OP Rajbhar meets Yogi Adityanath: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ହୋଇଥିବା ଭେଟଘାଟକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓମପ୍ରକାଶ ରାଜଭାର। ଏନେଇ ସେ କହିଛନ୍ତି ସମାଜର ହିତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି।
Trending Photos
Uttar Pradesh Politics: ଉତ୍ତର ପ୍ରଦେଶ ରାଜନୀତିରେ ପୁଣି ଥରେ ନୂତନ ରାଜନୈତିକ ସମୀକରଣ ଗଠନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି କ୍ରମରେ ମଙ୍ଗଳବାର ସନ୍ଧ୍ୟାରେ ସୁହଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମପ୍ରକାଶ ରାଜଭାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଏବେ ଉତ୍ତର ପ୍ରଦେଶ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେପି ଠାରୁ ଅଲଗା ହୋଇ ଯାଇଥିଲା ସୁହଲଦେବ ଭାରତୀୟ ସମାଜ ପାର୍ଟି।
ହେଲେ ଏହି ନିର୍ବାଚନ ପରେ ବର୍ତ୍ତମାନ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ମୁଖ୍ୟ ଓମପ୍ରକାଶ ରାଜଭର (SBSP President Om Prakash Rajbhar) କ୍ରମାଗତ ଭାବରେ ସମାଜବାଦୀ ପାର୍ଟି (Samajwadi Party) ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ (SP President Akhilesh Yadav) ଟାର୍ଗେଟ କରୁଥିବାର ଦେଖିବାକୁ ମିଳୁଛି। ଖୁବ ଶୀଘ୍ର ଏସବିଏସପି ମୁଖ୍ୟ ପୁଣି ଥରେ ବିଜେପି (BJP) ସହ ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ଏସବିଏସପି-ଏସପି (SBSP-SP Alliance) ମଧ୍ୟରେ ହୋଇଥିଲା ମେଣ୍ଟ। ମାତ୍ର ନିକଟ ଅତୀତରେ ବିଭିନ୍ନ ପ୍ରସଙ୍ଗରେ ଓମପ୍ରକାଶ ରାଜଭାର ଏବଂ ଅଖିଳେଶ ଯାଦବଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ପରେ ଦୁଇ ଦଳ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି।
ମଙ୍ଗଳାବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (Uttar Pradesh Chief Minister Yogi Adityanath) ସହ ହୋଇଥିବା ଭେଟଘାଟକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓମପ୍ରକାଶ ରାଜଭାର। ଏନେଇ ସେ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ ଅବହେଳିତ ଭର/ରାଜଭର ସମ୍ପ୍ରଦାୟ (Rajbhar/Bhar Community) ଖୁବଶୀଘ୍ର ଅନୁସୂଚିତ ଜନଜାତିରେ ତାଲିକାଭୁକ୍ତ ହେବେ। ଏହି ପ୍ରସଙ୍ଗରେ ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜି ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ସେ ସାମାଜିକ କଲ୍ୟାଣ ବିଭାଗକୁ ଭର/ରାଜଭର ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବାକୁ ଭାରତ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇବାକୁ କହିଛନ୍ତି।
Also Read: Uttar Pradesh Politics: ଓମ ପ୍ରକାଶ ରାଜଭରଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେବ ବିଜେପି
ଏସବିଏସପି ମୁଖ୍ୟ କହିଛନ୍ତି ଯେ ଅନୁସୂଚିତ ଜନଜାତି ମଧ୍ୟରେ ରାଜଭାର ସମ୍ପ୍ରଦାୟକୁ ତାଲିକାଭୂକ୍ତ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ସମ୍ପୂର୍ଣ୍ଣ ଗମ୍ଭୀରତା ଦେଖାଇଥିବା ବେଳେ ରାଜଭର ସମାଜର ବିକାଶ ପ୍ରତି ତାଙ୍କ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ ବୋଲି କହିଛନ୍ତି। ରାଜଭାର ସମ୍ପ୍ରଦାୟ ରାଜ୍ୟରେ ପଛୁଆ ବର୍ଗରେ ଅନ୍ତର୍ଭୂକ୍ତ ହୋଇଥିବାବେଳେ ମହାରାଷ୍ଟ୍ର, ଛତିଶଗଡ ଏବଂ ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ଏହାକୁ ଅନୁସୂଚିତ ଜନଜାତି ତାଲିକାରେ ରଖାଯାଇଛି। ଉତ୍ତର ପ୍ରଦେଶରେ ମଧ୍ୟ ଏହି ସମ୍ପ୍ରଦାୟ ଖୁବ ଶୀଘ୍ର ଅନୁସୂଚିତ ଜନଜାତିର ଲାଭ ପାଇବା ଆରମ୍ଭ ହୋଇଯିବ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ହୋଇଥିବା ଭେଟଘାଟ ବେଳେ ଉପସ୍ଥିତ ଥିଲେ ଏସବିଏସପି ମୁଖ୍ୟ ଓମପ୍ରକାଶ ରାଜଭରଙ୍କ ବଡ଼ ପୁଅ ଅରବିନ୍ଦ ରାଜଭର। ସେ ଏହି ବୈଠକର ଫଟୋ ଟ୍ୱିଟ କରିଛନ୍ତି। ଏନେଇ ଟ୍ୱିଟ କରି ସେ ଲେଖିଛନ୍ତି ସମାଜର ହିତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି।