ନୂଆ ବର୍ଷରେ ସାଧାରଣ ଜନତାଙ୍କୁ ଝଟକା! ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ
Advertisement

ନୂଆ ବର୍ଷରେ ସାଧାରଣ ଜନତାଙ୍କୁ ଝଟକା! ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ

ରୋଷେଇ ଘରେ ବ୍ୟବହୃତ ବିନା ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ଆଇଓସି କୌଣସି ପରିବର୍ତ୍ତନ କରିନାହିଁ । କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି ।

ନୂଆ ବର୍ଷରେ ସାଧାରଣ ଜନତାଙ୍କୁ ଝଟକା! ବଢ଼ିଲା ଏଲପିଜି ସିଲିଣ୍ଡରର ଦାମ

ନୂଆଦିଲ୍ଲୀ: LPG Price Hike Update: ଦରଦାମ ବୃଦ୍ଧି ସହିତ ନୂଆ ବର୍ଷ ଆରମ୍ଭ ହୋଇଛି । IOCL ପ୍ରତି ମାସରେ LPG ଗ୍ୟାସ୍ ସିଲିଣ୍ଡ ( LPG gas cylinder price) ର ମୂଲ୍ୟ ସମୀକ୍ଷା କରେ ଏବଂ ନୂତନ ରେଟ୍ ଘୋଷଣା କରେ । ରୋଷେଇ ଘରେ ବ୍ୟବହୃତ ବିନା ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ଆଇଓସି କୌଣସି ପରିବର୍ତ୍ତନ କରିନାହିଁ । କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ୯ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ଦରମା ଓ ଅବସର ବୟସରେ ହେବ ବୃଦ୍ଧି

୧୪.୨ କିଲୋଗ୍ରାମ LPG ସିଲିଣ୍ଡର ମୂଲ୍ୟ ହୋଇନାହିଁ ବୃଦ୍ଧି

ଆଇଓସି ୱେବସାଇଟରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ୬୯୪ ଟଙ୍କା ରହିଛି । କୋଲକାତାରେ ଏହାର ମୂଲ୍ୟ ୭୨୦.୫୦ ଟଙ୍କା, ମୁମ୍ବାଇରେ ୬୯୪ ଟଙ୍କା ଏବଂ ଚେନ୍ନାଇରେ ୭୧୦ ଟଙ୍କା ରହିଛି । ଏହାପୂର୍ବରୁ ଡିସେମ୍ବର ମାସରେ ଆଇଓସି ଦୁଇଥର ଏଲପିଜି ମୂଲ୍ୟ ବୃଦ୍ଧି କରିଥିଲା, ଫଳରେ ଦର ୧୦୦ ଟଙ୍କା ବଢ଼ିଯାଇଥିଲା । ଡିସେମ୍ବର ୩ରେ ୫୦ ଟଙ୍କା ବୃଦ୍ଧି ଘଟିଥିଲା । ଏହା ପରେ ଡିସେମ୍ବର ୧୫ରେ ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଡିସେମ୍ବରରେ ସବସିଡି ବିନା ୧୪.୨ କିଲୋଗ୍ରାମ ଘରୋଇ ଏବଂ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରରେ ଏହି ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ରୁପା ଦର, ଜାଣନ୍ତୁ ଆଜି କ'ଣ ରହିଛି ସୁନା ରେଟ୍

୧୯ କିଲୋଗ୍ରାମ LPG ସିଲିଣ୍ଡର ହେଲା ମହଙ୍ଗା 

୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇନଥିଲେ ମଧ୍ୟ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଆଇଓସି ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ନୂତନ ହାର ୧୩୪୯ ଟଙ୍କା ହୋଇଯାଇଛି, ଯାହା ପୂର୍ବରୁ ୧୩୩୨ ଟଙ୍କା ଥିଲା । ଅର୍ଥାତ ବର୍ତ୍ତମାନ ଦିଲ୍ଲୀରେ ଏହି ସିଲିଣ୍ଡର ପାଇଁ ଆପଣଙ୍କୁ ୧୭ ଟଙ୍କା ଅଧିକ ଦେବାକୁ ପଡିବ । ଅନ୍ୟ ମେଟ୍ରୋ ସହରଗୁଡିକରେ କୋଲକାତାରେ ଏହାର ମୂଲ୍ୟ ୨୨.୫୦ ଟଙ୍କା ବୃଦ୍ଧି ପାଇ ୧୩୮୭.୫୦ରୁ ୧୪୧୦ ଟଙ୍କା ହୋଇଛି । ମୁମ୍ବାଇରେ ଏହା ଏହା ୧୭ ଟଙ୍କା ମହଙ୍ଗା ହୋଇ ୧୨୮୦.୫୦ରୁ ୧୨୯୭.୫୦  ଟଙ୍କା ହୋଇଯାଇଛି । ଚେନ୍ନାଇରେ ଏହାର ମୂଲ୍ୟ ୧୬.୫୦ ଟଙ୍କା ବୃଦ୍ଧି ପାଇଛି ଏବଂ ଏହା ୧୪୪୬.୫୦ ରୁ ୧୪୬୩.୫୦ ଟଙ୍କାକୁ ବୃଦ୍ଧି ପାଇଛି ।

ଗ୍ୟାସ ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି ସରକାର 

ଆପଣ ଜାଣିବା ଉଚିତ ଯେ, ସରକାର ବର୍ଷକୁ ୧୪.୨ କିଲୋଗ୍ରାମର ୧୨ଟି ସିଲିଣ୍ଡର ସବସିଡି ଦିଅନ୍ତି । ଏହାଠାରୁ ଅଧିକ ସିଲିଣ୍ଡିର ନେଲେ ଆପଣଙ୍କୁ ବଜାର ମୂଲ୍ୟରେ କିଣିବାକୁ କରିବାକୁ ପଡିବ । ତୈଳ କମ୍ପାନୀଗୁଡିକ ପ୍ରତି ମାସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି ।

ଅଧିକ ପଢ଼ନ୍ତୁ:-ପୁଅ-ଝିଅଙ୍କ ବଦଳରେ କୁକୁର ନାଁରେ ସଂପତ୍ତି କରିଦେଲେ ବାପା

ଏହିପରି ଆପଣ ଚେକ୍ କରିପାରିବେ LPG ମୂଲ୍ୟ 

ଏଲପିଜି ସିଲିଣ୍ଡରର ମୂଲ୍ୟ ଚେକ୍ କରିବାକୁ ହେଲେ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ । ଏଠାରେ ଥିବା କମ୍ପାନୀଗୁଡିକ ପ୍ରତି ମାସରେ ନୂତନ ରେଟ୍ ପ୍ରଦାନ କରନ୍ତି । https://iocl.com/Products/IndaneGas.aspx ଏହି ଲିଙ୍କରେ, ଆପଣ ନିଜ ସହରର ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଚେକ୍ କରିପାରିବେ ।