କୋଲକାତା: West Bengal Assembly Polls 2021: ପଶ୍ଚିମବଙ୍ଗରେ ଆସିଯାଇଛି ନିର୍ବାଚନୀ ମୌସୁମୀ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ସକ୍ରିୟ ହେବାରେ ଲାଗିଛି । ଏହି କ୍ରମରେ କଂଗ୍ରେସ-ବାମପନ୍ଥୀ ମେଣ୍ଟକୁ ମଜବୁତ କରିବା ଦିଗରେ ସକ୍ରିୟ ଥିବା ରାଜ୍ୟ କଂଗ୍ରେସ ସଭାପତି (West Bengal Congress President) ଅଧୀର ରଂଜନ ଚୌଧୁରୀ (Adhir Ranjan Chaudhary) ସୋସିଆଲ ମିଡିଆରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିରୋଧରେ ଲଗାତାର ଆକ୍ରମଣ ଜାରି ରଖିଛନ୍ତି । ନିକଟରେ ସୋସିଆଲ ମିଡିଆରେ ନିଜର ପକ୍ଷ ରଖି ସେ ମମତା ବାନାର୍ଜୀ (Mamata Banerjee) ଙ୍କୁ ଚେତାବନୀ ଦେଇଛନ୍ତି ଯେ, "ବର୍ତ୍ତମାନର ଯେଉଁ ସମୟ ଆସୁଛି, ସେଥିରେ ଅସହାୟ ହୋଇ ଆଶ୍ରୟ ନେବା ପାଇଁ କଂଗ୍ରେସ (Congress) ପାଖକୁ ଆସିବାକୁ ପଡ଼ିବ ।"


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ସାଧାରଣ ଜନତାଙ୍କୁ ଝଟକା! ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ


ସେ କହିଛନ୍ତି ଯେ, ରାଜ୍ୟରେ ଗେରୁଆକରଣ ବା ସାଫ୍ରୋନାଇଜେସନ୍ ଝଡ଼ରେ ତୃଣମୂଳ କଂଗ୍ରେସ (TMC) ପ୍ରକୃତରେ ଅସ୍ତବ୍ୟସ୍ତ ହୋଇଉଠିଛି । ଗୋଟିଏ ପରେ ଗୋଟିଏ ସାଂସଦ, ବିଧାୟକ ଏବଂ ଲୋକ ପ୍ରତିନିଧୀମାନେ ଟିଏମସି ଛାଡୁଛନ୍ତି । ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡିଛନ୍ତି । ଆଗକୁ ଛାଡ଼ିବା ପାଇଁ ଲମ୍ବା ଧାଡି ରହିଛି ।


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ଝଟକା, କଂଗ୍ରେସ ପାଇଁ ଭଲ ଖବର


ରାଜ୍ୟ କଂଗ୍ରେସ ସଭାପତି ସିଧାସଳଖ ଟିଏମସି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ରାଜ୍ୟରେ କ୍ଷମତାକୁ ଆସିବା ପରେ ସେ ଗୋଟିଏ ପରେ ଗୋଟିଏ ଷଡଯନ୍ତ୍ର କରି କଂଗ୍ରେସ ବିଧାୟକମାନଙ୍କୁ ଟିଏମସିରେ ଯୋଗଦେବାକୁ ବାଧ୍ୟ କରିଥିଲେ ।


ସେ ଆହୁରି କହିଛନ୍ତି ଯେ ମୁର୍ଶିଦାବାଦରେ ହିଁ ଟିଏମସ ସେହି ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ, ପଞ୍ଚାୟତ ଏବଂ ଏପରିକି ମ୍ୟୁନିସିପାଲିଟି ପରିଷଦକୁ ନିଜ ଦଖଲରେ ନେଇଛି, ଯେଉଁମାନେ ଅନେକ ଥର କଂଗ୍ରେସ ଟିକେଟରେ ଜିତିଥିଲେ ।  ସେ କହିଛନ୍ତି, "ଆପଣ କଂଗ୍ରେସ ବିଧାୟକଙ୍କୁ କିଣିଛନ୍ତି, କିନ୍ତୁ କଂଗ୍ରେସ ପାର୍ଟି କିଣି ପାରିଲେ ନାହିଁ ।"


ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ୯ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ଦରମା ଓ ଅବସର ବୟସରେ ହେବ ବୃଦ୍ଧି


ବିଧାନସଭା ନିର୍ବାଚନର ଫଳାଫଳ ପରେ ଟିଏମସିକୁ କଂଗ୍ରେସ ଆଗରେ ହାତ ଯୋଡ଼ିବାକୁ ପଡିବ ବୋଲି ଆଧୀର ରଂଜନ ଚୌଧୁରୀ କହିଛନ୍ତି । ସେ କହିଛନ୍ତି ଯେ, "ମନେ ରଖନ୍ତୁ, ଆପଣଙ୍କୁ ପୁଣି ଥରେ କଂଗ୍ରେସକୁ ଆସିବାକୁ ପଡ଼ିବ । ଏହା କଂଗ୍ରେସର ଆବଶ୍ୟକତା ପାଇଁ ନୁହେଁ, ବରଂ ନିଜର ଆବଶ୍ୟକତା ପାଇଁ ହେବ । ଆପଣ ଅସହାୟ ହୋଇ ଏହା କରିବେ ।"