MLA ହେବାକୁ ୨ MP ଙ୍କ ମଧ୍ୟରେ ଲଢେଇ; କରହଲ ଫଳ ବଦଳାଇବ UP ରାଜନୀତିର ଦିଗ
Advertisement

MLA ହେବାକୁ ୨ MP ଙ୍କ ମଧ୍ୟରେ ଲଢେଇ; କରହଲ ଫଳ ବଦଳାଇବ UP ରାଜନୀତିର ଦିଗ

କରହଲ ମତଦାତା କେବଳ ସେମାନଙ୍କ ବିଧାୟକ ନିର୍ବାଚନ କରିବାକୁ ଭୋଟ୍ ଦେଇନାହାଁନ୍ତି ବରଂ ଏଥର ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଆଣିବାରେ ସେମାନଙ୍କ ଭୋଟ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

MLA ହେବାକୁ ୨ MP ଙ୍କ ମଧ୍ୟରେ ଲଢେଇ; କରହଲ ଫଳ ବଦଳାଇବ UP ରାଜନୀତିର ଦିଗ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଯାଇଛି ପ୍ରଥମ ୩ ପର୍ଯ୍ୟାୟ ଭୋଟ ଗ୍ରହଣ। ଆଉ ୪ ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ ଆସନ୍ତା ୨୩ ତାରିଖ ବୁଧବାର ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ମତଦାନ।ଏହି ପର୍ଯ୍ୟାୟରେ ରାଜ୍ୟର ୯ ଜିଲ୍ଲାର ୬୦ ଆସନରେ ହେବ ଭୋଟ ଦାନ।

ଗତ ଫେବୃଆରୀ ୨୦ ତାରିଖ ରବିବାର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ହୋଇଥିଲା ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର କାସଗଞ୍ଜ, ହାଥରସ, ଫିରୋଜାବାଦ, ଏଟା, ମୈନପୁରୀ, ଫରୁଖାବାଦ, କନୌଜ, ଇଟାୱା, ଔରୈୟା, କାନପୁର ଦେହାତ, କାନପୁର ନଗର, ଜାଲୌନ, ହମୀରପୁର, ମହୋବା, ଝାନ୍ସି, ଲଲିତପୁର ପ୍ରଭୃତି ୧୬ ଜିଲ୍ଲାର ୫୯ ଆସନରେ ହୋଇଥିଲା ଭୋଟ ଗ୍ରହଣ। ତୃତୀୟ ପର୍ଯ୍ୟାୟରେ ମୋଟ ୬୨୭ ଜଣ ପ୍ରାର୍ଥୀଙ୍କ  ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୨ କୋଟି ୧୫ ଲକ୍ଷରୁ ଅଧିକ ମତଦାତା।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠାରୁ ପ୍ରମୁଖ ଆସନ ଥିଲା ରାଜ୍ୟର ମୈନପୁରୀ ଜିଲ୍ଲାରେ ଅବସ୍ଥିତ କରହଲ ବିଧାନସଭା ଆସନ (Karhal Assembly Constituency)। କାରଣ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହେବା ପାଉଁ ରାଜ୍ୟର ୨ ଲୋକସଭା ସାଂସଦଙ୍କ ମଧ୍ୟରେ ହୋଇଛି ଜୋରଦାର ଲଢେଇ। ସେମାନେ ହେଉଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ତଥା ଆଜମଗଡ଼ ଲୋକସଭା ସାଂସଦ (Azamgarh Lok Sabha MP) ଅଖିଲେଶ ଯାଦବ (Akhilesh Yadav) ଏବଂ କେନ୍ଦ୍ରମନ୍ତ୍ରୀ (Union Minister) ତଥା ଆଗ୍ରା ଲୋକସଭା ସାଂସଦ (Agra Lok Sabha MP) ଏସ.ପି ସିଂହ ବଘେଲ (S.P Singh Baghel)। 

Also Read: Assembly Election 2022: UP-Punjab ଲାଗି ସରିଲା ଭୋଟ ଗ୍ରହଣ

ବେଶ ଲମ୍ବା ସମୟ ଧରି ସମାଜବାଦୀ ପାର୍ଟି ସଂସ୍ଥାପକ ରାଜ୍ୟରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବଙ୍କ ପୈତୃକ ଗ୍ରାମ ସୈଫଇ ନିକଟରେ ଅବସ୍ଥିତ କରହଲ ଆସନ। ବିଗତ କିଛି ଦଶନ୍ଧି ଧରି ଏହି ନିର୍ବାଚନମଣ୍ଡଳୀ ସମାଜବାଦୀ ପାର୍ଟି ଲାଗି ଗଡ଼ ହୋଇରହିଛି। ଏଥର କେନ୍ଦ୍ରମନ୍ତ୍ରୀ ତଥା ନେତାଜୀଙ୍କ ପୂର୍ବତନ ସହଯୋଗୀ ବଘେଲଙ୍କ ଜରିଆରେ ଅଖିଳେଶ ଯାଦବଙ୍କୁ ତାଙ୍କ ଗଡ଼ରେ ଘେରି ରହିବାକୁ ଚେଷ୍ଟା କରୁଛି ବିଜେପି।

ଏହି ଆସନରେ ହୋଇଥିବା ଲଢେଇ ରାଜନୈତିକ ଦୃଷ୍ଟିରୁ ଏତେ ଆକର୍ଷଣୀୟ ହୋଇଛି ଯେ ବିଏସପି ବ୍ୟତୀତ ଅନ୍ୟ ସମସ୍ତ ଦଳ ଏଠାରେ ପ୍ରାର୍ଥୀ ଦେଇନାହାଁଣନ୍ତି। କେବଳ ୩ ଜଣ ପ୍ରାର୍ଥୀ କରହଲ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମାଜବାଦୀ ପାର୍ଟି ଏବଂ ବିଜେପି ପ୍ରାର୍ଥୀଙ୍କ ବ୍ୟତୀତ ​ବିଏସପି ପକ୍ଷରୁ କୁଲଦୀପ ନାରାୟଣ ମଧ୍ୟ ନିର୍ବାଚନ ଲଢୁଛନ୍ତି।
 
କରହଲ ଆସନରେ ବିଜେପି ରାଜ୍ୟର ଆମେଠି ଲୋକସଭା ଆସନ ଏବଂ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନରେ ପାଇଥିବା ସଫଳତାକୁ ପୁନର୍ବାର ଦୋହରାଇବାକୁ ଚାହୁଁଥିବାବେଳେ ସମାଜବାଦୀ ପାର୍ଟି କୌଣସି ଉପାୟରେ ଏହାର ପାରମ୍ପରିକ ଗଡ଼କୁ ଦଖଲ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। 

କରହଲ ଗାଦି ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଦର୍ଶନ, ସରକାରୀ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ତଥା ଏହାର ବୁଥ ପରିଚାଳନା ଉପରେ ବିଜେପି ସତର୍କ ନଜର ରଖିଥିବା ବେଳେ  ସମାଜବାଦୀ ପାର୍ଟି ଏହାର ଦୃଢ ଦଳୀୟ ସମର୍ଥକଙ୍କ ଉପରେ ବିଶ୍ୱାସ ରଖିଛି।

କରହଲ ବିଧାନସଭା ସହିତ ସମଗ୍ର ଉତ୍ତର ପ୍ରଦେଶ ଜିତିବାକୁ ଦାବି କରୁଛନ୍ତି ଅଖିଳେଶ ଯାଦବ। ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏସପି ସିଂହ ବଘେଲ ଦାବି କରିଛନ୍ତି ଯେ ଗତ ନିର୍ବାଚନରେ ​​ଫିରୋଜାବାଦ, କନ୍ନୌଜ, ବନ୍ଦାୟୁଁ ଭଳି ସମାଜବାଦୀ ଗଡ଼ ଯେପରି ଭୁଶୁଡିଛି ବିଜେପି ସେଭଳି କରହଲ ଦୁର୍ଗକୁ ମଧ୍ୟ ଭାଙ୍ଗିବ। ସେ ଶିବପାଲ ଯାଦବ ହୁଅନ୍ତୁ କିମ୍ବା ରାମ ଗୋପାଳ ଯାଦବ ସମସ୍ତେ ଦାବି କରୁଛନ୍ତି ଯେ ଅଖିଳେଶ ଯାଦବ ଏଠାରୁ  ପ୍ରାୟ ୧ ଲକ୍ଷ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିବେ। 

Also Read: UP Election 2022: ୧୦ ଆସନରେ ୧୧ ପୁରୁଖା ନେତା ଦେବେ ପରୀକ୍ଷା

କରହଲ ଆସନରେ ହେଉଥିବା ଲଢେଇ ଏହି କାରଣରୁ ଅଧିକ ଆକର୍ଷଣୀୟ ହୋଇଯାଇଛି ଏଠାରୁ ରାଜ୍ୟର ୨ ଲୋକସଭା ସାଂସଦ ବିଧାୟକ ହେବା ପାଇଁ ପରସ୍ପର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କରହଲ ମତଦାତା ଯାହାକୁ ତାଙ୍କର ବିଧାୟକ ଭାବେ ନିର୍ବାଚିତ କରିବେ ଏହାର ପ୍ରଭାବ ସମଗ୍ର ରାଜ୍ୟର ରାଜନୀତି ଉପରେ ଅନୁଭୂତ ହେବା ନିଶ୍ଚିତ। କାରଣ ସେମାନେ କେବଳ ସେମାନଙ୍କ ବିଧାୟକ ନିର୍ବାଚନ କରିବାକୁ ଭୋଟ୍ ଦେଇନାହାଁନ୍ତି ବରଂ ଏଥର ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଆଣିବାରେ ସେମାନଙ୍କ ଭୋଟ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।