UP CM Yogi Adityanath: ଗୃହ ଜିଲ୍ଲା  ଗୋରଖପୁର ଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଆୟୋଜିତ ହେଉଥିବା ଶୋଭାଯାତ୍ରା ଅନେକ କ୍ଷେତ୍ରରେ ଅଦ୍ଭୂତ ହୋଇଥାଏ। ବିଶେଷ କଥା ହେଉଛି ଏହି ଶୋଭାଯାତ୍ରାରେ ସମସ୍ତ ଶ୍ରେଣୀର ଲୋକେ ଅଂଶଗ୍ରହଣ କରିଥାନ୍ତି। ଏହି ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯୋଗୀ ସାଧୁଙ୍କ  ଅଦାଲତରେ ବିଚାରପତି ହୋଇଥାନ୍ତି। ଏହି ଯାତ୍ରା ସମାଜରେ ସମାନତାର ସ୍ତମ୍ଭକୁ ମଜବୁତ କରିବାରେ ସହାୟକ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

ଯେଉଁ ଦିନ ଦଶହରା (Dussehra) ପାଳିତ ହୁଏ ସେହି ଦିନ ସନ୍ଧ୍ୟାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Uttar Pradesh Chief Minister Yogi Adityanath) ଗୋରଖନାଥ ମନ୍ଦିରରୁ (Gorakhpur Gorakhnath Temple) ଯାଇ ମାନସରୋବର ମନ୍ଦିରରେ (Gorakhpur Mansarovar Mandir) ମହାଦେବଙ୍କୁ (Mahadev) ପୂଜା କରିବା ପରେ ରାମଲୀଳା ମଇଦାନ (Gorakhpur Ram Lila Maidan) ଠାରେ ପହଞ୍ଚିବେ। ପରମ୍ପରା ଅନୁଯାୟୀ ଗୋରକ୍ଷ ପୀଠାଧିଶ୍ୱର (Gorkha Peethadhishwar) ସମସ୍ତ ଭକ୍ତଙ୍କୁ ଆଶୀର୍ବାଦ କରିବେ। ଏହା ବ୍ୟତୀତ ଅନେକ ଲୋକ ଧନୀ କିମ୍ବା ଗରିବ କିମ୍ବା ଅନ୍ୟ କୋଣସି ଧର୍ମର ଲୋକ ବିନା କୌଣସି ଭେଦ ଭାବରେ ଆୟୋଜିତ ହୋଇଥିବା ଭୋଜିରେ ଯୋଗଦେବେ।


Also Read: ପୁଣି ଥରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ସବ ପାଳିଲା ମୁସଲିମ ସମାଜ


ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି କ୍ଷେତ୍ରରେ ବହୁ ସଂଖ୍ୟକ ହିନ୍ଦୁ ଥିଲେ ମଧ୍ୟ ଏଠାକାର ଲୋକେ ଧର୍ମର ମାପରେ ମଣିଷକୁ ଓଜନ କରନ୍ତି ନାହିଁ। ଗୋରଖନାଥ ମନ୍ଦିରରେ ସଂଖ୍ୟାଲଘୁ ସମ୍ପ୍ରଦାୟର (Minority Community) ଏପରି ଅନେକ ଦୋକାନୀ ଅଛନ୍ତି ଯେଉଁମାନେ ଏଠାରୁ ନିଜର ରୋଜଗାର କରିଥାନ୍ତି। ମୁଖ୍ୟମନ୍ତ୍ରୀ ଜନତା ଦର୍ଶନ କାର୍ଯ୍ୟକ୍ରମରେ (UP CM Janata Darshan Program) ବହୁ ସଂଖ୍ୟାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଆସିଥାନ୍ତି ଏବଂ ଏଠାରେ ସେମାନଙ୍କର ସମସ୍ୟାର ସମାଧାନ କରା ଯାଇଥାଏ। 


Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନିଜ ରୋଲ ମଡ଼େଲ ମାନନ୍ତି ମୁସଲିମ ଯୁବକ


ବିଜୟ ଦଶମୀ (Vijayadashami) ଅବସରରେ ଆୟୋଜିତ ହେଉଥିବା ଶୋଭାଯାତ୍ରାକୁ ଅପେକ୍ଷା କରିଥିବା ଅଧିକାଂଶ ଲୋକ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର। ଯେଉଁମାନେ ଗୋରଖନାଥ ମନ୍ଦିର ଠାରେ ଫୁଲ ମାଳ ନେଇ  ଗୋରଖପୀଠାଧିଶ୍ୱରଙ୍କୁ ସ୍ୱାଗତ କରିବାକୁ ମନ୍ଦିର ନିକଟରେ ଛିଡ଼ା  ହୋଇଥାନ୍ତି। ପ୍ରତିବର୍ଷ ଏଠାରେ ଏକ ଭବ୍ୟ ଦୃଶ୍ୟ ଦେଖିବା ସହିତ ଲୋକଙ୍କୁ ଭାରତର ଏକତାର ବାର୍ତ୍ତା ମଧ୍ୟ ମିଳିଥାଏ।