BJP Government: ସରକାରକୁ ଆସିଲେ କ’ଣ କରିବ ବିଜେପି, କି’ ଆଶ୍ୱାସନା ଦେଇଛି ପଢ଼ି ନିଅନ୍ତୁ...
Advertisement
Article Detail0/zeeodisha/odisha2280412

BJP Government: ସରକାରକୁ ଆସିଲେ କ’ଣ କରିବ ବିଜେପି, କି’ ଆଶ୍ୱାସନା ଦେଇଛି ପଢ଼ି ନିଅନ୍ତୁ...

 ଓଡ଼ିଶାର ମିଡିଆ, ସ୍ବେଚ୍ଛାସେବୀ ସଂଗଠନମାନେ ବିଜେଡି ସରକାରଙ୍କୁ ଯେମିତି ପ୍ରଶ୍ନ କରୁଥିଲେ ସେ ପ୍ରଶ୍ନ ନୂଆ ସରକାରଙ୍କୁ ପ୍ରଥମ ଦିନରୁ ଆରମ୍ଭ କରନ୍ତୁ ବୋଲି କୁହାଯାଉଛି। ତେବେ ବିଜେପି ସରକାରକୁ ଆସିଲେ କ’ଣ କ’ଣ କରିବ ବିଜେପି, ଲୋକଙ୍କୁ କି’ ଆଶ୍ୱାସନା ଦେଇଛି ବିଜେପି ଆସନ୍ତୁ ଜାଣିବା...

BJP Government: ସରକାରକୁ ଆସିଲେ କ’ଣ କରିବ ବିଜେପି, କି’ ଆଶ୍ୱାସନା ଦେଇଛି ପଢ଼ି ନିଅନ୍ତୁ...

BJP Government: ନୂଆଦିଲ୍ଲୀ: ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ୩ ମାସ ଶାସନରେ ପୂର୍ଣ୍ଣଛେଦ ପଡ଼ିଛି। ପରିବର୍ତ୍ତନ ସପକ୍ଷରେ ଯାଇ ବିଧାନସଭାରେ ବିଜେଡିକୁ କ୍ଷମତାଚ୍ୟୁତ କରିଛନ୍ତି ରାଜ୍ୟବାସୀ। ବିଜେପିକୁ ସ୍ପଷ୍ଟ ବହୁମତ ମିଳିଛି। ସରକାର ଗଢ଼ିବାର ମ୍ୟାଜିକ୍ ନମ୍ବର ୭୪ଠାରୁ ଆଗକୁ ଚାଲିଯାଇଛି ବିଜେପି। ଲୋକସଭାରେ ମଧ୍ୟ ବିଜେପି ଆଶାତୀତ ସଫଳତା ପାଇଛି। ୨୧ରୁ ୨୦ ଆସନ ଦଖଲ କରିଛି ଦଳ।  କଂଗ୍ରେସକୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଜାତୀୟ ସ୍ତରରେ ଯେକୌଣସି ରାଜ୍ୟ ସହ ତୁଳନା କଲେ ଓଡ଼ିଶାରେ ବିଜେପିର ସଫଳତା ସର୍ବାଧିକ ରହିଛି। ତେବେ ଏହାରି ମଧ୍ୟରେ ବିଜେପି ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ବିଜେପି ତାହା ଉପରେ ସମସ୍ତଙ୍କ ନଜର ରହିଛି। ସ୍ବୟଂ ପ୍ରଧାନମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଯେଉଁ ଗ୍ୟାରେଣ୍ଟି ଦେଇଛନ୍ତି, ତାହା କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।  ଓଡ଼ିଶାର ମିଡିଆ, ସ୍ବେଚ୍ଛାସେବୀ ସଂଗଠନମାନେ ବିଜେଡି ସରକାରଙ୍କୁ ଯେମିତି ପ୍ରଶ୍ନ କରୁଥିଲେ ସେ ପ୍ରଶ୍ନ ନୂଆ ସରକାରଙ୍କୁ ପ୍ରଥମ ଦିନରୁ ଆରମ୍ଭ କରନ୍ତୁ ବୋଲି କୁହାଯାଉଛି। ତେବେ ବିଜେପି ସରକାରକୁ ଆସିଲେ କ’ଣ କ’ଣ କରିବ ବିଜେପି, ଲୋକଙ୍କୁ କି’ ଆଶ୍ୱାସନା ଦେଇଛି ବିଜେପି ଆସନ୍ତୁ ଜାଣିବା...
 
