କଂଗ୍ରେସ ନେତା ଅଧୀର ରଞ୍ଜନ କହିଲେ; ହଁ, ମୁଁ ପାକିସ୍ତାନୀ !
Advertisement
Article Detail0/zeeodisha/odisha625381

କଂଗ୍ରେସ ନେତା ଅଧୀର ରଞ୍ଜନ କହିଲେ; ହଁ, ମୁଁ ପାକିସ୍ତାନୀ !

ଚର୍ଚ୍ଚ ଥମିନି, ବିବାଦ ଆଣିଲେ...

ଫାଇଲ ଫଟୋ

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଥମିନି, ହେଲେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି ଅଧୀର ରଞ୍ଜନ ଚୌଧୁରୀ । ମୋଦି ସରକାର ଉପରେ ହମଲା କରିବାକୁ ଯାଇ ସେ କହିଛନ୍ତି, ବିଜେପି ତାଙ୍କ ପରିଚୟ ପାକିସ୍ତାନୀ ଭାବେ ଦେଖେଇବାକୁ ଚାହୁଁଛି । ହେଲେ ଆଜି ମୁଁ ନିଜେ କହୁଛି, ହଁ ମୁଁ ପାକିସ୍ତାନୀ !

ନାଗରିକତା ସଂଶୋଧନ ଆଇନ(ସିଏଏ) ମୁଦ୍ଦାକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ସରଗରମ ରହିଛି । କିଛି ଦିନ ପୂର୍ବରୁ ପୁଲୱାମା ଆକ୍ରମଣ ଉପରେ ତଦନ୍ତ ନେଇ ଅଧୀର ରଞ୍ଜନ ଯେଉଁ ବୟାନ ରଖିଥିଲେ, ତାକୁ ନେଇ ଚର୍ଚ୍ଚା ଥମିନି । ଆଉ ଏହାରି ଭିତରେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି ଅଧୀର । ଅଧୀର ପାକିସ୍ତାନର କଥା କହୁଛନ୍ତି ବୋଲି ସବୁବେଳେ ଅଭିଯୋଗ କରୁଥିବା ବିଜେପିକୁ କଡ଼ା ଜବାବ ଦେବାକୁ ଯାଇ ଏଭଳି ବୟାନ ଦେଇଛନ୍ତି ସେ । 

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନାରେ କଂଗ୍ରେସ ନେତା କହିଥିଲେ, ''ମୋତେ ପାକିସ୍ତାନୀ ବୋଲି କୁହାଯାଉଛି । ଆଜି ମୁଁ କହିବାକୁ ଚାହୁଁଛି, ହଁ ମୁଁ ପାକିସ୍ତାନୀ । ତୁମର ଯାହା କରିବାର ଅଛି, କର । କାହିଁକିନା ସତ କହିଲେ, ଏଠି ଦେଶଦ୍ରୋହୀ କୁହାଯାଉଛି ।'' 

ଅଧୀର ରଞ୍ଜନ ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି, ''ଆଜି ଆମେ କେଉଁଠି ରହିଯାଇଛୁ ? ଆମକୁ ତାହା କରିବାକୁ କୁହାଯାଉଛି, ଯାହା ନରେନ୍ଦ୍ର ମୋଦି ଏବଂ ଅମିତ ଶାହ କହୁଛନ୍ତି । ଆମକୁ ଏହା ସ୍ୱୀକାର ନାହିଁ । ଏହି ଦେଶ ମୋଦି ଆଉ ଶାହଙ୍କ ପିତାଙ୍କ ନୁହେଁ । ହିନ୍ଦୁସ୍ତାନ କାହାର ପୈତୃକ ସମ୍ପତ୍ତି ନୁହେଁ । ଉଭୟଙ୍କୁ(ମୋଦି-ଶାହ) ଏହି କଥା ବୁଝାଇବା ଦରକାର, ସେମାନେ ଆଜି ଅଛନ୍ତି କାଲି ନଥିବେ ।''

ଆହୁରି ପଢ଼ନ୍ତୁ; ଅମିତ ଶାହ ଏବଂ ରାହୁଲ ଗାନ୍ଧୀଙ୍କୁ ନେଇ ଏମିତି ଉପଦେଶ ଦେଲେ ସଞ୍ଜୟ ରାଉତ