Ayodhya Ram Mandir: ଦଳୀୟ କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ବିରୋଧରେ ବର୍ଷିଲା କଂଗ୍ରେସ
Advertisement
Article Detail0/zeeodisha/odisha2061732

Ayodhya Ram Mandir: ଦଳୀୟ କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ବିରୋଧରେ ବର୍ଷିଲା କଂଗ୍ରେସ

Congress Leader Attack in Ayodhya: ଅଯୋଧ୍ୟା ଗସ୍ତ ସମୟରେ ଦଳୀୟ ନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବିଜେପି ବିରୋଧରେ ବର୍ଷିଛି କଂଗ୍ରେସ। 

 Ayodhya Ram Mandir: ଦଳୀୟ କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ବିରୋଧରେ ବର୍ଷିଲା କଂଗ୍ରେସ

Attack on Congress Leader in Ayodhya: ସୋମବାର ଅଶାନ୍ତ ହୋଇଉଠିଛି ଅଯୋଧ୍ୟା। ମକର ସଂକ୍ରାନ୍ତି ଅବସରରେ ରାମ ଲାଲାଙ୍କ ଦର୍ଶନ ପାଇଁ ଆସିଥିବା କଂଗ୍ରେସ ନେତାଙ୍କୁ ଜୋରଦାର ବିରୋଧ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଅଜଣା ଦୁର୍ବୃତ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ମାଡ଼ ମାରିଥିଲେ। ଏପରିକି ସେମାନେ ଦଳୀୟ ପତାକା ମଧ୍ୟ ଚିରି ଦେଇଥିଲେ। ଉତ୍ତର ପ୍ରଦେଶ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଦଳୀୟ ନେତା ମକର ସଂକ୍ରାନ୍ତି ଅବସରରେ ସରୟୁ ନଦରୀ ସ୍ନାନ କରିବା ପରେ ରାମ ଲାଲାଙ୍କ ଦର୍ଶନ ପାଇଁ ଯାଉଥିଲେ। ହେଲେ ମନ୍ଦିର ବାହାରେ କଂଗ୍ରେସ ନେତାଙ୍କୁ ଅଜଣା ଦୁର୍ବୃତ୍ତ ଘେରି ନେବା ସହ ଗାଳିଗୁଲଜ କରିଥିଲେ। ସୁରକ୍ଷା କର୍ମୀଙ୍କ ହସ୍ତକ୍ଷେପ ପରେ ଯାଇ ପରିସ୍ଥିତି ଶାନ୍ତ ହୋଇଥିଲା।

ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟଙ୍କ ନେତୃତ୍ୱରେ ଦଳୀୟ ନେତା କର୍ମୀ ସୋମବାର ଅଯୋଧ୍ୟାରେ ପହଞ୍ଚିଥିଲେ। ସରୟୁ ନଦୀରେ ସ୍ନାନ କରିବା ପରେ କଂଗ୍ରେସ ନେତା ରାମ ମନ୍ଦିର ପରିଦର୍ଶନ କରିବାକୁ ଯାଉଥିଲେ। ସେମାନଙ୍କ କିଛି ନେତା ମନ୍ଦିରରେ ପ୍ରବେଶ କରିଥଲେ ଆଉ କେତେକ ବାହାରେ ରହିଥିଲେ। ହେଲେ ସେଠାରେ ଉପସ୍ଥିତ ରହିଥିବା କିଛି ଅଜଣା ଦୁର୍ବୃତ୍ତ କଂଗ୍ରେସ ପତାକା ଦେଖିବା ପରେ ତାତି ଉଠିଥିଲେ। ସେମାନେ କଂଗ୍ରେସ ପତାକା ହଟାଇବାକୁ କହିଥିଲେ। ଯାହାକୁ ନେଇ କଂଗ୍ରେସ ନେତା କର୍ମୀଙ୍କ ସହ ସେମାନଙ୍କର ଯୁକ୍ତି ତର୍କ ହୋଇଥିଲା। ଶେଷରେ ଅଜଣା ଦୁର୍ବୃତ୍ତ କଂଗ୍ରେସ କର୍ମକର୍ତ୍ତାଙ୍କ ହାତରୁ ଦଳୀୟ ପତାକା ଛଡ଼ାଇ ନେଇଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ମହିଳା କଂଗ୍ରେସ କର୍ମୀ କହିଛନ୍ତି ଯେ ଅଜଣା ଦୁର୍ବୃତ୍ତ ସେମାନଙ୍କୁ ମାଡ଼ ମାରିଥିଲେ। ଯଦି କୌଣସି ହସ୍ତକ୍ଷେପ କରାଯାଇ ନଥାନ୍ତା ତାହେଲେ କଂଗ୍ରେସ ନେତା କର୍ମୀଙ୍କୁ ଜୀବନରୁ ମାରି ଦେଇଥାନ୍ତେ। ଦଳୀୟ କର୍ମକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିବା ଅଜଣା ଦୁର୍ବୃତ୍ତ ବିଜେପି ଲୋକ ବୋଲି ଅଭିଯୋଗ କରିଛନ୍ତି ମହିଳା କଂଗ୍ରେସ କର୍ମୀ। ଯେତେବେଳେ ରାଜ୍ୟ ଶାଖା କଂଗ୍ରେସ ସଭାପତି ଅଜୟ ରାୟଙ୍କୁ ଏହି ଘଟଣା ବିଷୟରେ ପଚରାଗଲା, ସେତେବେଳେ ସେ ଏହାର ଜବାବ ରଖି କହିଛନ୍ତି ଯେ ଏହା ଅନୁସନ୍ଧାନର ବିଷୟ। ଆମେ ଦର୍ଶନ ପାଇଁ ଅଯୋଧ୍ୟା ଆସିଛୁ।