୧:-୧୦ ତାରିଖ ଶପଥ ଗ୍ରହଣ ପରେ ୩୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ ଛାଡ଼ ଓ ବିନା ପାୱାର କଟ୍ ରେ ୨୪/୭ ଗୁଣାତ୍ମକ ପାୱାର ଯୋଗାଣ ଦିଆଯିବ।
୨:-ଚାଷୀମାନଙ୍କଠାରୁ ସମସ୍ତ ଧାନ ୩୧ଶହ ଟଙ୍କାରେ ବିଜେପି କିଣି ସେମାନଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିବ।
୩:- ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ ଘୋଷଣା।
୪:- ସୁଭଦ୍ରା ଯୋଜନାରେ ପ୍ରତି ମହିଳାମାନଙ୍କ ଖାତାକୁ ୫୦ ହଜାର ଟଙ୍କାର ନଗଦ ଭାଉଚର ।
୫:- ୧୮ ମାସରେ ଚିଟଫଣ୍ଡ ଟଙ୍କା ଦରଖାସ୍ତକାରୀଙ୍କ ଖାତାକୁ ଫେରିବ ।
୬:- ଖଣି ଦୁର୍ନୀତିରେ ସମ୍ପୃକ୍ତ ସମସ୍ତକୁ ତୁରନ୍ତ ଗିରଫ କରିବା ।
୭:- ବ୍ଲାକରୋଜ୍ ଜାହାଜ ଘଟଣାର ସିବିଆଇ ତଦନ୍ତ ଘୋଷଣା।
୮:- ଦିନକ ମଧ୍ଯରେ ରନୂ ଭଣ୍ଡାର ଚାବି ଆଣିବା ଓ ରନ୍‌ଭଣ୍ଡାର ଖୋଲି ଯେଉଁ ସୁନା ତାମିଲନାଡୁ ଯାଇଛି ତାକୁ ଫେରାଇ ଆଣିବା ଓ ଶ୍ରୀମନ୍ଦିରର ୪ଦ୍ବାରା ପ୍ରଥମ ଦିନ ଖୋଲିବା।
୯:- ପ୍ରଥମ ଦିନ ପୂର୍ବତନ ବିଧାୟକଙ୍କ କ୍ୱାର୍ଟର ଖାଲି କରିବା ।
୧୦:- ପିଏମ୍ ସ୍ବାସ୍ଥ୍ୟ ବୀମା ଗ୍ୟାରେଣ୍ଟି ଜରିଆରେ ରାଜ୍ୟର ସମସ୍ତ ରୋଗୀଙ୍କୁ ମାଗଣାରେ ଚିକିତ୍ସା।
୧୧:-୨୦୨୯ ସୁଦ୍ଧା ୩ ଲକ୍ଷ ୫୦ହଜାର ଲୋକଙ୍କୁ ନିଯୁକ୍ତି, ଓଡ଼ିଆରେ ଆଇନ୍, ମେଡ଼ିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବା ।
୧୨:- ସମସ୍ତ ମେଟ୍ରୋ ସହରରେ ଓଡ଼ିଆଙ୍କ ପାଇଁ ଭବନ ପ୍ରତିଷ୍ଠା।
୧୩:- ଓଡ଼ିଶାରେ ୨୫ ଲକ୍ଷ, ଲକ୍ଷପତି ଦିଦି ସୃଷ୍ଟି।
୧୪:- ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ସହାୟତା ରାଶି।
୧୫:- ପ୍ରତି ପଞ୍ଚାୟତ ଓ ଜିଲ୍ଲା ସଦରକୁ ରାଜଧାନୀ ସହ ସଂଯୋଗ।
୧୬:-ବିଭିନ୍ନ ବିଭାଗରେ ଖାଲିଥିବା ୧.୫ ଲକ୍ଷ ଖାଲି ପଦ ପୂରଣ।
୧୭:- କେନ୍ଦୁପତ୍ର ତୋଳାଳିଙ୍କୁ ୧୦ ପ୍ରତିଶତ ବୋନସ।
୧୮:- ପିଏମ୍ ଆବାସ ଯୋଜନାରେ ୧୫ଲକ୍ଷ ଘର ତିଆରି।
୧୯:- ପଶ୍ଚିମ ଓଡ଼ିଶାରେ ୩ଟି ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ପାର୍କ ସ୍ଥାପନ।
୨୦:- ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ୫ ଲକ୍ଷ ବୀମା ସୁବିଧା।
୨୧:- ଡ୍ରପ୍ ଆଉଟ ରୋକିବା ପାଇଁ ଶହୀଦ୍ ମାଧୋ ସିଂ ଯୋଜନା।
୨୧:- ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ୩ ହଜାର ଟଙ୍କା ପେନସନ ବ୍ୟବସ୍ଥା।
୨୨:-ପ୍ରତି ଜିଲ୍ଲାରେ ନର୍ସିଂ କଲେଜ ଏବଂ ଏକ ମେଡ଼ିକାଲ କଲେଜ।
୨୩:- ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସୁଥିବ ରାଜ୍ୟ ତାଲିକାରେ ଓଡ଼ିଶାକୁ ସ୍ଥାନିତ କରାଯିବ।
୨୪:- ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି।