ଗତ ୧୦ ତାରିଖରେ ପ୍ରକାଶ ପାଇଥିଲା ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ। ଏହି ସମୟରେ ଚର୍ଚ୍ଚାର ପରିସରକୁ ଆସିଥିଲେ ଉଭୟ ଭଗୱନ୍ତ ମାନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି।
Trending Photos
ଚଣ୍ଡିଗଡ଼: ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିଛି ଆମ ଆଦମୀ ପାର୍ଟି। ମାର୍ଚ୍ଚ ୧୬ ତାରିଖରେ ପଞ୍ଜାବର ୧୭ ତମ ମୁ୍ଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ରାଜ୍ୟର ସଙ୍ଗରୁର ଲୋକସଭା ଆସନର ସାଂସଦ ତଥା ଧୂରୀ ଆସନର ବିଧାୟକ ଭଗୱନ୍ତ ମାନ।
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ ହୋଇଥିଲେ ଭଗୱନ୍ତ ମାନ। ନିର୍ବାଚନରେ ବିଜୟ ପରେ ସେ ଏବଂ ଏବଂ ତାଙ୍କ ଦଳ ଚର୍ଚ୍ଚାର ପରିସରକୁ ଆସିଥିଲା।
ଗତ ୧୦ ତାରିଖରେ ପ୍ରକାଶ ପାଇଥିଲା ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ। ଏହି ସମୟରେ ଚର୍ଚ୍ଚାର ପରିସରକୁ ଆସିଥିଲେ ଉଭୟ ଭଗୱନ୍ତ ମାନ୍ ଏବଂ ଯୁଦ୍ଧ କାରଣରୁ ଚର୍ଚ୍ଚିତ ହୋଇଉଠିଥିବା ୟୁକ୍ରେନ ରାଷ୍ଟ୍ରପତି (President of Ukraine) ଭୋଲଡିମିର୍ ଜେଲେନସ୍କି (Volodymyr Zelenskyy)।
ଲୋକେ ସେତେବେଳେ ଭୋଲଡିମିର୍ ଜେଲେନସ୍କିଙ୍କୁ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନଙ୍କ ସହ ତୁଳନା କରିଥିଲେ। କାରଣ ରାଜନେତା ଭାବେ ପରିଚୟ ପାଇବା ପୂର୍ବରୁ ଉଭୟେ ହାସ୍ୟକାର ଅର୍ଥାତ କମେଡିୟନ (Comedian) ଭାବେ ଜଣାଶୁଣା ଥିଲେ।
Also Read: Russia-Ukraine War ବେଳେ ବଢିଲା ଏହି Comedy Series ଚାହିଦା
ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି ୟୁକ୍ରେନର ପ୍ରସିଦ୍ଧ କମେଡି ସୋ KVN କାର୍ଯ୍ୟକ୍ରମରେ ଅଭିନୟ କରୁଥିଲେ। ଗତ ୨୦୦୩ ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ। ଟେଲିଭିଜନ୍ ବ୍ୟତୀତ ଜେଲେନସ୍କି Rzhevskiy Versus Napoleon (2012), ରୋମାଣ୍ଟିକ କମେଡି ଫିଲ୍ମ 8 First Dates (2012) ଏବଂ 8 New Dates (2015) ଭଳି କାର୍ଯ୍ୟକ୍ରମରେ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ।
ସେହିଭଳି ରାଜନୀତିକୁ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଅନେକ ଜାତୀୟ ଟେଲିଭିଜନ ସମେତ ଅନେକ ପଞ୍ଜାବୀ କମେଡି ଶୋ କାର୍ଯ୍ୟକ୍ରମରେ କାମ କରି ସାରିଛନ୍ତି। ତାଙ୍କର ଶୋ 'ଜୁଗ୍ନୁ ମସ୍ତ ମସ୍ତ' ଲୋକଙ୍କ ବହୁତ ପସନ୍ଦ କରାଯାଇଛି। ଏହି କାରଣରୁ ଭାରତରେ ଅନୁଷ୍ଠିତ ହୋଇଥିବା ଏକ ରାଜ୍ୟର ନିର୍ବାଚନ ଫଳାଫଳ ବାହାରିବା ସମୟରେ ଚର୍ଚ୍ଚାର ପରିସରକୁ ଆସିଥିଲେ ୟୁକ୍ରେନ ରାଷ୍ଟ୍ରପତି।