UP Politics: ଭୁପେନ୍ଦ୍ର ଚୌଧୁରୀଙ୍କୁ ଦଳୀୟ ଅଧ୍ୟକ୍ଷ କରି ଗୋଟିଏ ଧନୁରେ ଦୁଇଟି ତୀର ମାରିଲା ବିଜେପି
Advertisement
Article Detail0/zeeodisha/odisha1325852

UP Politics: ଭୁପେନ୍ଦ୍ର ଚୌଧୁରୀଙ୍କୁ ଦଳୀୟ ଅଧ୍ୟକ୍ଷ କରି ଗୋଟିଏ ଧନୁରେ ଦୁଇଟି ତୀର ମାରିଲା ବିଜେପି

UP BJP Unit:  ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ରାଜ୍ୟ ଶାଖାରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ କରିଛି ବିଜେପି। 

UP Politics: ଭୁପେନ୍ଦ୍ର ଚୌଧୁରୀଙ୍କୁ ଦଳୀୟ ଅଧ୍ୟକ୍ଷ କରି ଗୋଟିଏ ଧନୁରେ ଦୁଇଟି ତୀର ମାରିଲା ବିଜେପି

UP BJP President Bhupendra Chaudhary: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ରାଜ୍ୟ ଶାଖାରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ କରିଛି ବିଜେପି। ଏହି କ୍ରମରେ ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ ଭୂପେନ୍ଦ୍ର ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ରାଜନୈତିକ ରୂପରେ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ ହୋଇଥିବା ଜାଟ ସମ୍ପ୍ରଦାୟର ସମର୍ଥନ ହାସଲ ଲାଗି ଏକ ପ୍ରୟାସ ଭାବେ ଦଳର ଜାଟ ଚେହେରା ଭୂପେନ୍ଦ୍ର ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ବିଜେପି ମଙ୍ଗୁଆଳ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ ସମୟରେ ପଶ୍ଚିମ ଉତ୍ତର ପ୍ରଦଶରେ  ସେଠାରେ ରହୁଥିବା ଜାଟ ସମ୍ପ୍ରଦାୟର ଭୋଟର ବିଜେପି ଉପରେ ଅସନ୍ତୁଷ୍ଟ ହୋଇଉଠିଥିଲେ। ଏଭଳି ପରିସ୍ଥିତିରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସଭାପତି ଦାୟିତ୍ୱ ଦଳର ଜାଟ ଚେହେରା ଭୂପେନ୍ଦ୍ର ଚୌଧୁରୀଙ୍କୁ ହସ୍ତାନ୍ତର କରି ପଶ୍ଚିମ ଉତ୍ତର ପ୍ରଦେଶରେ ବସବାସ କରୁଥିବା ଜାଟ ସମ୍ପ୍ରଦାୟର ସମର୍ଥନ ହାସଲ କରିବାକୁ ଯୋଜନା କରିଛି ବିଜେପି। 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବ ଉତ୍ତର ପ୍ରଦେଶରୁ ଆସୁଛନ୍ତି। ଦୀର୍ଘ ଦିନ ଧରି ସେ ରାଜ୍ୟର ଗୋରଖପୁର ଲୋକସଭା ଆସନରୁ ସଂସଦକୁ ପ୍ରତିନିଧତ୍ୱ କରୁଥିଲେ। ଏଭଳି ପରିସ୍ଥିତିରେ ପଶ୍ଚିମ ଉତ୍ତର ପ୍ରଦେଶରୁ ରାଜ୍ୟ ଶାଖା ସଭାପତି ଚୟନ ଦଳୀୟ ସଂଗଠନରେ ଏହି କ୍ଷେତ୍ରକୁ ପ୍ରତିନିଧିତ୍ୱ କରିବାର ଏକ ପ୍ରୟାସ। ଏହା ସହିତ ଜାଟ ସମ୍ପ୍ରଦାୟରୁ ଆସୁଥିବା ମନ୍ତ୍ରୀ ଭୂପେନ୍ଦ୍ର ଚୌଧୁରୀ ବିଜେପି ଉପରେ ଅସନ୍ତୁଷ୍ଟ ରହିଥିବା ଜାଟ ସମ୍ପ୍ରଦାୟ ଭୋଟ୍ ବ୍ୟାଙ୍କକୁ ନିଜ ଦଳ ସପକ୍ଷରେ ଆଣିବାକୁ ଚେଷ୍ଟା କରିବେ।

କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ହୋଇଥିବା କୃଷକ ଆନ୍ଦୋଳନ ସମୟରେ ପଶ୍ଚିମ ଉତ୍ତର ପ୍ରଦେଶରେ ବିଜେପିକୁ ଦୃଢ ବିରୋଧର ସାମ୍ନା କରିବାକୁ ପଡିଥିଲା। ଏପରିକି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର କୃଷକ ବିରୋଧି ବୋଲି ଅଭିଯୋଗ ହୋଇଥିଲା। ଏହା ସହିତ ଆନ୍ଦୋଳନ କରୁଥିବା କୃଷକ ନେତା କହିଛନ୍ତି ଯେ ସେମାନେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଭଳି ଦଳକୁ ଏକ ଶିକ୍ଷା ଦେବା ପାଇଁ ଚେତାବନୀ ଦେଇଛନ୍ତି। ଯଦିଓ କୃଷକଙ୍କ ବିରୋଧ ପରେ କେନ୍ଦ୍ର ସରକାର ଏହି ତିନୋଟି କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି, ହେଲେ ଏପରି ଏକ ବଡ଼ ବିଭାଗ ଅଛି ଯିଏ ବିଜେପି ଉପରେ କ୍ରୋଧିତ ରହିଥିବା କୁହାଯାଉଛି।

ଏହାର ସହିତ ପଶ୍ଚିମ ଉତ୍ତର ପ୍ରଦେଶର ଲଖୀମପୁର ଖେରୀ ଜିଲ୍ଲାରେ ଘଟିଥିବା ଘଟଣା ବିଜେପି ସରକାର ଲାଗି ଏକ କଳା ଦାଗ ଭାବେ ଉଭା ହୋଇଛି। ଏଠାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଗାଡ଼ି ଚଢାଇଦେବା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ହେଉଛି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ। ଏହି ମାମଲା ଅଦାଲତରେ ବିଚରାଧିନ ରହିଛି ଏବଂ କୌଣସି ନିଷ୍ପତ୍ତି ନ ନେଇ ବିଜେପି ଲଖୀମପୁର ଖେରୀ ସାଂସଦ ଅଜୟ ମିଶ୍ରା ଟେନିଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟାଇବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛି। ଏହି ସମସ୍ତ ଘଟଣା ଏବଂ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏହାର ଉତ୍ତର ପ୍ରଦେଶ ରାଜ୍ୟ ଶାଖା ସଭାପତି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। 

Also Read: UP BJP Unit: କିଏ ହେବେ ରାଜ୍ୟ ବିଜେପି ଅଧ୍ୟକ୍ଷ? ତାଲିକାରେ ରହିଛି ଉପମୁଖ୍ୟମନ୍ତ୍ରୀଙ୍କ ନାଁ

