାର ଅମଳରେ ମହାରାଷ୍ଟ୍ରର ବିକାଶ ହୋଇନାହିଁ। ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭୀସ ଏବଂ ଏକନାଥ ସିନ୍ଦେଙ୍କ ଭଳି ବରିଷ୍ଠ ନେତା ଅଛନ୍ତି। ସେମାନଙ୍କ ପାଖେ ବିଧାୟକଙ୍କ ସମର୍ଥନ ରହିଛି। ଯଦି ଏକନାଥ ସିନ୍ଧେ ଦୁଇ-ତୃତୀୟାଂଶ ବିଧାୟକଙ୍କ ସହ  ଆସନ୍ତି ତାହେଲେ ତାଙ୍କ ସଦସ୍ୟତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏକନାଥ ସିନ୍ଦେଙ୍କ ପାଖେ ୩୬ ବିଧାୟକଙ୍କ ସମର୍ଥନ ରହିଛି। ମହାରାଷ୍ଟ୍ର ରାଜନୀତିରେ ଏପରି ଘଟଣା ଘଟିବା ନେଇ ମୁଁ ଦୀର୍ଘ ଦିନ ଅପେକ୍ଷା କରି ରହିଥିଲି। ଏବେ ମହା ବିକାଶ ଅଘାଡି ସରକାର ଗାଦିଚ୍ୟୁତ ହେବ ଥୟ। ଯଥାଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ପଦ ଛାଡନ୍ତୁ। 

ଗତ ୨୦୧୩ ବର୍ଷରେ  ଶିବ ସେନା ସଂସ୍ଥାପକ ବାଲା ସାହେବଙ୍କ ଜନ୍ମଦିନ ଅବସରରେ ମୁଁ କହିଥିଲି ଭୀମ ଶକ୍ତି ଶିବ ଶକ୍ତି ସହିତ ଆସିବା ଆବଶ୍ୟକ। ତାହେଲେ ଯାଇ ଆମକୁ କ୍ଷମତା ମିଳିୁପାରିବ। ଆଉ ଏପରି ମଧ୍ୟ ହୋଇଥିଲା।  ଅଢେଇ ଅଢେଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବା ପାଇଁ ଶିବସେନା ପକ୍ଷରୁ କରାଯାଇଥିବା ଦାବି ଉପରେ ଜବାବ ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେବା ବାବଦରେ ବିଜେପି କେବେ କଥାବାର୍ତ୍ତା କରିନଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ନିଜେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରାଲିରେ ଘୋଷଣା କରିଥିଲେ ଯେ ଦିଲ୍ଲୀରେ ନରେନ୍ଦ୍ର ଏବଂ ମହାରାଷ୍ଟ୍ରରେ ଦେବେନ୍ଦ୍ର ରହିବେ। ଶିବସେନା ସହିତ ଆମର ଆଦର୍ଶଗତ ମତଭେଦ ରହିଥିଲା। ଆମେ ଏକ ରାଜନୈତିକ ମେଣ୍ଟ କରିବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ନେତୃତ୍ୱାଧିନ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ୨୦୧୪ ଲୋକସଭାରେ ବିଜେପି-ଶିବସେନା ସହ ମେଣ୍ଟ କରିଥିଲା।

Alsom Read: ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ଉତ୍ତର ଭାରତୀୟଙ୍କୁ କ୍ଷମା ମାଗନ୍ତୁ ରାଜ ଠାକରେ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