ନୂଆଦିଲ୍ଲୀ: ପଶ୍ଚିମବଙ୍ଗ-ଆସାମ ବିଧାନସଭା ନିର୍ବାଚନ ୨୦୨୧ ଲାଗି ମାର୍ଚ୍ଚ ୨୭ ତାରିଖ ଶନିବାର ପ୍ରଥମ ପର୍ଯ୍ୟାୟରେ ଜାରି ରହିଛି ଭୋଟ ଗ୍ରହଣ। ଦିନ ୧୧ଟା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ୨୪.୪୮ ଏବଂ ଆସାମରେ ୨୪.୬୧ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର। ଏହି ପର୍ଯ୍ୟାୟରେ ରାଜ୍ୟର ବାଙ୍କୁଡା, ପରୁଲିଆ, ଝାରଗ୍ରାମ, ପୂର୍ବ ମେଦୀନପୁର, ପଶ୍ଚିମ ମେଦୀନପୁର ଆଦି ଜିଲ୍ଲାର ୩୦ ଏବଂ ଆସାମର ୪୭ ବିଧାନସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି।  


Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା


 


ପ୍ରଥମ ପର୍ଯ୍ୟାୟରେ ପୂର୍ବ ମେଦୀନପୁରର ୭, ପଶ୍ଚିମ ମେଦୀନପୁର ୬, ଝାରଗ୍ରାମର ୪, ପୁରୁଲିଆର ୯, ବାଙ୍କୁଡା ଜିଲ୍ଲାର ୯ ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଛି। ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ମୋଟ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ମୋଟ ୨୯୪ ବିଧାନସଭା ବିଶିଷ୍ଟ ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚ ପ୍ରଥମ ଏବଂ ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ତୃତୀୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ଚତୁର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ପଞ୍ଚମ ପର୍ଯ୍ୟାୟରେ ୪୫, ୨୨ ଅପ୍ରେଲ ଷଷ୍ଠ ପର୍ଯ୍ୟାୟରେ ୨୩, ୨୬ ଅପ୍ରେଲ ସପ୍ତମ ପର୍ଯ୍ୟାୟରେ ୩୬, ୨୯ ଅପ୍ରେଲ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। 


ଅନ୍ୟପଟେ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନ ୨୦୨୧ ଲାଗି ୨୭ ମାର୍ଚ୍ଚ ପ୍ରଥମ ପର୍ଯ୍ୟାୟରେ ୪୭, ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୯, ୬ ଅପ୍ରେଲ ତୃତୀୟ ପର୍ଯ୍ୟାୟରେ ୪୦ ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ। 


Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF


ଶନିବାର ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ, ବିଧାନସଭା ବାଚସ୍ପତି ହିତେନ୍ଦ୍ରନାଥ ଗୋସ୍ୱାମୀ, ଆସାମ କଂଗ୍ରେସ ଅଧ୍ୟକ୍ଷ ରିପୁନ ବୋରାଙ୍କ ସମେତ ରାଜ୍ୟ ସରାକାରରେ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ମତାଦାତା। ପ୍ରଥମ ପର୍ଯ୍ୟାୟରେ ୨୩ ମହିଳାଙ୍କ ସମେତ ୨୬୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର। ଶାନ୍ତିପୂର୍ଣ୍ଣ ଉପାୟରେ ମତଦାନ ଅନୁଷ୍ଠିତ କରାଇବା ଲାଗି ୩୦୦ କମ୍ପାନୀ ସୁରକ୍ଷାବଳ ନିୟୋଜିତ କରାଯାଇଛି।     


Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ


 


ପ୍ରଥମ ପର୍ଯ୍ୟାୟରେ ଆସାମର ବ୍ରହ୍ମପୁର ନଦୀର ଉତ୍ତର ଭାଗରେ ଅବସ୍ଥିତ ୧୨ଟି ଜିଲ୍ଲାର ୧୧୫୩୭ ମତଦାନ କେନ୍ଦ୍ରରେ ଭୋଟଗ୍ରହଣ ଚାଲିଛି। ମୋଟ ୮୧ ଲକ୍ଷ ୯ ହଜାର ୮୧୫ ଜଣ ମତଦାତା ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ। ଏଥରର ବିଧାନସଭା ନିର୍ବାଚନରେ ବିଜେପି ନେତାତୃତ୍ୱାଧିନ ଶାସକ ଏନଡିଏ ମେଣ୍ଟ, କଂଗ୍ରେସ ନେତୃତ୍ୱାଧିନ ମହାଗଠବନ୍ଧନ ଏବଂ ନବଗଠିତ ଆସାମ ଜାତୀୟ ପରିଷଦ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଅନୁଷ୍ଠିତ ହେଉଛି।