ମକର ସଂକ୍ରାନ୍ତି ଅବସରରେ ଅଯୋଧ୍ୟା ଗସ୍ତ ନେଇ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଯୋଜନା
ପୂର୍ବରୁ ଖବର ଆସିଥିଲା ଯେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ହେବାକୁ ଯାଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ କଂଗ୍ରେସ ନେତୃବୃନ୍ଦ। ହେଲେ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରାଯିବା ସତ୍ତ୍ୱେ ଉତ୍ତର ପ୍ରଦେଶ କଂଗ୍ରେସ ମକର ସଂକ୍ରାନ୍ତି ଅବସରରେ ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲା। ଏନେଇ ଦଳ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା ଯେ କଂଗ୍ରେସ କର୍ମକର୍ତ୍ତା ମକର ସଂକ୍ରାନ୍ତୀ ସରୁୟୁ ନୀଦୀରେ ପବିତ୍ର ବୁଡ଼ ପକାଇବାକୁ ସ୍ଥିର କରିଛନ୍ତି। ଯାହା ପରେ ସେମାନେ ହନୁମାନ ଗଢି ମନ୍ଦିର ଏବଂ ରାମ ଲାଲାଙ୍କ ଦର୍ଶନ କରିବେ।

ପ୍ରାଣ ପ୍ରତିଷ୍ଠା ସମାରୋହରୁ ଦୂରେଇ ରହିଛି କଂଗ୍ରେସ
ଗତ ସପ୍ତାହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭା ନେତା ଅଧିର ରଞ୍ଜନ ଚୌଧୁରୀ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ଆସିଥିବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ବିଜେପି ଏବଂ ଆରଏସଏସ ନେତାଙ୍କ ଦ୍ୱାରା ଅସମ୍ପୂର୍ଣ୍ଣ ମନ୍ଦିର ଉଦଘାଟନ ପଛରେ ରହିଥିବା ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ହେଲେ ଉତ୍ତର ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଜୟ ରାୟ କହିଛନ୍ତି ଯେ ସେ ଦଳୀୟ  ନେତା କର୍ମୀଙ୍କ ସହ ମକର ସଂକ୍ରାନ୍ତି ଅବସରରେ ମନ୍ଦିର ସହର ଅଯୋଧ୍ୟା ପରିଦର୍ଶନ କରିବେ।

ରାମ ମନ୍ଦିରକୁ ନେଇ ସରଗରମ ହୋଉଠିଛି ରାଜନୀତି 
ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଦେଶ ତଥା ବିଶ୍ୱର ବହୁ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଏପିରିକି ବିରୋଧି ଦଳର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ହେଲେ ଅଧିକାଂଶ ବିରୋଧି ଦଳ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାକୁ ମନା କରି ଦେଇଛନ୍ତି। ବହୁ ବିରୋଧି ଦଳ ନେତା ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ​​ଲାଭ ପାଇବା ପାଇଁ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ କରାଯାଉଛି।