ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନିଜ ରୋଲ ମଡ଼େଲ ମାନନ୍ତି ମୁସଲିମ ଯୁବକ
Advertisement

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନିଜ ରୋଲ ମଡ଼େଲ ମାନନ୍ତି ମୁସଲିମ ଯୁବକ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିବା ପର ଠାରୁ ରାଜ୍ୟକୁ ପରିବର୍ତ୍ତନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନିଜ ରୋଲ ମଡ଼େଲ ମାନନ୍ତି ମୁସଲିମ ଯୁବକ

CM Yogis Fan: ଏବେ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜବରଦସ୍ତ ପ୍ରଂଶସକ। ଯିଏ ନିଜ ଛାତିରେ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଟାଟୁ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏଭଳି ଜବରଦସ୍ତ ପ୍ରଂଶସକ ହେଉଛନ୍ତି  ଉତ୍ତର ପ୍ରଦେଶ ଫର୍ରୁଖାବାଦ ଜିଲ୍ଲାର ୨୩ ବର୍ଷୀୟ ମୁସଲିମ ଯୁବକ ୟାମୀନ ସିଦ୍ଦିକି।

ନିଜ ଛାତିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଟାଟୁ କରିବାକୁ ନେଇ  ୟାମୀନ ସିଦ୍ଦିକି ଯୋଗୀ ଆଦିତ୍ୟନାଥ ହେଉଛନ୍ତି ମୋ ରୋଲ ମଡେଲ। ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେବାକୁ ଚାହୁଁଥିଲେ।  
ଏନେଇ ସେ ନିଜ ଛାତିରେ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏକ ଟାଟୁ କରିଥିଲେ।

ୟାମୀନ ସିଦ୍ଦିକି ଫର୍ରୁଖାବାଦ-ମୈନପୁରୀ ଜିଲ୍ଲା ସୀମାରେ ଅବସ୍ଥିତ ଏକ ଗ୍ରାମରେ ରୁହନ୍ତି। ତାଙ୍କର ଜୋତା ବ୍ୟବସାୟ ରହିଛି। ଏନେଇ ସେ କହିଛନ୍ତି ଯେ ଟାଟୁ ସାରିବା ପରେ ସେ ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଦ୍ୱାରା ସେ ଅନେକ ସମାଲୋଚନାର ସାମ୍ନା କରିଛନ୍ତି ହେଲେ ତାଙ୍କୁ ଏଥିପାଇଁ କୌଣସି ଫରକ ପଡେନାହିଁ। ମୋର ଇଚ୍ଛା ହେଉଛି ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ତାଙ୍କୁ ଟାଟୁ ଦେଖାଇବି। ମୋ ମନରେ ତାଙ୍କ ପ୍ରତି ବହୁତ ଭଲପାଇବା ଏବଂ ସମ୍ମାନ ରହିଛି। ସେ କ୍ଷମତାକୁ ଆସିବା ପରଠାରୁ ଉତ୍ତର ପ୍ରଦେଶକୁ ପରିବର୍ତ୍ତନ କରିଛନ୍ତି। ସେ କାହା ସହିତ କୌଣସି ଭେଦଭାବ କରନ୍ତି ନାହିଁ। ହିନ୍ଦୁ-ମୁସଲିମ ଉଭୟେ ସମସ୍ତ କଲ୍ୟାଣ ଯୋଜନାର ଲାଭ ପାଇଛନ୍ତି।

Also Read: Shocking News: ମୁସଲିମ ନାଁ ବ୍ୟବହାର କରି ଗର୍ବିତ ଏହି ଗ୍ରାମର ହିନ୍ଦୁ

Also Read: ଅଟୋରେ ଲଗାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ; ନାରାଜ ହୋଇଉଠିଲେ ସମାଜ ଲୋକ