ନିର୍ବାଚନ ହାରିବାକୁ ଲଢୁଛନ୍ତି ଏହି ବ୍ୟକ୍ତି, ସେଞ୍ଚୁରୀ ପରେ ଛାଡ଼ିବେ ଜିଦ୍
Advertisement
Article Detail0/zeeodisha/odisha1074046

ନିର୍ବାଚନ ହାରିବାକୁ ଲଢୁଛନ୍ତି ଏହି ବ୍ୟକ୍ତି, ସେଞ୍ଚୁରୀ ପରେ ଛାଡ଼ିବେ ଜିଦ୍

ଗତ ୧୯୮୫ ମସିହା ପର ଠାରୁ ସେ ବିଧାନସଭା, ଲୋକସଭା, ବିଧାନ ପରିଷଦ, ପଞ୍ଚାୟତ ସମେତ ସମସ୍ତ ନିର୍ବାଚନରେ ​​ସ୍ୱାଧୀନ ପ୍ରାର୍ଥୀ ଭାବେ ତାଙ୍କ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି। 

ନିର୍ବାଚନ ହାରିବାକୁ ଲଢୁଛନ୍ତି ଏହି ବ୍ୟକ୍ତି, ସେଞ୍ଚୁରୀ ପରେ ଛାଡ଼ିବେ ଜିଦ୍

ନୂଆଦିଲ୍ଲୀ: ଜିତିବା ପାଇଁ ନୁହେଁ ହାରିବା ପାଇଁ ଲଢୁଛନ୍ତି ନିର୍ବାଚନ। ଏକଥା ଶୁଣିବା ପରେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯାଉଥିବେ ମାତ୍ର ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ୯୩ ଥର ନିର୍ବାଚନ ଲଢି ସାରିଛନ୍ତି। ମାତ୍ର କୌଣସି ଥର ତାଙ୍କୁ ସଫଳତା ମିଳିନାହିଁ କିମ୍ବା ସେ କେବେ ବିଜୟର ସ୍ୱାଦ ଚାଖି ପାରିନାହାଁନ୍ତି। ହେଲେ ତଥାପି ଭାଙ୍ଗିନାହିଁ ମନୋବଳ।  

ନିର୍ବାଚନରେ ​​ହାରିଯିବାକୁ ଇଚ୍ଛା କରି ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଛନ୍ତି ୭୫ ବର୍ଷୀୟ ହସ୍ନୁ ରାମ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୯୩ ଥର ନିର୍ବାଚନ ଲଢି ସାରିଛନ୍ତି। ହେଲେ ପ୍ରତ୍ୟେକ ଥର ସେ ପରାସ୍ତ ହୋଇଛନ୍ତି। 

ହସନୁ ରାମଙ୍କ ଇଚ୍ଛା ହେଉଛି ସେ ୧୦୦ ଥର ନିର୍ବାଚନରେ ​​ହାରିବାର ରେକର୍ଡ ସୃଷ୍ଟି କରିବା। ଚଳିତ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ସେ କହିଛନ୍ତି ଯେ ତାଙ୍କୁ ଏଥର କେହି ନିର୍ବାଚନରେ ​​ହାରିଯିବାକୁ କେହି ରୋକି ପାରିବେ ନାହିଁ। ଏହା ହେଉଛି ତାଙ୍କର ୯୪ତମ ନିର୍ବାଚନ ଏବଂ ସେ ଦାବି କରିଛନ୍ତି ଯେ ତାଙ୍କୁ ହାରିଯିବାକୁ ରୋକିବାକୁ କାହାରି ପାଖରେ ସାମର୍ଥ୍ୟ ନାହିଁ। ଗତ ୧୯୮୫ ମସିହାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୯୩ ଥର  ନିର୍ବାଚନରେ  ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି। ସେ ତାଙ୍କର ପରାଜୟରେ ଖୁସି ଅନୁଭବ କରନ୍ତି। ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲାର ଖେରାଗଡ ତହସିଲ ଅଧିନସ୍ଥ ନାଗଲା ଦୁଲହା ନିବାସୀ ହେଉଛନ୍ତି ୭୫ ବର୍ଷୀୟ ହସ୍ନୁ ରାମ। 

Also Read: ନିର୍ବାଚନ ବାତିଲ ହେବା ପରେ ଗାଁ ରାସ୍ତାରେ ବାଜା ବଜାଇ ଖୁସିରେ ନାଚିଲେ ପ୍ରାର୍ଥୀ

ପ୍ରାୟ ୩୬ ବର୍ଷ ପୂର୍ବେ ଏକ ବଡ ଦଳ ହସନୁ ରାମଙ୍କୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଶ୍ଚିତ କରି ଟିକେଟ୍ ଦେଇନଥିଲେ। ହସନୁ ରାମଙ୍କ ସହ ସମାନ ଘଟଣା ଘଟିଥିଲା। ସେବେଠାରୁ ସେ ପ୍ରତ୍ୟେକ ନିର୍ବାଚନରେ ​​ଲଗାତାର ସଂଗ୍ରାମ କରିଆସୁଛନ୍ତି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମିତ ହସନୁ ରାମ ଆମ୍ବେଦକରୀ ପ୍ରଥମେ ବାମସେଫ (BAMCEF) ନାମକ ଏକ ସଙ୍ଗଠନରେ ସକ୍ରିୟ ଥିଲେ। ସେ ଏକ ଦଳରୁ ଟିକେଟ୍ ମାଗିଥିଲେ ହେଲେ ସେହି ଦଳର କିଛି ନେତା କହିଥିଲେ ଯଦି ସେ ନିର୍ବାଚନ ଲଢନ୍ତି ତାହେଲେ ତାଙ୍କ ପଡ଼ୋଶୀ ଲୋକ ତାଙ୍କୁ ଭୋଟ୍ ଦେବେ ନାହିଁ। ଏମିତିରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ସେ କ’ଣ କରିବ ବୋଲି ସେହି ଦଳ ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହା ପରେ ହସନୁ ରାମ ପରାଜୟକୁ ଗ୍ରହଣ କରିବାକୁ ସଂକଳ୍ପ ନେଇଥିଲେ।  

fallback

ପ୍ରଥମେ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଫତେହପୁର ସିକରୀ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୧୭ ହଜାର ୧୧୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ସେବେଠାରୁ ହସନୁ ରାମ ପ୍ରତ୍ୟେକ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଆସୁଥିଲେ। ଗତ ୧୯୮୫ ମସିହା ପର ଠାରୁ ସେ ବିଧାନସଭା, ଲୋକସଭା, ବିଧାନ ପରିଷଦ, ପଞ୍ଚାୟତ ସମେତ ସମସ୍ତ ନିର୍ବାଚନରେ ​​ସ୍ୱାଧୀନ ପ୍ରାର୍ଥୀ ଭାବେ ତାଙ୍କ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି। 

Also Read: ପଞ୍ଚାୟତ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ ଦେଲେ ଅଗ୍ନି ପରୀକ୍ଷା

ଏପରିକି ଦେଶର ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ପଛଘୁଞ୍ଚା ଦେଇନାହାଁନ୍ତି ହସନୁ ରାମ ଆମ୍ବେଦକର। ଏହି ନିର୍ବାଚନ ପାଇଁ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ହେଲେ ଏହି ନିର୍ବାଚନ ଲଢିବା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର  ଅଭାବରୁ ସେ ନିର୍ବାଚନରେ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ପେସାରେ ଜଣେ ମନରେଗା ଶ୍ରମିକ ହୋଇଥିବା ହସନ ରାମ ରୋଜଗାର କରୁଥିବା ଅର୍ଥରୁ ସେ ଅର୍ଥର ଅଧା ଅଂଶ ସାମାଜିକ ସେବାରେ ଖର୍ଚ୍ଚ କରନ୍ତି।

Also Read: ଭୋଟ ପାଇଁ ସିଙ୍ଗଡା-ଜଲେବି; ବାଣ୍ଟିବା ପୂର୍ବରୁ ବୋହିନେଲା ପୋଲିସ

ବାରମ୍ବାର ହାରିଯିବା ସତ୍ତ୍ୱେ ନିର୍ବାଚନ ଲଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ହସନୁ ରାମ କହିଛନ୍ତି ସେ ତାଙ୍କର ନାଗରିକ ଅଧିକାର ବ୍ୟବହାର କରୁଛନ୍ତି। ସେ ୧୯୭୪ ମସିହା ପର ଠାରୁ ସେ ବାମସେଫ ସଙ୍ଗଠନର ଜିଲ୍ଲା ଆବାହକ ଥିଲେ। ହେଲେ ଯେତେବେଳେ ସେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ୧୯୮୫ ମସିହାରେ ଆଗ୍ରା ବିଏସପି ଆବାହକଙ୍କ ଠାରୁ ଟିକେଟ ମାଗିଥିଲେ ସେତେବେଳେ ଏହି ଦାୟିତ୍ୱରେ ଥିବା ଅର୍ଜୁନ ସିଂ ତାଙ୍କୁ ଟିକେଟ ଦେବାକୁ ମନା କରିଦେଇଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବା ପାଇଁ ସେ ନାମାଙ୍କନପତ୍ର କିଣିଛନ୍ତି।