ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ହୋଇପାରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ
Advertisement

ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ହୋଇପାରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ

ଚଳିତ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ୧୪ ତାରିଖ ପର୍ଯ୍ୟନ୍ତ ରହିଛି। 

ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ହୋଇପାରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ

ଲକ୍ଷ୍ନିୌ: ଆସନ୍ତା ବର୍ଷ ମାର୍ଚ୍ଚ ୧୫ ସୁଦ୍ଧା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ କରିବା ଉପରେ ବିଚାର କରୁଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ। ଗତ ୨ ଦିନ ଧରି ଆୟୋଗ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ପାଇଁ ହୋଇଥିବା ପ୍ରସ୍ତୁତି ଏବଂ ଆସନ୍ତା ନଭେମ୍ବର ମାସରୁ ଭୋଟର ତାଲିକା ସଂଶୋଧନ ବାବଦରେ ବାବଦରେ ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀଙ୍କ ସହ ଭର୍ଚୁଆଲ୍ ବୈଠକ କରିଛନ୍ତି। ଏହା ବ୍ୟତୀତ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା, ହୋଲି ପର୍ବ, ଫସଲ ଅମଳ, କୋରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ଭଳି ପ୍ରସଙ୍ଗରେ ଖବର ନେଇଥିଲେ।

ଆସନ୍ତା ବର୍ଷ ମାର୍ଚ୍ଚ ମାସ ୧୫ ତାରିଖ ସୁଦ୍ଧା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରିବ ବୋଲି ନିର୍ବାଚନ ଆୟୋଗ ଆକଳନ କରିଛନ୍ତି। ଏନେଇ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଜାନୁଆରୀ ଆରମ୍ଭରେ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇପାରେ।

କାରଣ ବହୁ ସଂଖ୍ୟକ ସରକାରୀ ଶିକ୍ଷକ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଏବଂ ଅଧିକାଂଶ ମତଦାନ କେନ୍ଦ୍ର ଶିକ୍ଷାନୁଷ୍ଠାନରେ ସ୍ଥାପିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ୨୦୨୨ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପରେ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ସମେତ ଅନ୍ୟାନ୍ୟ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ବାର୍ଷିକ ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି। 

ଏନେଇ କୁହାଯାଇଛି ଏହି ୨୦୧୨ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ସେହି ବର୍ଷ ଜାନୁୟାରୀ ୨୮ ତାରିଖରେ ଜାରି କରାଯାଇଥିଲା ଏବଂ ମାର୍ଚ୍ଚ ୬ ତାରିଖରେ ଭୋଟ୍ ଗଣନା କରାଯାଇଥିଲା। ସେହିପରି ଗତ ବିଧାନସଭା ନିର୍ବାଚନ ଲାଗି ୨୦୧୭ ଜାନୁଆରୀ ୭ ତାରିଖରେ ଅଧିସୂଚନା ଜାରି କରାଯାଇଥିଲା। ସେହି ବର୍ଷ ୧୧ ଫେବୃଆରୀରୁ ୮ ମାର୍ଚ୍ଚ ମଧ୍ୟରେ ୭ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା। ଚଳିତ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ୧୪ ତାରିଖ ପର୍ଯ୍ୟନ୍ତ ରହିଛି।