ଦଳର ଜାଟ ଚେହେରା ଭୂପେନ୍ଦ୍ର ଚୌଧୁରୀଙ୍କୁ ଦଳର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରି ଜାଟ ବହୁ ପଶ୍ଚିମ ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକ ଦଳ-ସମାଜବାଦୀ ପାର୍ଟି ମେଣ୍ଟକୁ ମାତ ଦେବାକୁ ଚେଷ୍ଟା କରୁଛି ବିଜେପି। ଜାଟ୍ ଭୋଟର ପଶ୍ଚିମ ଉତ୍ତର ପ୍ରଦେଶର ପ୍ରାୟ ୧୫ ଲୋକସଭା ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶର ମୋଟ ୮୦ ସିଟ୍ ମଧ୍ୟରୁ ବିଜେପି ଏକାକୀ ୬୨ ଆସନ ଜିତିଥିଲା। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ୨୦୧୯ ଲୋକସଭା ନିର୍ବାଚନରେ ମିଳିଥିବା ସଫଳତା ଦୋହରାଇବାକୁ ଚାହୁଁଛି ବିଜେପି। ଗତ ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଉତ୍ତର ପ୍ରଦେଶ ମୁରାଦାବାଦ, ବିଜନୌର, ନଗିନା, ସମ୍ଭଲ, ଆମରୋହା ଏବଂ ରାମପୁର ଲୋକସଭା ଆସନରେ ପରାସ୍ତ ହୋଇଥିଲା ବିଜେପି। 

ଜାଟ ନେତା ଭୂପେନ୍ଦ୍ର ଚୌଧୁରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟତର ବୋଲି ବିବେଚନା କରାଯାଏ। ଏହା ସହିତ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଜଣେ ଜାଟ ନେତାଙ୍କୁ ଉତ୍ତର ପ୍ରଦେଶ ବିଜେପି ସଭାପତି କରାଯାଇଛି। ଭୂପେନ୍ଦ୍ର ଚୌଧୁରୀ ପ୍ରାୟ ୩ ଦଶନ୍ଧି ଧରି ବିଜେପି ସହ ଜଡିତ ରହିଥିଲେ। ଗତ ଲୋକସଭା ନିର୍ବାଚନରେ ସେ ​​ସମ୍ବଲ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ତାଙ୍କର ରାଜନୈତିକ ଯାତ୍ରା ଛାତ୍ର ନେତା ଭାବେ ଆରମ୍ଭ ହୋଇଥିଲା। ଏହା ପରେ ସେ ୨୦୦୭-୨୦୧୨ ପର୍ଯ୍ୟନ୍ତ ବିଜେପି କ୍ଷେତ୍ରୀୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ୩ ଥର ଲାଗି ପଶ୍ଚିମ ଉତ୍ତର ପ୍ରଦେଶର ଆଞ୍ଚଳିକ ସଭାପତି ରହିଥିଲେ। ଏହା ପରେ ୨୦୧୬ ବର୍ଷରେ ସେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ବିଧାନ ପରିଷଦକୁ  ନିର୍ବାଚିତ ହୋଇଥିଲେ।

ଯେତେବେଳେ ଗତ ୨୦୧୭ ବର୍ଷରେ ଉତ୍ତର ପ୍ରଦେଶ ବିଜେପି ସରକାର ଗଠନ କରିଥିଲା ସେତେବେଳେ ଭୂପେନ୍ଦ୍ର ଚୌଧୁରୀଙ୍କୁ ପଞ୍ଚାୟତରାଜ ମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହା ପରେ ୨୦୧୯ ବର୍ଷରେ ହୋଇଥିବା କ୍ୟାବିନେଟ ବିସ୍ତାର ବେଳେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ମାନ୍ୟତା ଦିଆଯାଇଥିଲା। ଏହା ପରେ ପୁଣି ୨୦୨୨ ବର୍ଷରେ ରାଜ୍ୟରେ ପୁନର୍ବାର ବିଜେପି ସରକାର କ୍ଷମତାକୁ ଆସିବା ପରେ ଭୁପେନ୍ଦ୍ର ଚୌଧୁରୀ ପଞ୍ଚାୟତ ରାଜ ମନ୍ତ୍ରଣାଳୟ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ହେଲେ ବର୍ତ୍ତମାନ ସେ ବିଜେପି ରାଜ୍ୟ ଶାଖା ସଭାପତି ହେବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିବ। କାରଣ ବିଜେପି ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତିରେ ବିଶ୍ୱାସ କରିଥାଏ।