ମୁମ୍ବାଇ: ହନୁମାନ ଚାଳିଶା ପାଠ କରିବାକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ଲାଉଡ ସ୍ପୀକର ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକକୁ ବର୍ଜନ କରିବା ସହ ହନୁମାନ ଚାଳିଶା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ବିରୋଧି ଦଳ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ। 


COMMERCIAL BREAK
SCROLL TO CONTINUE READING

ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ମହାରାଷ୍ଟ୍ର ବଦଳରେ ପାକିସ୍ତାନରେ ପଢାଯିବ କି ହନୁମାନ ଚାଳିଶା? ସୋମବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ସୋମବାର ରାଜ୍ୟ ଗୃହମନ୍ତ୍ରୀ ଯେଉଁ ବୈଠକ ଡାକିଛନ୍ତି ତାହାକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। କାରଣ ବିଗତ ୩-୪ ଦିନ ହେବ ରାଜ୍ୟ ପୋଲିସ ବାହିନୀକୁ ବ୍ୟବହାର ବିରୋଧି ଦଳର ଲୋକଙ୍କୁ ଜୀବନରୁ ମାରି ଦେବା ପାଇଁ ପ୍ରୟାସ କରାଯାଉଛି। ଆମେ ମାନୁଛୁ ଯେ ହିଟଲରବାଦୀ ଏକଛତ୍ରବାଦ ସହ ସଂଘର୍ଷ ହୋଇଥାଏ ସମ୍ବାଦ ନୁହେଁ। 


ଯଦି ରାଜ୍ୟର ଏଭଳି ପ୍ରବୃତ୍ତି ଜାରି ରହେ ତାହେଲେ ଆମେ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛୁ। ଗୃହମନ୍ତ୍ରୀଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗ ଦେଇ ଆମେ କ'ଣ କରିବୁ। କାରଣ ସେହି ବୈଠକରେ ନିଜେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ନାହିଁ।   


Also Read: '୩ ତାରିଖ ସୁଦ୍ଧ ମସଜିଦ ପରିସରରୁ ହଟାଯାଉ ଲାଉଡ଼ ସ୍ପୀକର'


ମହାରାଷ୍ଟ୍ର ବଦଳରେ କ'ଣ ପାକିସ୍ତାନରେ ପଢାଯିବ କି ହନୁମାନ ଚାଳିଶା? ଏହାକୁ ନେଇ ଏତେ ଘୃଣା ମନୋଭାବ କାହିଁକି? ଆମେ ସମସ୍ତେ ହନୁମାନ ଚାଳିଶା ପାଠ କରିବୁ। ଯଦି ସରକାରଙ୍କ ପାଖରେ ସାହାସ ଅଛି ତାହେଲେ  ଆମ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଆହ୍ୱାନ ଦେଇଛନ୍ତି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନୀଭୀସ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ହନୁମାନ ଚାଳିଶା ପାଠ କରାଇଥିଲେ। 


ମସଜିଦ ଠାରେ ବ୍ୟବହାର କରାଯାଉଥିବା ଲାଉଡ଼ ସ୍ପୀକର  କାରଣରୁ ଚର୍ଚ୍ଚାର ପରିସରକୁ ଆସିଥିଲା ହନୁମାନ ଚାଳିଶା ପାଠ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ନବ ନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେ କହିଥିଲେ  ଆସନ୍ତା ମେ ୩ ତାରିଖ  ପର୍ଯ୍ୟନ୍ତ ଯଦି ମସଜିଦ ପରିସରରୁ ହଟାଯାଉ ଲାଉଡ଼ ସ୍ପୀକର ହଟାଯିବା ଆବଶ୍ୟକ। ଯଦି ଏହା କରାନଯାଏ ତାହେଲେ ଲାଉଡ଼ ସ୍ପୀକର ଯୋଗେ ହନୁମାନ ଚାଳିଶା ପାଠ କରାଯିବ। 


ରାଜ ଠାକେର ମସଜିଦ ଠାରେ ସ୍ଥାପିତ ଲାଉଡ ସ୍ପୀକର ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ମହାରାଷ୍ଟ୍ର ସରକାରଙ୍କୁ ଏକ  ଚେତାବନୀ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ନମାଜ ପାଇଁ ଆମକୁ  ରାସ୍ତା କାହିଁକି ଦରକାର? ଘରେ ନମାଜ ପଢନ୍ତୁ। ପ୍ରାର୍ଥନା ହେଉଛି ଆପଣଙ୍କର ଆପଣ କାହିଁକି ଆମକୁ ଏହା ଶୁଣାଉଛନ୍ତି? ଆମେ ରାଜ୍ୟ ସରକାରଙ୍କୁ କହୁଛୁ ଯେ ଆମେ ଏହି ପ୍ରସଙ୍ଗରୁ ପଛଘୁଞ୍ଚା ଦେବୁ ନାହିଁ। ଯାହା କରିବାକୁ ପଡିବ ତାହା ଆପଣ କରନ୍ତୁ।


Also Read: ଲାଉଡ ସ୍ପୀକର ବିବାଦ ମଧ୍ୟରେ ହନୁମାନ ଚାଳିସା ପାଠ କରିବାକୁ ନିଷ୍ପତ୍ତି ନେଲେ ରାଜ ଠାକରେ


 


ଏହା ପୂର୍ବରୁ ଗତ ୧୬ ତାରିଖରେ ମୁମ୍ବାଇସ୍ଥିତ ଶିବସେନା ଭବନ ଆଗରେ ହନୁମାନ ଜୟନ୍ତୀ ଅବସରରେ ହନୁମାନ ଚାଳିଶା ପାଠ କରିଥଲା ମହାରାଷ୍ଟ୍ର ନବ ନିର୍ମାଣ ସେନା। ଯାହାକୁ ନେଇ ସେତେବେଳେ ସରଗରମ ହୋଇଉଠିଥିଲା ମହାରାଷ୍ଟ୍ର ରାଜନୀତି। ବର୍ତ୍ତମାନ ହନୁମାନ ଚାଳିଶା ପାଠ କରିବା ପ୍ରସଙ୍ଗକୁ ନେଇ ରାଜ୍ୟର ଅମରାବତୀ ସାଂସଦ ନବନୀତ କୌର ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ୧୪ ଦନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ଅନ୍ୟପଟେ ଗତ ସପ୍ତାହରେ ବିଜେପି ସାଂସଦ କୀର୍ତ୍ତି ସୋମୈୟାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି।