UP Polluted River: ଗଙ୍ଗା କି ଯମୁନା ନୁହେଁ ଏହି ନଦୀ ଜଳ ସବୁଠୁ ବିଷାକ୍ତ, ଗାଧୋଇଲେ ଯାଇପାରେ ଜୀବନ
Advertisement
Article Detail0/zeeodisha/odisha1368676

UP Polluted River: ଗଙ୍ଗା କି ଯମୁନା ନୁହେଁ ଏହି ନଦୀ ଜଳ ସବୁଠୁ ବିଷାକ୍ତ, ଗାଧୋଇଲେ ଯାଇପାରେ ଜୀବନ

UP Polluted River:  ଉତ୍ତରପ୍ରଦେଶର ସର୍ବାଧିକ ପ୍ରଦୂଷିତ ନଦୀ ତାଲିକାର ଶୀର୍ଷରେ ହିଣ୍ଡନ ନଦୀର ନାମ ରହିଛି। ଏକ ସର୍ଭେ ରିପୋର୍ଟରେ ଏହି ଦାବି କରାଯାଇଛି।

UP Polluted River: ଗଙ୍ଗା କି ଯମୁନା ନୁହେଁ ଏହି ନଦୀ ଜଳ ସବୁଠୁ ବିଷାକ୍ତ, ଗାଧୋଇଲେ ଯାଇପାରେ ଜୀବନ

UP Polluted River: ଆମ ଦେଶରେ ଗଙ୍ଗା (Ganga) ଓ ଯମୁନା (Yamuna) ନଦୀର ପ୍ରଦୂଷଣକୁ ନେଇ ରାଜନୀତି ଚରମ ସୀମାରେ। ଦାଲ୍ଲୀର ଆପ ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ମଧ୍ୟରେ ଏହାର ଜଳକୁ ନେଇ କାଦୁଅ ଫିଙ୍ଗାଫିଙ୍ଗି ହୁଅନ୍ତି। କାରଣ ବିଜେପି ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ଘୋଷଣା କରିଥିଲେ ଯେ, ହେଲେ ତାହାର ଅନେକ ଦିନ ପରେ ମଧ୍ୟ ଗଙ୍ଗା ସଫା ନହେବା ବିରୋଧି ମାନଙ୍କୁ ରାଜନୀତି ରୋଟି ସେକିବାକୁ ବାଟ ଦେଖାଇଥିଲା। ଆଉ ଏହି ରାଜନୀତି ଭିତରେ ଏବେ ଏକ ସର୍ଭେ ରିପୋର୍ଟ ଏବେ ସମସ୍ତଙ୍କୁ ଚକିତ କରିଛି। ଆଉ ତାହା ହେଲା ଉତ୍ତରପ୍ରଦେଶର ସର୍ବାଧିକ ପ୍ରଦୂଷିତ ନଦୀ ତାଲିକାର ଶୀର୍ଷରେ ହିଣ୍ଡନ ନଦୀ (Hindon River)ର ନାମ ରହିଛି। ଏକ ସର୍ଭେ ରିପୋର୍ଟରେ ଏହି ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଜୀବନ ଦାୟିନୀ ନଦୀ ଆଉ ହିଣ୍ଡନ ନଦୀ ହୋଇରହି ନାହିଁ। ପ୍ରଦୂଷଣ ଯୋଗୁଁ ଏହା ମୃତପୋତ ପ୍ରାୟ ହୋଇଯାଇଛି। ଏଥିରେ ବର୍ତ୍ତମାନ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଜୀବନ ବଞ୍ଚାଇବା ସମ୍ଭବପର ନୁହେଁ। ଜାତୀୟ ଜଳ ଗୁଣବତ୍ତା ଯାଞ୍ଚ କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ନଦୀ ଗୁଡିକର ଯାଞ୍ଚ କରାଯାଇଥିଲା। ହିଣ୍ଡନ ନଦୀରେ ସାହାରନପୁର, ମିରଠ, ବାଗପତ, ଗାଜିଆବାଦ, ନୋଏଡା ଆଦି ଠାରେରେ ଇ-ସ୍ତରୀରେ ପ୍ରଦୂଷଣ ଜଳରେ ମିଶିଛି, ଯାହା କି ଅତ୍ୟଧିକ ପ୍ରଦୂଷିତ ଅଟେ। ଏଥିରେ କୌଣସି ଜଳଜୀବ ବଞ୍ଚିବାର ସମ୍ଭାବନା ନା ସହିତ ସମାନ। 

ଜିଲ୍ଲାର ସୀମାରେ କରହେଡା, ମୋହନ ନଗର, ଛିଜାରସି, ନନ୍ଦଗ୍ରାମ, ଅର୍ଥଲା, ଶ୍ମଶାନ ଘାଟ ପରି ଦଶଟି ସ୍ଥାନ ହିଣ୍ଡନ୍ ନଦୀରେ ଡ୍ରେନ୍ ଗୁଡିକ ସହିତ ବସିଛି। କରହେଡା ନିକଟରେ ନଦୀରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ ଲିଟର ପିଛା ୦.୫ ମିଲିଗ୍ରାମ ଏବଂ ମୋହନନଗର ନିକଟରେ ଲିଟର ପିଛା ୦.୭ ମିଲିଗ୍ରାମ ଥିବାବେଳେ ଛିଜାରସି ନିକଟରେ ଥିବା ଜଳରେ ଅମ୍ଳଜାନର ପରିମାଣ ଅଳ୍ପ ବୋଲି ଜଣାପଡିଛି।

୨୦୧୦ରେ ହାଇକୋର୍ଟ ନିଗମ ଏବଂ ପ୍ରଶାସନ (Administration)କୁ ନଦୀରେ ପଡୁଥିବା ଆବର୍ଜନା ଏବଂ ରାସାୟନିକ ଜଳକୁ ରୋକିବା ପାଇଁ STP ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିଗମର ବୋର୍ଡ ବୈଠକରେ ଏହି ପ୍ରସଙ୍ଗ ଅନେକ ଥର ଉଠିଥିଲା, କିନ୍ତୁ ଏସଟିପି ଗଠନ କରାଯାଇ ନାହିଁ କିମ୍ବା ହିଣ୍ଡନଙ୍କୁ ବଞ୍ଚାଇବା ପାଇଁ ଠୋସ୍ ପଦକ୍ଷେପ ନିଆଯାଇ ନାହିଁ।

ନିଗମ ଦ୍ୱାରା ତିନୋଟି ଡ୍ରେନର ଟ୍ୟାପ୍ କରିବାକୁ ଯୋଜନା କରାଯାଇଥିଲା କିନ୍ତୁ କୌଣସି କାମ ହୋଇନାହିଁ। କାରଖାନା ଗୁଡ଼ିକରେ ରାସାୟନିକ ମିଶ୍ରିତ ଜଳକୁ ଡ୍ରେନ୍‌ରେ ନଛାଡିବାକୁ ନୋଟିସ୍ ଦିଆଯାଇଥିଲା, କିନ୍ତୁ ବିଷାକ୍ତ ଜଳ ହିଣ୍ଡନରେ ପ୍ରବାହିତ ହେବା ବନ୍ଦ କରିନଥିଲା। ବର୍ତ୍ତମାନ ସରକାର ପ୍ରଚେଷ୍ଟା କରୁଛନ୍ତି ଯେ, ଏଠାରେ ଏକ ନଦୀବନ୍ଧ ତିଆରି କରି ପର୍ଯ୍ୟଟନ ଅନୁଯାୟୀ ଏହାକୁ ବିକଶିତ କରିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ବାରା ଲୋକମାନେ ଏଠାକୁ ଯିବାଆସିବା ଲାଗି ରହିବ। କିନ୍ତୁ ଏସବୁ ସମ୍ଭବ ହେବ ଯେତେବେଳେ ଏହାର ପାଣିକୁ କିଛି ପରିମାଣରେ ସଫା କରାଯାଯଇପାରିବ।