ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯିବା ସହିତ ରାଜ୍ୟରେ ଜ୍ୟୋତିଷ ଏବଂ ପଣ୍ଡିତଙ୍କ ବ୍ୟବସାୟ ମଧ୍ୟ ବଢିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କିମ୍ବା ପ୍ରଚାର ଅଥବା ନିର୍ବାଚନ ଅଭିଯାନ ଆରମ୍ଭ କରିବା ପାଇଁ ଏକ ଅନୁକୂଳ ସମୟ ପାଇଁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିବାକୁ ଯାଉଛନ୍ତି।


COMMERCIAL BREAK
SCROLL TO CONTINUE READING

ଜଣାଶୁଣା ଜ୍ୟୋତିଷ ପଣ୍ଡିତ ଅରୁଣ ତ୍ରିପାଠୀ କହିଛନ୍ତି ଯେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ବର୍ତ୍ତମାନ ସେମାନଙ୍କ ପୋଷାକର ଶୁଭ ରଙ୍ଗ ଜାଣିବାକୁ ଚାହାଁନ୍ତି। କେଉଁ ଦିଗରୁ ସେମାନେ ନିର୍ବାଚନ ଅଭିଯାନ ଆରମ୍ଭ କରିବେ ଏବଂ ନିର୍ବାଚନ ସମୟରେ କେଉଁ ଖାଦ୍ୟ ସାମଗ୍ରୀ ଖାଇବା ଉଚିତ୍ ଯାହାଫଳରେ ସେମାନଙ୍କୁ ସଫଳତା ମିଳିପାରିବ। ତାହାର ପରାମର୍ଶ ନେଉଛନ୍ତି ପ୍ରାର୍ଥୀ।  


ଆହୁରି କିଛି ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଏହା ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଯେ ସେମାନେ ପ୍ରଚାର ପାଇଁ କେଉଁ ରଙ୍ଗର ଗାଡି ବ୍ୟବହାର କରିବା ଆବଶ୍ୟକ। ବହୁ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କ କୁଣ୍ଡଳୀରେ ରାହୁ କାଳ, ପିତୃ ଦୋଷ, ମଙ୍ଗଳ ଦୋଷ, କାଳ ସର୍ପ ଭଳି କୁପ୍ରଭାବକୁ ଦୂର କରିବା ପାଇଁ ପୂଜାର୍ଚ୍ଚନା କରୁଛନ୍ତି।


Also Read: ନିର୍ବାଚନ ହାରିବାକୁ ଲଢୁଛନ୍ତି ଏହି ବ୍ୟକ୍ତି, ସେଞ୍ଚୁରୀ ପରେ ଛାଡ଼ିବେ ଜିଦ୍


ପ୍ରୟାଗରାଜସ୍ଥିତ ଜ୍ୟୋତିଷ ସଂସ୍ଥାନ ସହ ଜଡି଼ତ ଜଣେ ପୁରୋହିତ କହିଛନ୍ତି ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପ୍ରଥମ ପ୍ରଶ୍ନ ହେଉଛି ନାମାଙ୍କନ ଦାଖଲ ପାଇଁ ଶୁଭ ସମୟ କେବେ ରହିଛି। ଏପରି ପ୍ରାର୍ଥୀ ଅଛନ୍ତି ଯେଉଁମାନେ ସାଧାରଣତଃ ଧାର୍ମିକ ପ୍ରଥା ଅନୁସରଣ କରନ୍ତି, ସେମାନେ ଆମ ସହିତ ପରାମର୍ଶ କରୁଛନ୍ତି। ସେମାନେ ତାଙ୍କ ଜନ୍ମ ଅନୁଯାୟୀ ଅନୁକୂଳ ସମୟ ଜାଣିବାକୁ ଚାହାଁନ୍ତି। ଏହା ଭାଗ୍ୟଦୋଷ ଦୂର କରିବା ପ୍ରାର୍ଥୀ ପୂଜାର୍ଚ୍ଚନା କରିବା ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି।


ଏଭଳି କିଛି ପ୍ରାର୍ଥୀ ଅଛନ୍ତି ଯେଉଁମାନେ ନିଜ ପତ୍ନୀଙ୍କ ରାଶିଫଳ ବାବଦରେ ଜ୍ୟୋତିଷଙ୍କ ଠାରୁ ପରାମର୍ଶ ନେଉଛନ୍ତି। ଏନେଇ କାନପୁରର ଜଣେ ଜ୍ୟୋତିଷ ଆଚାର୍ଯ୍ୟ ସନ୍ଦୀପ କହିଛନ୍ତି ଗୋଟିଏ କ୍ଷେତ୍ରରେ ମୁଁ ଜାଣିଲି ଯେ ପତ୍ନୀଙ୍କ ରାଶିଫଳରେ ଯଦି ଗ୍ରହ ସ୍ଥିତି ଅଧିକ ଅନୁକୂଳ ରହିଛି ତାହେଲେ ପ୍ରାର୍ଥୀ ଏହା ମଧ୍ୟ  ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ନିର୍ବାଚନ ଅଭିଯାନରେ ସମର୍ଥନ କରନ୍ତୁ।


ଆଚାର୍ଯ୍ୟ ସନ୍ଦୀପ ଆହୁରି ମଧ୍ୟ କହିଛନ୍ତି ମୁଁ ଏପରି ଜଣେ ପ୍ରାର୍ଥୀଙ୍କ ସବୁଜ ରଙ୍ଗର କୁର୍ତ୍ତା ପିନ୍ଧିବାକୁ କହିଥିଲି। କାରଣ ସବୁଜ ରଙ୍ଗ ତାଙ୍କ ଭାଗ୍ୟ ବଦଳାଇବ। ହେଲେ ସବୁଜ ରଙ୍ଗର କୁର୍ତ୍ତା ପିନ୍ଧୁଥିବା ପାର୍ଥୀଙ୍କ ଦଳର ରଙ୍ଗ ସବୁଜ ନଥିଲା। ଅନ୍ୟଜଣେ ପ୍ରାର୍ଥୀଙ୍କୁ ମୁଁ ମାଛ ଖାଇବା ବନ୍ଦ କରିବାକୁ କହିଥିଲି। କାରଣ ରାହୁ ତାଙ୍କ ରାଶିରେ ଏକ ବିପଜ୍ଜନକ ଅବସ୍ଥାରେ ଅବସ୍ଥାନ କରୁଛନ୍ତି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଶାକାହାରୀ ହୋଇଯାଇଛନ୍ତି। 


Also Read: ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ ଦେଲେ ଅଗ୍ନି ପରୀକ୍ଷା


ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଅନୁରୋଧକ୍ରମେ ବାରାଣାସୀ, ପ୍ରୟାଗରାଜ, ଲକ୍ଷ୍ନୌ ପ୍ରଭୃତି ଅଞ୍ଚଳର ପୁରୋହିତ ସୋମବାର ରୁଦ୍ରାଭିଷେକ, ମଙ୍ଗଳବାର ସୁନ୍ଦରାକାଣ୍ଡ, ଶନିବାର ଶନି ପୂଜା କରୁଛନ୍ତି। ଏଥର ଫେବୃଆରୀ ୫ ତାରିଖ ସରସ୍ୱତୀ ପୂଜା ଅବସରରରେ ସର୍ବାଧିକ ସଂଖ୍ୟକ ପୂଜା କରାଯାଉଛି। କାରଣ ଏହି ପର୍ବକୁ ଶୁଭ ବୋଲି ବିବେଚନା କରାଯାଏ।


ନିର୍ବାଚନ ସମୟରେ ରତ୍ନ ପଥରର ମଧ୍ୟ ବହୁତ ଚାହିଦା ରହିଛି। ଏନେଇ ଲକ୍ଷ୍ନୌସ୍ଥିତ ଅଳଙ୍କାର ବ୍ୟବସାୟୀ ପାରିମଳ ରସ୍ତୋଗୀ କହିଛନ୍ତି ଯେ ଉପଯୁକ୍ତ ରତ୍ନ ପାଇଁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିବା ପରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ମୁଦି ଏବଂ ବ୍ରେସଲେଟ୍ କିଣିବାକୁ ଅର୍ଡର ଦେଉଛନ୍ତି। ଏନେଇ ସେମାନେ ଆମକୁ ଅତିବେଶୀରେ ଦିନେ କିମ୍ବା ୨ ଦିନ ସମୟ ଦେଉଛନ୍ତି। ଏପରିକି ତତ୍କାଳ ଡେଲିଭରୀ ପାଇଁ ଅଧିକ ମୂଲ୍ୟ ମଧ୍ୟ ଦେବାକୁ ପସ୍ତୁତ ଅଛନ୍ତି। ପୂର୍ବ ନିର୍ବାଚନ ତୁଳନାରେ ଏହି ନିର୍ବାଚନରେ ​​ଭାଗ ଅଧିକ ଥିବା ଜଣାପଡିଛି। 


Also Read: ନିର୍ବାଚନ ବାତିଲ ହେବା ପରେ ଗାଁ ରାସ୍ତାରେ ବାଜା ବଜାଇ ଖୁସିରେ ନାଚିଲେ ପ୍ରାର୍ଥୀ


କୌତୁହଳର ବିଷୟ ଏହା ଯେ ଜଣେ ପ୍ରାର୍ଥୀ ସ୍ଥାନୀୟ ଫୁଲ ବ୍ୟବସାୟୀଙ୍କୁ ମତଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୦ଟି ଫୁଲତୋଡ଼ା ଦେବାକୁ କହିଛନ୍ତି। ତାଙ୍କର ଜ୍ୟୋତିଷ ତାଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ହଳଦିଆ ରଙ୍ଗ ତାଙ୍କ ପାଇଁ ଭାଗ୍ୟ ଆଣିବ। ଏହି ଫୁଲକୁ ତାଙ୍କ ଘରେ ରଣନୀତିଗତ ଭାବେ ରଖାଯାଇଛି।